ଦିବ୍ୟା ଭାରତୀ

ଭାରତୀୟ ଅଭିନେତ୍ରୀ

ଦିବ୍ୟା ଭାରତୀ(ଜନ୍ମ: ୨୫ ଫେବୃଆରୀ ୧୯୭୪) ଜଣେ ଭାରତୀୟ କଥାଚିତ୍ର ଅଭେନେତ୍ରୀ ଥିଲେ ଯିଏକି ୯୦ ଦଶକର ପ୍ରାରମ୍ଭରେ ଅନେକ ସଫଳ ହିନ୍ଦୀ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରିଥିଲେ । ସେ ତାଙ୍କର କାର୍ଯ୍ୟ ପାଇଁ ଅଳ୍ପଦିନ ମଧ୍ୟରେ ଭାରତରେ ଲୋକପ୍ରିୟତା ହାସଲ କରିପାରିଥିଲେ ଏବଂ ଜଣେ ନାମୀ ଅଭିନେତ୍ରୀ ଭାବରେ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା ।

ଦିବ୍ୟା ଭାରତୀ
ଜନ୍ମ
ଦିବ୍ୟା ଓମ ପ୍ରକାଶ ଭାରତୀ

(1974-02-25)୨୫ ଫେବୃଆରୀ ୧୯୭୪
ମୃତ୍ୟୁ୫ ଅପ୍ରେଲ ୧୯୯୩(1993-04-05) (ବୟସ ୧୯)
ମୁମ୍ବାଇ, ଭାରତ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୦–୧୯୯୩
ବୈବାହିକ-ସାଥୀ(s)ସାଜିଦ ନାଦିଆୱାଲା
(୧୦ ମଇ ୧୯୯୨ – ୫ ଅପ୍ରେଲ ୧୯୯୩; ଦିବ୍ୟାଙ୍କର ମୃତ୍ୟୁ)

ଦିବ୍ୟା ପିଲାଦିନରୁ ଚଳଚ୍ଚିତ୍ର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ମାତ୍ର ୧୪ ବର୍ଷ ବୟସରେ ସେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ କିଛିଟା ବିଫଳତା ପରେ ସେ ୧୬ ବର୍ଷ ବୟସରେ ୧୯୯୦ ମସିହାରେ ଏକ ତେଲୁଗୁ କଥାଚିତ୍ର ବବିଲି ରାଜା ଜରିଆରେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ତେଲୁଗୁ କଥାଚିତ୍ର ଜଗତରେ ଅନେକ ସଫଳତମ ଚଳଚ୍ଚିତ୍ରରେ କାମ କରିସାରିବା ପରେ ଦିବ୍ୟା ୧୯୯୨ରେ ହିନ୍ଦୀ କଥାଚିତ୍ର ବିଶ୍ୱାତ୍ମା ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ଦିବ୍ୟା ଅଭିନେତା ଗୋବିନ୍ଦ ଏବଂ ଋଷି କପୁରଙ୍କ ଭଳି ଅଭିନେତାମାନଙ୍କ ସ‌ହ ସୋଲା ଅଉର ସାବନ ଏବଂ ଦିୱାନା ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ସେ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତା ନାୟିକା ପୁରସ୍କାର ମଧ୍ୟ ପାଇଥିଲେ । [୧] ସେ ୧୯୯୨ ଏବଂ ୧୯୯୩ରେ ୧୪ଟି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।[୨]

ଦିବ୍ୟା ୫ ଅପ୍ରେଲ ୧୯୯୩ରେ ମୁମ୍ବାଇଠାରେ ମୃତ୍ୟୁବରଣ କରିଥିଲେ ।[୩] ଭେରସୋଭା, ମୁମ୍ବାଇର ତୁଳସୀ ବିଲ୍ଡିଂସ୍‌ର ପାଞ୍ଚ ମ‌ହଲା ବାଲ୍‌କୋନୀରୁ ଦିବ୍ୟା ପଡ଼ିଯାଇଥିଲେ, ଯାହା ଫଳରେ ତାଙ୍କର ମୁଣ୍ଡରେ ବ‌ହୁତ ଜୋର୍‌ରେ ଆଘାତ ଲାଗିଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ ।[୪] ଦିବ୍ୟାଙ୍କର ଏହି ମୃତ୍ୟୁ ପଛରେ ଥିବା କୌଣସି ରହସ୍ୟ ମିଳିପାରି ନ ଥିଲା । ଏହା ଏକ ଦୁର୍ଘଟଣା କି ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ସଠିକ କିଛି ବି ଜଣା ପଡ଼ି ନ ଥିଲା ।[୫] ଦିବ୍ୟାଙ୍କର ପିତାମାତା ଏହି ଘଟକୁ ଏକ ଦୁର୍ଘଟଣା କ‌ହିଥିଲେ ଏବଂ ମୁମ୍ବାଇ ପୋଲିସ ୧୯୯୮ରେ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇ ତାଙ୍କର ଅନୁସନ୍ଧାନ ବନ୍ଦ କରିଥିଲେ ।[୬]

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଦିବ୍ୟା ୨୫ ଫେବୃଆରୀ ୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଓମ୍ ପ୍ରକାଶ ଭାରତୀ ଜଣେ ବିମା ଏଜେଣ୍ଟ ଥିଲେ ଏବଂ ମାତା ମୀତା ଭାରତୀ ଜଣେ ଗୃହିଣୀ ଥିଲେ ।[୭] ତାଙ୍କର ଗୋଟିଏ ଛୋଟ ଭାଇ ଥିଲା କୁନାଲ ଏବଂ ପୁନମ୍‌ ନାମରେ ଗୋଟିଏ ସାବତ ଭଉଣୀ ଥିଲା, ଯିଏକି ଓମ୍‌ଙ୍କର ପ୍ରଥମ ପତ୍ନୀଙ୍କର ଝିଅ । [୮] ଦିବ୍ୟା ହିନ୍ଦୀ, ଇଂରାଜୀ ଏବଂ ମରାଠୀ ପ୍ରଞ୍ଜ୍ୱଳ ଭାବରେ କ‌ହିପାରନ୍ତି ।[୯] [୧୦] ଅଭିନେତ୍ରୀ କୈନାଟ ଅରୋଡ଼ା ତାଙ୍କର ସମ୍ପର୍କୀୟ ଥିଲେ ।[୧୧]

ଦିବ୍ୟା ଯୁହୁ, ମୁମ୍ବାଇରେ ପଢ଼ୁଥିଲେ । ସେ ପଢ଼ାପଢ଼ିରେ ଏତେଟା ଭଲ ନ ଥିଲେ ଏବଂ କଥାଚିତ୍ର ଜଗତରେ ପ୍ରବେଶ ପୂର୍ବରୁ ୯ ଶ୍ରେଶୀ ଯାଏଁ ପଢ଼ିଥିଲେ ।[୧୨]

ଅଭିନୟ ଜୀବନ ସମ୍ପାଦନା

୧୯୮୮ ମସିହାରେ ଦିବ୍ୟା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ନନ୍ଦୁ ତୋଲାନି ତାକୁ ୧୯୯୦ର ଏକ ଚଳଚ୍ଚିତ୍ର ପାଇଁ ବାଛିଥିଲେ । ମାତ୍ର ପରେ ଏହି ଚଳଚ୍ଚିତ୍ରଟିରେ ଦିବ୍ୟାଙ୍କ ଭୂମିକାକୁ କାଟିଦିଆଯାଇଥିଲା ।[୧୩] କିର୍ତ୍ତି କୁମାର ମଧ୍ୟ ଦିବ୍ୟାଙ୍କୁ ଗୋବିନ୍ଦାଙ୍କ ସ‌ହ ରାଧା କା ସଙ୍ଗମ୍‌ରେ ନେବାକୁ ଚାହିଁଥିଲେ ମାତ୍ର ପରେ ପରେ ସେ ଦିବ୍ୟାଙ୍କ ସ୍ଥାନରେ ଜୁହି ଚାୱଲାଙ୍କୁ ନିଆଯାଇଥିଲା । [୧୩] ଦିବ୍ୟାଙ୍କର ପିଲାଳିଆମି ପାଇଁ ବୋଧହୁଏ ତାଙ୍କୁ ଏହି କଥାଚିତ୍ରରେ କାମ କରିବାର ସୁଯୋଗ ମିଳି ନ ଥିଲା ବୋଲି ଧରାଯାଏ ।[୧୪]

ତେଲୁଗୁ କଥାଚିତ୍ର ନିର୍ମାତା ଡି. ରାମନାଇଡ଼ୁ ଏକ ତେଲୁଗୁ ଚଳଚ୍ଚିତ୍ର ବବିଲି ରାଜାରେ ପ୍ରଥମେ ସୁଯୋଗ ଦେଇଥିଲେ ଦିବ୍ୟାଙ୍କୁ । ଏହି ଚଳଚ୍ଚିତ୍ରରେ ଦିବ୍ୟାଙ୍କ ସ‌ହ ରାମନାଇଡ଼ୁଙ୍କର ପୁଅ ଭେଙ୍କଟେଶ ଦଗୁପତ୍ତି ଅଭିନୟ କରିଥିଲେ । ଅନେକ ହିନ୍ଦୀ ଚଳଚ୍ଚିତ୍ର ହାତରୁ ଚାଲିଯିବା ପରେ ଶେଷରେ ଦିବ୍ୟା ଏହି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାକି ୧୯୯୦ରେ ମୁକ୍ତିଲାଭ କରିଥିଲା ଏବଂ ଉତ୍ତମ ବ୍ୟବସାୟ ମଧ୍ୟ କରିଥିଲା ।[୧୫]

ଦିବ୍ୟା ମାତ୍ର ଗୋଟି ତାମିଲ କଥାଚିତ୍ର ନିଲା ପେନ୍ନେରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଦିବ୍ୟାଙ୍କ ସ‌ହ ନାୟକ ଥିଲେ ଆନନ୍ଦ । ମାତ୍ର ଏହି ଚଳଚ୍ଚିତ୍ରଟି କାହାଣୀ ଦୃଷ୍ଟିରୁ ଏବଂ ବ୍ୟବସାୟ ଦୃଷ୍ଟିରୁ ସଫଳ ହୋଇ ପାରିନଥିଲା ।[୧୫]

ଏହା ପରେ ଦିବ୍ୟାଙ୍କୁ ମିଳିଥିଲା ଅନ୍ୟ ଏକ ହିନ୍ଦୀ କଥାଚିତ୍ର ବିଶ୍ୱାତ୍ମା, ଯେଉଁଥିରେ ସନ୍ନି ଦେଓଲ ତାଙ୍କ ସ‌ହ ଅଭିନୟ କରିଥିଲେ । ୧୯୯୨ ଜାନୁଆରୀ ୨ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୧୬] ୧୯୯୨ ଏବଂ ୧୯୯୩ରେ ଦିବ୍ୟା ୧୪ଟି ହିନ୍ଦୀ କାଥଚିତ୍ରରେ ଅଭିନୟ କରି ଏକ ବିରଳ ଅଭିଲେଖ ସୃଷ୍ଟି କରିଥିଲେ ।

ସନ୍ନି ଦେଓଲ, ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ୍‌ଙ୍କ ସ‌ହ ଦିବ୍ୟାଙ୍କର ଚଳଚ୍ଚିତ୍ର କ୍ଷତ୍ରିୟ ମୁକ୍ତିଲାଭ କରିଥିଲା ୨୬ ମାର୍ଚ୍ଚ ୧୯୯୩ରେ । ଏହା ଥିଲା ଦିବ୍ୟାଙ୍କର ଶେଷ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ମୁକ୍ତିଲାଭର ପରେ ମାତ୍ର ଗୋଟିଏ ସପ୍ତାହ ପରେ ଦିବ୍ୟାର ମୃତ୍ୟୁ ହୋଇଥିଲା ।[୧୭]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଦିବ୍ୟା ଗୋବିନ୍ଦାଙ୍କ ସ‌ହ ଏକ ଗୀତ ସୁଟିଂ କରୁଥିବା ବେଳେ ସାଜିଦ୍ ନାଦିଆୱାଲାଙ୍କୁ ଭେଟିଥିଲେ । ପରେ ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିଲେ ।[୧୦][୧୮] ଦିବ୍ୟା ସାଜିଦ୍‌ଙ୍କୁ ୧୦ ମଇ ୧୯୯୨ରେ ବିବାହ କରିଥିଲେ । [୧୯] ଦିବ୍ୟା ସାଜିଦ୍‌ଙ୍କୁ ବିବାହ କରିବା ପରେ ମୁସଲମାନଧର୍ମକୁ ପରିବର୍ତ୍ତିତ ହୋଇଯାଇଥିଲେ ଏବଂ ତାଙ୍କର ନାମ ପରିବର୍ତ୍ତନ କରି ସାନା ନାଦିଆୱାଲା ରଖିଦେଇଥିଲେ ।[୨୦][୨୧]

ମୃତ୍ୟୁ ସମ୍ପାଦନା

୫ ଅପ୍ରେଲ ୧୯୯୩ ଦିନ ପାଖାପାଖି ରାତି ୧୧ଟା ବେଳେ ଦିବ୍ୟା ମୁମ୍ବାଇର ଭେରସୋଭାଠାରେ ଥିବା ତୁଳସୀ ଆପାର୍ଟମେଣ୍ଟର ୫ମହଲା ଉପରୁ ତଳକୁ ଖସିପଡ଼ିଥିଲେ । ଏହାପରେ ତାଙ୍କୁ ତାଙ୍କର ପଡ଼ୋଶୀମାନଙ୍କ ସ‌ହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାଙ୍କୁ ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏତେ ଉପରୁ ତଳକୁ ତଳକୁ ପଡ଼ିଯିବା ଫଳରେ ଦିବ୍ୟାଙ୍କର ମୁଣ୍ଡର ପଛପଟେ ବ‌ହୁତ ଜୋର‌ରେ ଆଘାତ ଲାଗିଥିଲା ଯାହାଫଳରେ ତାଙ୍କର ମସ୍ତିସ୍କ ଅକାମୀ ହୋଇଯାଇଥିଲା ଏବଂ ମୃତ୍ୟୁ ଘଟିଥିଲା ।[୨୨] ତାଙ୍କର ମୃତ୍ୟୁର ରହସ୍ୟ କିଛି ବି ଜଣାପଡ଼ି ନ ଥିଲା । ଏବଂ ସେହି ସମୟରେ ଗଣମାଧ୍ୟମର ବିଭିନ୍ନ ପ୍ରକାରର ପ୍ରଚାର ହୋଇଥିଲା କି, ଅତ୍ୟଧିକ ନିଶା ପାଇଁ ଏପରି ହୋଇଥିଲା, କେହି ପଛରୁ ଧକ୍କା ଦେଇଥିଲେ, ଆତ୍ମହତ୍ୟା, ତାଙ୍କର ସ୍ୱାମୀ ଏବଂ ମାଫିଆଙ୍କରଦ୍ୱାରା ଏହି ସବୁ ହୋଇଥିଲା । [୨୩][୨୪][୨୫][୯] ୧୯୯୮ ମସିହାରେ ମୁମ୍ବାଇ ପୋଲିସ ଏହି ଘଟଣାକୁ ଏକ ଦୁର୍ଘଟଣା ଦର୍ଶାଇବା ସ‌ହ ଏହାର ଅନୁସନ୍ଧାନ ବନ୍ଦ କରିଥିଲା ।[୧୦] ୭ ଅପ୍ରେଲ ୧୯୯୩ରେ ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।[୨୨][୨୬]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ମନ୍ତବ୍ୟ
୧୯୯୦ ବବିଲି ରାଜା ରାଣୀ ତେଲୁଗୁ ପ୍ରଥମ ଅଭିନୀତ କଥାଚିତ୍ର
୧୯୯୦ ନିଲା ପେନ୍ନେ ସୂର୍ଯ୍ୟା ତାମିଲ ଏକମାତ୍ର ତାମିଲ କଥାଚିତ୍ର
୧୯୯୧ ନା ଇଲ୍ଲେ ନା ସ୍ୱର୍ଗମ୍ ପ୍ରତ୍ୟୁଷା ତେଲୁଗୁ
୧୯୯୧ ରାଓଡ଼ି ଅଲ୍ଲୁଡ଼ୁ ରେଖା ତେଲୁଗୁ
୧୯୯୧ ଆସେମ୍ବଲି ରାଓଡ଼ି ପୂଜା ତେଲୁଗୁ
୧୯୯୨ ଧର୍ମ କ୍ଷେତ୍ରମ୍ ପାୟଲ ତେଲୁଗୁ
୧୯୯୨ ବିଶ୍ୱାତ୍ମା କୁସୁମ ହିନ୍ଦୀ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୧୯୯୨ ଦିଲ୍ କା କ୍ୟା କସୁର୍ ସୀମା/ସାଲିନୀ ସକ୍ସେନା ହିନ୍ଦୀ
୧୯୯୨ ସୋଲା ଅଉର ସାବନମ୍ ଦିବ୍ୟା ଥାପର୍ ହିନ୍ଦୀ
୧୯୯୨ ଜାନ୍‌ ସେ ପ୍ୟାରା ଶର୍ମିଳା ହିନ୍ଦୀ
୧୯୯୨ ଦିୱାନା କାଜଲ ହିନ୍ଦୀ ଫିଲ୍ମ ଫେୟାର ପୁରସ୍କାର
୧୯୯୨ ବଳବାନ ଦୀପା ହିନ୍ଦୀ
୧୯୯୨ ଦୁସମନ ଜମାନା ସୀମା ହିନ୍ଦୀ
୧୯୯୨ ଦିଲ୍ ଆସମାନ୍ ହେ ଲୈଲା/ସୀତାରା ହିନ୍ଦୀ
୧୯୯୨ ଗୀତ୍ ନେହା ହିନ୍ଦୀ
୧୯୯୨ ସିତେମ୍ମା ମୋଗୁଡ଼ୁ ସିତେମ୍ମା ତେଲୁଗୁ
୧୯୯୨ ଦିଲ୍ ହି ତୋ ହେ ଭାରତୀ ହିନ୍ଦୀ
୧୯୯୩ କ୍ଷତ୍ରିୟ ତନଭି ସିଂ ହିନ୍ଦୀ ବଞ୍ଚିଥିବା ବେଳେ ଅନ୍ତିମ ଚଳଚ୍ଚିତ୍ର ମୁକ୍ତିଲାଭ
୧୯୯୩ ଥୋଲି ମୁଦ୍ଦୁ ଦିବ୍ୟା ତେଲୁଗୁ ମୃତ୍ୟୁପରେ ମୁକ୍ତିଲାଭ
୧୯୯୩ ରଙ୍ଗ କାଜଲ ହିନ୍ଦୀ ମୃତ୍ୟୁପରେ ମୁକ୍ତିଲାଭ
୧୯୯୩ ସତରଞ୍ଜ ରେଣୁ ହିନ୍ଦୀ ମୃତ୍ୟୁପରେ ମୁକ୍ତିଲାଭ

ଆଧାର ସମ୍ପାଦନା

  1. "Shah Rukh Khan's autobiography Twenty Years In A Decade to release soon". Daily News and Analysis. 7 June 2011. Retrieved 9 June 2017.
  2. "Divya Bharti created world record". daily.bhaskar.com. Retrieved 9 June 2017.
  3. "Looking at stars who died young". Rediff.com. 5 April 2011. Retrieved 9 June 2017.
  4. Chopra, Sonia (7 April 2008). "Divya's journey: The 'ageless' diva over the years". The Times of India. Archived from the original on 4 November 2013. Retrieved 9 June 2017.
  5. "Bollywood mysteries that remain unsolved even today". The Times of India. Retrieved 9 June 2017.
  6. "The sad truth: Celebs who committed suicide". India Today. Retrieved 9 June 2017.
  7. Anil Saari; Pārtha Caṭṭopādhyāẏa (2009). Hindi Cinema: An Insider's View. Oxford University Press. p. 222. ISBN 978-0-19-569584-7. Retrieved 9 June 2017.
  8. "Remembering Divya Bharti". BollySpice. Retrieved 9 June 2017.
  9. ୯.୦ ୯.୧ "Four Bollywood beauties unsolved death mysteries - Free Press Journal". www.freepressjournal.in. Retrieved 9 June 2017.
  10. ୧୦.୦ ୧୦.୧ ୧୦.୨ "Bollywood mysteries that remain unsolved even today - The Times of India". The Times of India. 30 September 2014. Retrieved 9 June 2017.
  11. "Divya Bharti's cousin Kainaat Arora to make Bollywood debut with Grand Masti | NDTV Movies.com". Movies.ndtv.com. 9 August 2013.
  12. "Early Life of Divya Bharti". Divya Bharti Portal. Retrieved 9 June 2017. Divya, who can be arguably termed India's Greta Garbo...
  13. ୧୩.୦ ୧୩.୧ Yashpal; Anand (journalist.) (1 January 2006). Divya. Sahitya Akademi. p. 266. ISBN 978-81-260-1797-3. Retrieved 9 June 2017.
  14. "Remembering Actress Divya Bharti – Rare Photos & Videos". merepix.com. Retrieved 9 June 2017.
  15. ୧୫.୦ ୧୫.୧ Ma Satya Bharti (1981). Death Comes Dancing: Celebrating Life With Bhagwan Shree Rajneesh. Routledge & Kegan Paul. p. 183. ISBN 978-0-7100-0705-6. Retrieved 9 June 2017.
  16. Subhash K. Jha; Amitabh Bachchan (1 November 2005). The Essential Guide to Bollywood. Mumbai: Roli Books Private Limited. p. 275. ISBN 978-81-7436-378-7. Retrieved 9 June 2017.
  17. Gulzar; Govind Nihalani; Saibal Chatterjee (2003). Encyclopaedia of Hindi Cinema. Popular Prakashan. p. 659. ISBN 978-81-7991-066-5. Retrieved 9 June 2017.
  18. "Actresses who married in their teenage - The Times of India". The Times of India. 15 January 2014. Retrieved 9 June 2017.
  19. "B'day: गोविंदा ने कराई थी साजिद-दिव्या की मुलाकात, चुपके से की थी शादी". Dainik Bhaskar. 18 February 2015. Retrieved 9 June 2017.
  20. Khalid Mohamed. "After 23 Years, Divya Bharti's Death Still Remains a Mystery". The Quint. Retrieved 9 June 2017.
  21. "PHOTOS: Who killed Divya Bharti ?". Sahara Samay. Retrieved 9 June 2017.
  22. ୨୨.୦ ୨୨.୧ Roshmila Bhattacharya (24 April 2011). "Too young to die". Hindustan Times. Retrieved 9 June 2017.
  23. Neha Borkar (25 February 2015). "10 Celebrities Who Died Under Mysterious Circumstances". indiatimes.com. Retrieved 9 June 2017.
  24. Priyanko Sarkar. "10 Bollywood Personalities Who Died Mysteriously". www.mensxp.com. Archived from the original on 3 June 2017. Retrieved 9 June 2017.
  25. "PHOTOS: Who killed Divya Bharti ?". Sahara Samay. Retrieved 9 June 2017.
  26. Farhana (5 April 2016). "Remembering Divya Bharti". filmfare.com. Retrieved 9 June 2017.

ଅଧିକ ତ‌ଥ୍ୟ ସମ୍ପାଦନା