ଦିଲ୍ଲୀପ ଶତପଥୀ

ଓଡ଼ିଆ ସାମ୍ବାଦିକ

ଦିଲ୍ଲୀପ ଶତପଥୀ (୧୯୬୩-୨୦୧୯) ଜଣେ ଓଡ଼ିଆ ସାମ୍ବାଦିକ ଥିଲେ । ତାଙ୍କର ସାମ୍ବାଦିକତା ମୁଖ୍ୟତଃ ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧରେ ଥିଲା ।[୧] ସେ ବିଜନେସ ଷ୍ଟାଣ୍ଡାର୍ଡ଼ର ଓଡ଼ିଶା ବ୍ୟୁରୋ ଚିଫ ଥିଲେ ଓ ଦୂରଦର୍ଶନରେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ ।[୨] ଓଡ଼ିଶାର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଅର୍ଥନୀତି ଓ ରାଜନୀତିକ ଆଲୋଚନାରେ ସେ ନିୟମିତ ଭାବେ ଅଂଶଗ୍ରହଣ କରୁଥିଲେ ।[୩] ରକ୍ତକର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରଠାରେ ୨୦୧୯ ମସିହା ସେପ୍ଟେମ୍ବର ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୪]

ଦିଲ୍ଲୀପ ଶତପଥୀ‌
ଦିଲ୍ଲୀପ ଶତପଥୀ
ଦିଲ୍ଲୀପ ଶତପଥୀ
ଜନ୍ମ
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ସାମ୍ବାଦିକ, ସ୍ତମ୍ଭକାର

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶତପଥୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ । ତାଙ୍କ ପରିବାରରେ ୫ ଭଉଣୀ ଓ ୨ ଭାଇରେ ସେ ଥି‌ଲେ କନିଷ୍ଠତମ । ସେ ଅବିବାହିତ ଥିଲେ । ପାଖାପାଖି ୨୦ ବର୍ଷ ତଳେ ୧୯୯୮ରେ ସେ ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ[୫] ଓ ପରେ ସୁସ୍ଥ ହୋଇଯାଇଥିଲେ । ତେବେ ପରେ ଆଉଥରେ ଏଥିରେ ପୀଡ଼ିତ ହୋଇ ଚିକିତ୍ସାଧୀନ ହୋଇଥିଲେ । ମୃତ୍ୟୁ ଆଗରୁ ସେ ହୃଦଘାତରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।[୬]

ଶିକ୍ଷା ଓ ଚାକିରି ସମ୍ପାଦନା

ସେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ତାହା ପରେ ସମ୍ବାଦରେ ୧୯୮୪ ମସିହାରେ ସାମ୍ବାଦିକ ଭାବେ ଯୋଗଦେଇଥିଲେ । ପରେ ୧୯୯୩ ମସିହା ଅଗଷ୍ଟ ମାସରେ ବିଜନେସ ଷ୍ଟାଣ୍ଡାର୍ଡ଼ରେ ଯୋଗଦେଇ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରୁଥିଲେ ।[୬]

ଆଧାର ସମ୍ପାଦନା

  1. ବେହେରା, ପ୍ରଜ୍ଞା ପରିମିତା (9 September 2019). "ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ". Kanak News. Retrieved 11 September 2019.
  2. "ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ -". 9 September 2019. Archived from the original on 5 July 2022. Retrieved 11 September 2019.
  3. "www.uniindia.com/resident-editor-of-business-standard-dillip-satpathy-passes-away/east/news/1723275.html". United News of India. 9 September 2019. Retrieved 11 September 2019.
  4. "ପରଲୋକରେ ଦିଲ୍ଲୀପ ଶତପଥୀ". Retrieved 11 September 2019.[permanent dead link]
  5. Datta, Kanika (10 September 2019). "Senior Business Standard journalist Dillip Satapathy passes away at 55". Business Standard India. Retrieved 11 September 2019.
  6. ୬.୦ ୬.୧ "ଅକାଳରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ, ସାମ୍ବାଦିକତା ଜଗତରେ ଶୋକର ଛାୟା". Sambad. 10 September 2019. Retrieved 11 September 2019.