ତ୍ରିନାଥ ସରାବ

ଓଡ଼ିଆ ରାଜନୀତିଜ୍ଞ

ତ୍ରିନାଥ ସରାବ (୫ ଫେବୃଆରୀ ୧୯୨୫ – ୨୭ ମାର୍ଚ୍ଚ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତ୍ରିନାଥ ସରାବ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀମହେଶ୍ୱର ନାଏକ
ପର ଅଧିକାରୀଉଦିତ ପ୍ରତାପ ଦେଓ
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-02-05)୫ ଫେବୃଆରୀ ୧୯୨୫
ମୃତ୍ୟୁ୨୭ ମାର୍ଚ୍ଚ ୧୯୯୮(1998-03-27) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀସାବିତ୍ରୀ ସରାବ
ବାପା/ବୋଉଦୀନବନ୍ଧୁ ସରାବ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ତ୍ରିନାଥ ସରାବ ୧୯୨୫ ମସିହାର ଫେବୃଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୀନବନ୍ଧୁ ସରାବ ଓ ପତ୍ନୀଙ୍କ ନାମ ସାବିତ୍ରୀ ସରାବ ।[୧]

ରାଜନୈତିକ ଜୀବନ ସମ୍ପାଦନା

ତ୍ରିନାଥ ସରାବ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ତ୍ରିନାଥ ସରାବ ୧୯୯୮ ମସିହାର ମାର୍ଚ୍ଚ ୨୭ ତାରିଖରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Trinath Sarab". odishaassembly.nic.in. Odisha Assembly. Retrieved 12 June 2021.