ଦହିଦହିଆ ଏକ ଲତା ଜାଦୀୟ ଉଦ୍ଭିଦ । ଏହାର ପତ୍ରଗୁଡ଼ିକ ଲତାବେଙ୍କୋଳୀ ପତ୍ରପରି ଦିଶିଲେ ବି ଆକାରରେ ସାନ ହୋଇଥାଏ । ଏହାର ପତ୍ରର ଆକାର ହରିଣ ଖୁରାପରି ହୋଇଥିବାରୁ ହିନ୍ଦିରେ ଏହାକୁ ହିରନଖୁରୀ ବୋଲି କହିଥାନ୍ତି। କେତେଗୋଟି ପତ୍ରକୁ ନେଇ ପାଣିରେ ଚକଟି କିଛି ସମୟ ରଖିଦେଲେ, ତାହା ଦହିପରି ବସିଯାଏ । ସେଥିପାଇଁ ଏଇ ଗଛକୁ ଗୋରଖ ଦହି, ଦହିଦହିଆ ବା ସାଧାରଣରେ ଦ’ଦୟା ବୋଲି କହିଥାନ୍ତି। ଏଇ ବସିଯାଇଥିବା ପଦାର୍ଥକୁ ଦ’ଦୟା ଛେନା ବୋଲି କହନ୍ତି । ପିଲାଏ ଏଥିରେ ଅଳ୍ପ ମିଠା ପକାଇ ଖାଆନ୍ତି । ଏହା ପୁଷ୍ଟିକର ଏବଂ ଧାତୁବର୍ଧକ ।

ଦହିଦହିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Ranunculales
କୁଳ: Menispermaceae
ପ୍ରଜାତି: Tinospora
ଜାତି: T. tomentosa
ବାଇନୋମିଆଲ ନାମ
Tinospora tomentosa
(Thunb.) Miers

ବିବିଧ ଭାରତୀୟ ପ୍ରାଦେଶିକ ନାମ ସମ୍ପାଦନା

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଦହିଦହିଆ, ଗୋରଖଦହି
ସଂସ୍କୃତ କାନ୍ତିବତୀ, ସ୍ତମ୍ଭବତୀ, ଗୋରଖ ଦହି ଓ ଦଧିସର୍ଜିନୀ
ହିନ୍ଦୀ ହିରନଖୁରୀ
ତେଲୁଗୁ ଦହିଆଚେଟ୍ଟୁ, ଦଧିମାନୀ ଚେଟ୍ଟୁ
ବଙ୍ଗଳା ଦଧିରପାତା, ଦହିଦହିଆ, ଦହିଆଳୁ

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

ଏହା ମଧୁରରସ, ଶୀତବୀର୍ଯ୍ୟ, ଲଘୁପାକ, ବଳକର, ବୀର୍ଯ୍ୟବର୍ଧକ,ସ୍ନିଗ୍ଧ, ରସାୟନ, ଅଗ୍ନିବର୍ଧକ, ମସ୍ତିସ୍କ ଅସ୍ଥିରତା, ଜ୍ୱର, ବାତ, ପିତ୍ତ, ବ୍ରଣ, ଅଜୀର୍ଣ୍ଣ, ବିଷଦୋଷ, ଦୁର୍ବଳତା, ମସ୍ତିସ୍କଭ୍ରମ ଓ ସମସ୍ତପ୍ରକାର ଧାତୁରୋଗର ବିନାଶକ ଅଟେ।

ବ୍ୟବହାର ସମ୍ପାଦନା

ଏହାର ସର୍ବାଙ୍ଗକୁ ଔଷଧ ରୂପେ ବ୍ୟବହାର କରାଯାଏ। ଧାତୁପୁଷ୍ଟି, ଶୁକ୍ରତାରଲ୍ୟ, ସ୍ୱପ୍ନଦୋଷ ଓ ପ୍ରମେହର ଚିକିତ୍ସାରେ ମିଶ୍ରି ଅଥବା ମହୁ ସହିତ ଏହାର ପ୍ରୟୋଗ କରାଯାଏ । ଏହାଛଡା ଅତିସାର ଓ ଗ୍ରହଣୀ ଆଦି ରୋଗରେ ଗୋଲମରିଚ ସହିତ ଏହାର ଉପଯୋଗ ହୋଇଥାଏ। ହାତପାଦର ଦାହପାଇଁ ଏହାର ବ୍ୟବହାର ହୋଇଥାଏ ।

ବାହାର ଆଧାର ସମ୍ପାଦନା

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
  • zipcodezoo.com: Tinospora tomentosa