ତାରାପ୍ରସାଦ ଜେନା

ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର ଓ ଶିଶୁ ସାହିତ୍ୟିକ

ତାରାପ୍ରସାଦ ଜେନା (ଜନ୍ମ: ୩ ମାର୍ଚ୍ଚ ୧୯୬୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର ଓ ଶିଶୁ ସାହିତ୍ୟିକ । ସମାଜ, ପ୍ରଜାତନ୍ତ୍ର, ସମ୍ବାଦ, ଧରିତ୍ରୀ ଆଦି ଖବରକାଗଜ ଏବଂ ଶିଶୁସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କ ରଚନାବଳୀ ପ୍ରକାଶ ପାଇଛି । ଓଡ଼ିଆ ଶିଶୁ ସାହିତ୍ୟ ପରିଷଦର ସେ ଜଣେ ଆଜୀବନ ସଦସ୍ୟ ।[]

ତାରାପ୍ରସାଦ ଜେନା
ଜନ୍ମ ଓ ଜନ୍ମସ୍ଥାନ (1961-03-03) ୩ ମାର୍ଚ୍ଚ ୧୯୬୧ (ବୟସ ୬୩)
ମୃତ୍ୟୁଗୋଡ଼ିପାଟଣା ସାହି, ରଣପୁର ନୟାଗଡ଼
ଭାଷାଓଡ଼ିଆ
ଜାତୀୟତା ଭାରତୀୟ

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ତାରାପ୍ରସାଦ ଜେନା ନୟାଗଡ଼ ଜିଲ୍ଲାର ରଣପୁର ଅନ୍ତର୍ଗତ ଗୋଡ଼ିପାଟଣା ସାହିରେ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଣେ ଶିକ୍ଷକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ତାଙ୍କ ରଚନାରେ ଗ୍ରାମୀଣ ପରିବେଶର ଚିତ୍ରଣ ଓ ଶବ୍ଦର ବ୍ୟବହାର ଦେଖିବାକୁ ମିଳିଥାଏ । ସେ ବିଶେଷତଃ ଗୀତିକବିତା ରଚନା କରିଛନ୍ତି ।

ରଚନାବଳୀ

ସମ୍ପାଦନା
  • ମୋ କାଳିଆ ଧନ (୧୯୮୦)
  • ଠେଙ୍ଗା ବିଚାର (ଗୀତିନାଟ୍ଯ, ୨୦୦୦)
  • କୁହୁକ ପର ( ୨୦୧୦)
  • ମା' ମଣିନାଗ ଭଜନମାଳା (୨୦୧୬)
  1. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୧୫. ISBN 81-903352-2-7.