ତ୍ରିଲୋଚନ ପ୍ରଧାନ

ଓଡ଼ିଆ ବୈଜ୍ଞାନିକ

ତ୍ରିଲୋଚନ ପ୍ରଧାନ (୩ ଜାନୁଆରୀ ୧୯୨୯ - ୦୪ ଡିସେମ୍ବର ୨୦୨୧), ଭାରତର ଜଣେ ବୈଜ୍ଞାନିକ ଓ ଲେଖକ ଥିଲେ । ସେ ଭୁବନେଶ୍ୱରସ୍ଥିତ ଭୌତିକୀ ସଂସ୍ଥାନର (Institute of Physics) ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତ୍ରିଲୋଚନ ପ୍ରଧାନ
ଜନ୍ମ(1929-01-03)୩ ଜାନୁଆରୀ ୧୯୨୯
ଘଣାଶାଳିଆ,ନୟାଗଡ଼ ଜିଲ୍ଲା
ମୃତ୍ୟୁ୪ ଡିସେମ୍ବର ୨୦୨୧(2021-12-04) (ବୟସ ୯୨)
ଭୁବନେଶ୍ୱର
ଜାତୀୟତାଭାରତୀୟ
ଶିକ୍ଷାପି.ଏଚ.ଡି (ଚିକାଗୋ ବିଶ୍ୱବିଦ୍ୟାଳୟ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ,
ପ୍ରସିଦ୍ଧିବୈଜ୍ଞାନିକ
ପୁରସ୍କାରପଦ୍ମ ଭୂଷଣ, କଳିଙ୍ଗ ସମ୍ମାନ

ତ୍ରିଲୋଚନ ପ୍ରଧାନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ନୟାଗଡ଼ ଜିଲ୍ଲାର ଘଣାଶାଳିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତକରି, ଚିକାଗୋ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ହିଁ ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ,ସେ କଲିକତାସ୍ଥିତ ସାହା ଆଣବିକ ଭୌତିକ ବିଜ୍ଞାନ ସଂସ୍ଥାନରେ (Saha Institute of Nuclear Physics) ଜଣେ ସହାୟକ ପ୍ରାଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ସମୟ କ୍ରମେ, ସେ ସେହି ଅନୁଷ୍ଠାନରେ ଆଣବିକ ଭୌତିକ ବିଜ୍ଞାନ(Nuclear Physics) ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ୧୯୭୨ ମସିହାରେ ଭୁବନେଶ୍ୱରରେ ଭୌତିକୀ ସଂସ୍ଥାନ ପ୍ରତିଷ୍ଠା କରାଗଲା ଓ ଶ୍ରୀ ପ୍ରଧାନ ଏହି ଅନୁଷ୍ଠାନରେ ପ୍ରଥମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟଭାରେ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[] ସେ, ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଏନରିକୋ ଫର୍ମୀଙ୍କଠାରୁ କ୍ୱାଣ୍ଟମ ଯାନ୍ତ୍ରୀକି (Quantum Mechanics) ବିଷୟରେ ଶିକ୍ଷାଗ୍ରହଣ କରିଥିଲେ ଓ ଏସ୍. ଚନ୍ଦ୍ରଶେଖରଙ୍କ ସହ ଜଣେ ଅନୁସନ୍ଧାନ ସହଯୋଗୀ ହିସାବରେ କାମ କରିବାର ସୁଯୋଗ ପାଇଥିଲେ । ସେ ଭାରତୀୟ ବିଜ୍ଞାନ ଅକାଦେମୀ, ବାଙ୍ଗାଲୋର ସହିତ ମଧ୍ୟ ସଂଶ୍ଲିଷ୍ଟ ଅଥିଲେ । []

୨୦୨୧ ମସିହା ଡିସେମ୍ବର ୪ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[]

ଲିଖିତ ପୁସ୍ତକ

ସମ୍ପାଦନା
  • ଦି ଫୋଟୋନ (ନୋଭା ସାଇନ୍ସ ପବ୍ଳିସରସ, ନ୍ୟୁୟର୍କ) - ୨୦୦୧[]
  • କ୍ୱାଣ୍ଟମ ମେକାନିକ୍ସ (ୟୁନିଭରସିଟି ପ୍ରେସ ହାଇଦରାବାଦ) []
  • ଇଲେକଟ୍ରୋନ କ୍ୟାପଚର ବାୟ ପ୍ରୋଟୋନସ ପାସିଙ୍ଗ ଥ୍ରୁ ହାଇଡ୍ରୋଜେନ[]

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ପଦ୍ମ ଭୂଷଣ, ଭାରତର ୩ୟ ସର୍ବୋଚ୍ଚ ବେସାମରିକ ସମ୍ମାନ - ୧୯୯୦[]
  • କଳିଙ୍ଗ ସମ୍ମାନ, ୨୦୧୪[]
  • ମେଘନାଦ ସାହା ପୁରସ୍କାର, ୧୯୮୦
  1. Jagannath Mohanty; Sudhansu Mohanty (1 January 2006). In Quest of Quality Education and Literature: An Autobiography. Deep & Deep Publications. pp. 190–. ISBN 978-81-7629-764-6.
  2. ODISHA Reference Year Book 2014. B.K.PUBLICATIONS PVT. LTD. pp. 776–777. ISBN 9789380422541.
  3. "Renowned Odia Physicist & Padma Bhushan Awardee Trilochan Pradhan passes away". www.kalingatv.com. kalinga tv. Archived from the original on 4 December 2021. Retrieved 4 December 2021.
  4. Trilochan Pradhan (1 January 2001). The Photon. Nova Publishers. ISBN 978-1-56072-928-0.
  5. Trilochan Pradhan (2009). Quantum Mechanics. Anshan. ISBN 978-1-84829-038-9.
  6. Trilochan Pradhan (1956). Electron Capture by Protons Passing Through Hydrogen. University of Chicago, Department of Physics.
  7. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2014-06-09. {{cite web}}: Cite has empty unknown parameter: |1= (help)
  8. "Physicist Trilochan Pradhan gets Kalinga Samman". Business Standard. Retrieved 26 November 2015.