ତୀଜନ ବାଇ

ଭାରତୀୟ ଗାୟିକା

ତୀଜନ ବାଇ (ଜନ୍ମ ୮ ଅଗଷ୍ଟ ୧୯୫୬) ଛତିସଗଡ଼ର ଜଣେ ପାରମ୍ପରିକ ପଣ୍ଡବାନି (Pandavani) କଳାକାର ଥିଲେ ଯିଏ ମହାଭାରତ ଗାଥାକୁ ବାଦ୍ୟ ସଙ୍ଗୀତ ବ୍ୟାଖ୍ୟା କରି ମଞ୍ଚରେ ପ୍ରଦର୍ଶନ କରୁଥିଲେ ।


Teejan Bai
ଜନ୍ମ (1956-08-08) ୮ ଅଗଷ୍ଟ ୧୯୫୬ (ବୟସ ୬୮)
Ganiyari village, Durg, Chhattisgarh
ବୃତ୍ତିPandavani Folk Singer
ବୈବାହିକ-ସାଥୀTukka Ram
ପୁରସ୍କାରPadma Vibhushan 2019
Padma Bhushan 2003
Padma Shri 1987
Sangeet Natak Akademi Award 1995 Fukuoka Prize 2018

ତାଙ୍କୁ ଭାରତ ସରକାର ୧୯୮୭ ମସିହାରେ ପଦ୍ମଶ୍ରୀ ଓ ୨୦୦୩ ମସିହାରେ ପଦ୍ମ ଭୂଷଣ ଓ ୨୦୧୯ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ ତ‌ଥା ଭାରତର ଜାତୀୟ ସଙ୍ଗୀତ, ନୃତ୍ୟ ଓ ନାଟକ ଏକାଡେମୀ ତରଫରୁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୧୯୯୫ ମସିହାରେ ପ୍ରଦାନ କରାଯାଇଥିଲା ।

ପ୍ରାକ୍ ଜୀବନ

ସମ୍ପାଦନା

ଭିଲାଇର ୧୪ କିମି ଉତ୍ତରକୁ ଥିବା ଗନିୟାରି ଗ୍ରାମର ଚୁନୁକ ଲାଲ ପାଢ଼ି ଓ ତାଙ୍କ ପତ୍ନୀ ସୁଖବତୀଙ୍କ ଔରଷରୁ ତୀଜାନ ବାଇ ଜନ୍ମ ଗ୍ରହଣ କରିଥିଲେ । [] ସେ ଛତିଶ ଗଡ଼ର ପାଢି ଜନ‌ଜାତି ଲୋକ ଥିଲେ ।

ସେ ପାଞ୍ଚ ସନ୍ତାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ । ତାଙ୍କ ଅଜା ବ୍ରିଜଲାଲ ପାଢ଼ି ମହାଭାରତ ବର୍ଣ୍ଣନା କରୁଥିବା ଶୁଣିଥିଲେ ଯାହା ଛତିଶଗଡ଼ି ଲେଖକ ସବଲ ସିଂ ଚୌହାନ ହିନ୍ଦୀ ଭାଷାରେ ରଚନା କରିଥିଲେ । ଏହା ଶୁଣି ତୀଜନ ଆକର୍ଷିତ ହୋଇଥିଲେ ଓ ପସନ୍ଦ କରିଥିଲେ । ସେ ତା ମଧ୍ୟରୁ ଆନେକ ଗୁଡ଼ିଏ ଲେଖା କଣ୍ଠସ୍ଥ କରିଥିଲେ ଓ ପରବର୍ତ୍ତୀ କାଳରେ ଉମେକ ସିଂ ଦେଶମୁଖଙ୍କଠାରୁ ପ୍ରଶିକ୍ଷଣ ପାଇଥିଲେ ।

ବୃତ୍ତି

ସମ୍ପାଦନା

ମାତ୍ର ୧୩ ବର୍ଷ ବୟସରେ ସେ ପଡ଼ୋଶୀ ଗ୍ରମ ଚନ୍ଦ୍ରଖୁରିରେ ୧୦ ଟଙ୍କା ପାରିଶ୍ରମିକ ପାଇ ପ୍ରଥମ ସାର୍ବଜନୀନ ପ୍ରଦର୍ଶନ କରିଥିଲେ ଯେଉଁଥିରେ ସେ ପଣ୍ଡବାନିର ବେଦମତୀ ଶୈଳୀରେ ସେ ପ୍ରଥମ ଥର ପାଇଁ ଗାଇଥିଲେ ଓ ତା' ପୂର୍ବରୁ ପରମ୍ପରା ଅନୁସାରେ ମହିଳାମାନେ ବେଦମତୀ ବୈଠକି ଶୈଳୀରେ ଗାଉଥିଲେ । ପୂର୍ବରୁ ଏହିଭଳି ଗୀତ କେବଳ ପୁରୁଷମାନେ ଗାଉଥିଲେ ଯାହା ସ ଅତି ବଡ଼ ପାଟିରେ ଠିଆ ହୋଇ ତାଙ୍କର ସ୍ୱତନ୍ତ୍ର ଗଳାରେ ଗାଇଥିଲେ ।[]

ଏହି ଘଟଣାର ଅଳ୍ପ ଦିନ ପରେ ସେ ପଡ଼ୋଶୀ ଗ୍ରମାମାନଙ୍କରେ ବିଖ୍ୟାତ ହୋଇଗଲେ ଓ ବିଭିନ୍ନ ବିଶେଷ ଘଟଣାରେ ଓ ଉତ୍ସବରେ ନିମନ୍ତ୍ରଣ ପାଇ ପ୍ରଦର୍ଶନ କରିଥିଲେ ।

ଏକଦା ମଧ୍ୟ ପ୍ରଦେଶର ଜଣେ ଥିଏଟର କଳାକାର ହବିବ ତନବିର ତାଙ୍କ ପ୍ରତିଭା ଦେଖି ପ୍ରଭାବିତ ହେଲେ ଓ ସେତେବେଳର ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାକୁ ଡକରା ପାଇ ଗଲେ ଓ ପ୍ରଦର୍ଶନ କରିଥିଲେ । ସମୟକ୍ରମେ ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇ ୧୯୮୭ ମସିହାର ପଦ୍ମଶ୍ରୀ,[] ୧୯୯୫ ମସିହାର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୦୩ରେ ପଦ୍ମ ଭୂଷଣ ପାଇଥିଲେ ।

୧୯୮୦ ମସିହାରୁ ଆରମ୍ଭ କରି ସେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ ବିଭିନ୍ନ ଦେଶ ଯେପରିକି ଇଂଲଣ୍ଡ, ଫ୍ରାନ୍ସ, ସ୍ୱିଜରଲାଣ୍ଡ, ଜର୍ମାନୀ, ତୁର୍କୀ, ଟ୍ୟୁନିସିଆ, ମାଲଟା, ସାଇପ୍ରସ, ରୋମାନିଆ ଓ ମରିସସ ଭଳି ଦେଶମାନଙ୍କୁ ଯାଇ ସେଠାରେ ପ୍ରଦର୍ଶନ କରିଥିଲେ ।[] ଜ‌ୱାହରଲାଲ ନେହୁରୁଙ୍କ 'ପୁସ୍ତକ ଭାରତ ଏକ ଖୋଜ' ଉପରେ ପର୍ଯ୍ୟବେଶିତ ଶ୍ୟାମ ବେନେଗଲଙ୍କର ମହାଭାରତ ଟିଭି ସିରିଆଲରେ ସେ କେତେକ ଦୃଶ୍ୟରେ ପ୍ରଦର୍ଶନ କରିଥିଲେ []

ଏବେ ମଧ୍ୟ ସେ ଦର୍ଶକ ଓ ଶ୍ରୋତାମାଙ୍କୁ ସାରା ପୃଥିବୀରେ ତାଙ୍କର ସଶକ୍ତ ଗଳାରେ ଅପୂର୍ବ ଲୋକ ସଙ୍ଗୀତ ଗାଇ ଶୁଣଉଛନ୍ତି ଓ ପରବର୍ତ୍ତୀ ପିଢ଼ିକୁ ତାଙ୍କର ଗୀତ ପ୍ରଦାନ କରୁଛନ୍ତି । ସେ ୨୦୧୯ ମସିହାର ସର୍ବଶ୍ରେଷ୍ଠ ପଦ୍ମ ବିଭୂଷଣ ସମ୍ମାନ ପାଇଛନ୍ତି ।


  1. Pandavani
  2. The Hindu, 13 December 2004
  3. "Ahmadabad, 23 February 2000". Archived from the original on 6 November 2004. Retrieved 27 February 2022.
  4. Teejan Bai, Rediff.com
  5. YouTube: Bharat Ek Khoj - Episode 5 - Mahabarata I