ଦାଶରଥୀ ଜେନା
ଦାଶରଥୀ ଜେନା (୨୦ ଜାନୁଆରୀ ୧୯୫୦ - ୨୫ ମଇ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଦାଶରଥୀ ଜେନା | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଜୟଦେବ ଜେନା |
ପର ଅଧିକାରୀ | ଜୟଦେବ ଜେନା |
ନିର୍ବାଚନ ମଣ୍ଡଳୀ | ଆନନ୍ଦପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜାନୁଆରୀ ୨୦, ୧୯୫୦ |
ମୃତ୍ୟୁ | ୨୫ ମଇ ୨୦୦୧ | (ବୟସ ୫୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ଚମ୍ପାବତୀ ଜେନା |
ସନ୍ତାନ | ୨ ପୁଅ |
ବାପା/ବୋଉ | ଦୁରୁଜୁ ଜେନା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପରିବାର ଓ ଶିକ୍ଷା
ସମ୍ପାଦନାଦାଶରଥୀ ଜେନା ୧୯୫୦ ମସିହାର ଜାନୁଆରୀ ମାସ ୨୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁରୁଜୁ ଜେନା । ତାଙ୍କର ପତ୍ନୀଙ୍କ ନାମ ଚମ୍ପାବତୀ ଜେନା । ଦାଶରଥୀଙ୍କର ୨ ପୁଅ ଥିଲେ ।
ରାଜନୈତିକ ଜୀବନ
ସମ୍ପାଦନାଦାଶରଥୀ ଜେନା ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଦାଶରଥୀ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୭,୮୦୪ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।[୨] ଏହି ନିର୍ବାଚନର ବିଜୟୀ ପ୍ରାର୍ଥୀ ଜୟଦେବ ଜେନା ତାଙ୍କୁ ୧୩,୭୫୬ ଖଣ୍ଡ ଭୋଟରେ ପରାସ୍ତ କରିଥ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଦାଶରଥୀ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୮,୯୪୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୧୫,୬୩୩ ଖଣ୍ଡ ଭୋଟରେ ପରାଜିତ କରିଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ସମ୍ପାଦନାଦାଶରଥୀ ଜେନା ୨୦୦୧ ମସିହାର ମଇ ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Late Dasarathi Jena". odishaassembly.nic.in. Odisha Assembly. Retrieved 7 July 2019.
- ↑ ୨.୦ ୨.୧ "Orissa 1985". Election Commission of India (in Indian English). Retrieved 2019-06-27.
- ↑ ୩.୦ ୩.୧ "Orissa 1990". Election Commission of India (in Indian English). Retrieved 2019-06-27.