ତାକଲାମାକାନ ମରୁଭୂମି

ଉତ୍ତର-ପଶ୍ଚିମ ଚୀନର ଏକ ମରୁଭୂମି

ତାକଲାମାକାନ ମରୁଭୂମି (ଇଂରାଜୀରେ Taklamakan Desert; ଅନ୍ୟ ଉଚ୍ଚାରଣ - ତକଲିମକାନତେକଲିମକାନ) ଉତ୍ତର-ପଶ୍ଚିମ ଚୀନର ଜିନଜିଆଂଗ୍ ପ୍ରଦେଶର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଏହି ମରୁଭୂମିର ଦକ୍ଷିଣକୁ କୁନ୍‍ଲୁନ୍ ପର୍ବତମାଳା, ପଶ୍ଚିମରେ ପାମିର ଓ ଟିଆନ୍ ଶାନ୍ ପର୍ବତମାଳା ଏବଂ ପୂର୍ବରେ ଗୋବି ମରୁଭୂମି ରହିଛନ୍ତି ।

ତାକଲାମାକାନ ମରୁଭୂମି
Taklamakan desert.jpg
ତାକଲାମାକାନ ମରୁର ଏକ ଚିତ୍ର
Tarimrivermap.png
ମାନଚିତ୍ରରେ ତାକଲାମାକାନ ମରୁଭୂମି ଓ ତରିମ୍ ଉପତ୍ୟକା
Area୩୩୭୦୦୦ ବର୍ଗ କିଲୋମିଟର
Geography
Countryଚୀନ
State/Provinceଜିନ୍‍ଜିଆଂ
Coordinates38°54′N 82°12′E / 38.9°N 82.2°E / 38.9; 82.2Coordinates: 38°54′N 82°12′E / 38.9°N 82.2°E / 38.9; 82.2

ମୂଳ ପାରସ୍ୟ ଭାଷାରୁ ଗୃହୀତ ଶବ୍ଦର ଉଇଘୁର୍ ଲୋକଙ୍କ ଭାଷାରେ ରୂପାନ୍ତରଣରୁ ଏହି ମରୁଭୂମିର ନାମ ପଡ଼ିଥାଇପାରେ । ପାରସ୍ୟ ଭାଷାରେ ତର୍କ୍ ଶବ୍ଦର ଅର୍ଥ ହେଲା ପରିତ୍ୟକ୍ତ ଓ ମକାନ ଶବ୍ଦର ଅର୍ଥ ହେଲା ସ୍ଥାନ ।[୧][୨] କିଛି ଉତ୍ସ ଅନୁସାରେ ତାକଲାମାକାନ ଶବ୍ଦର ଅର୍ଥ ହେଲା "ଅଫେରନ୍ତା ସ୍ଥାନ" ବା "ଥରେ ସେଠାକୁ ଗଲେ ଆଉ ଫେରିହେବ ନାହିଁ" ।[୩][୪][୫] ଆଉ ଏକ ପ୍ରସ୍ତାବ ଅନୁସାରେ ଚଗାତାଇ ଭାଷାରେ ଟକ୍‍ଲାର୍ ମକାନ୍ ଶବ୍ଦର ଅର୍ଥ ହେଲା "ବିଧ୍ୱସ୍ତ ସ୍ଥାନ" ।[୬][୭]

ଭୂଗୋଳସମ୍ପାଦନ କରନ୍ତୁ

 
ଖ୍ରୀ.ଅ. ତୃତୀୟ ଶତାବ୍ଦୀର ଜନବସତି
 
ନାସା ୱଲ୍ଡ୍ ୱିଣ୍ଡ୍ଦ୍ୱାରା ପ୍ରକାଶିତ ତାକଲାମାକାନର ଚିତ୍ର

ତାକଲାମାକାନ ମରୁଭୂମିର କ୍ଷେତ୍ରଫଳ ପ୍ରାୟ ୩୩୭୦୦୦ ବର୍ଗ କିଲୋମିଟର୍ ।[୮] କ୍ଷେତ୍ରଫଳ ଦୃଷ୍ଟିରୁ ବିଚାର କଲେ ଜର୍ମାନୀ ଦେଶଠାରୁ ଏହି ମରୁଭୂମି ଅଳ୍ପ ଛୋଟ । ୧୦୦୦ କି.ମି. ଦୀର୍ଘ ଓ ୪୦୦ କି.ମି. ଓସାର ତରିମ୍ ଉପତ୍ୟକା ତାକଲାମାକାନ ମରୁଭୂମିର ଅଂଶବିଶେଷ । ମରୁଭୂମିର ଉତ୍ତର ଓ ଦକ୍ଷିଣରେ ରେଶମ ପଥର ଦୁଇଟି ଶାଖା ଯାଇଛି ଏବଂ ଯାତ୍ରୀମାନେ ଏହି ଶୁଷ୍କ ମରୁଭୂମି ଦେଇ ଯିବା ପସନ୍ଦ କରୁନଥିଲେ ।[୯] ସ୍ଥାନାନ୍ତରିତ ବାଲିରେ ପୂର୍ଣ୍ଣ ବିଶ୍ୱର ମରୁଭୂମିମାନଙ୍କ ମଧ୍ୟରେ ଏହା ଦ୍ୱିତୀୟ ବୃହତ୍ତମ ମରୁଭୂମି । ତାକଲାମାକାନର ୮୫% ଭାଗ ସ୍ଥାନାନ୍ତରିତ ବାଲୁକା ରାଶିଦ୍ୱାରା ପୂର୍ଣ୍ଣ ।[୧୦] କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ୱର ସମସ୍ତ ମରୁଭୂମି ମଧ୍ୟରେ ଏହାର ସ୍ଥାନ ୧୬ତମ ।[୧୧] ବହୁ ଭୂଗୋଳବିତ୍ ଓ ଭୂବିଜ୍ଞାନୀ ଗୋବି ଏବଂ ତାକଲାମାକାନକୁ ଦୁଇଟି ସ୍ୱତନ୍ତ୍ର ଅଞ୍ଚଳ ବୋଲି ବିଚାର କରିଥାନ୍ତି ।

ତାକଲାମାକାନ ମରୁଭୂମିରେ ଚୀନ ଦୁଇଟି ରାଜପଥ ନିର୍ମାଣ କରିଛି ଯାହା ମରୁଭୂମିକୁ ଅତିକ୍ରମ କରି ଅପର ପଟକୁ ଯାଇଛନ୍ତି । ତରିମ୍ ମରୁଭୂମି ରାଜପଥ ମରୁଭୂମିର ଉତ୍ତର-ଦକ୍ଷିଣ ଦିଗରେ ଲୁଣ୍ଟାଇ ଓ ହୋତାନକୁ ସଂଯୁକ୍ତ କରୁଥିବା ବେଳେ ପୂର୍ବ-ପଶ୍ଚିମ ଦିଗରେ ରୋଚିଆଂଗ୍ ଓ ବାୟିଂଗୋଲକୁ ସଂଯୁକ୍ତ କରେ । ବିଗତ କିଛି ବର୍ଷରେ ତାକଲାମାକାନ ମରୁଭୂମି ଆଖ ପାଖର ଗ୍ରାମ ଓ ଚାଷଜମି ଆଡ଼କୁ ମାଡ଼ି ଯାଇ ସାମାନ୍ୟ ସଂପ୍ରସାରିତ ହୋଇଛି ।

ଗୋଲମୁଡ୍-କୋର୍ଲା ରେଳପଥ ମଧ୍ୟ ତାକଲାମାକାନ ମରୁଭୂମି ମଧ୍ୟ ଦେଇ ଯାଇଛି ।

ଜଳବାୟୁସମ୍ପାଦନ କରନ୍ତୁ

 
ୟାରନନ୍ଦ ଅଞ୍ଚଳର ଜଣେ ମରୁବାସିନ୍ଦା
 
ନାସାର ଲ୍ୟାଣ୍ଡ୍ ସାଟ୍-୭ ଉଠାଇଥିବା ତାକଲାମାକାନର ବାଲୁକାରାଶିର ଚିତ୍ର

ମୌସୁମୀ ବାୟୁ ହିମାଳୟ ଯୋଗୁଁ ତାକଲାମାକାନରେ ପହଞ୍ଚି ନପାରୁଥିବାରୁ ଏପରି ଶୁଷ୍କ ମରୁ ସୃଷ୍ଟି ହୋଇଛି । ପୁଣି ତାକଲାମାକାନ ହିମାଳୟର ଅପର ପାର୍ଶ୍ୱରେ ରହିଥିବା ତାକଲାମାକାନର ଜଳବାୟୁ ମଧ୍ୟ ଶୀତଳ । ତେଣୁ ଏହାକୁ ଏକ ଶୀତଳ ମରୁ କୁହାଯିବ । ଶୀତ ଋତୁରେ ଏଠାରେ ତାପମାତ୍ରା -୨୦° ସେଲସିୟସ୍ ଓ ଗ୍ରୀଷ୍ମ ଋତୁରେ ୪୦° ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଥାଏ । ୨୦୦୮ ମସିହାରେ ଚୀନରେ ହୋଇଥିବା ଲମ୍ବା ଶୀତ ପ୍ରବାହ ସମୟରେ ପ୍ରଥମ ଥର ପାଇଁ ତାକଲାମାକାନ ମରୁଭୂମିରେ ତାପମାତ୍ରା -୨୬.୧° ସେଲସିୟସ୍ ପର୍ଯ୍ୟନ୍ତ ଖସି ଯାଇଥିଲା ଓ ମରୁଭୂମି ୪ ସେଣ୍ଟିମିଟର୍ ମୋଟା ତୁଷାରରେ ଆଚ୍ଛନ୍ନ ହୋଇଯାଇଥିଲା ।[୧୨]

ହିମାଳୟ ଅପର ପାର୍ଶ୍ୱରେ ଚାରିପଟୁ ସ୍ଥଳଭାଗଦ୍ୱାରା ଘେରା ହୋଇ (ଏସିଆର ପ୍ରାୟ ମଝାମଝି) ଓ ସମୁଦ୍ରଠାରୁ ବହୁ ଦୂରରେ ରହିଥିବାରୁ ଏଠାରେ ଗୋଟିଏ ଦିନରେ ତାପମାତ୍ରାରେ ବେଶୀ ପରିବର୍ତ୍ତନ ହୋଇଥାଏ ।

ମରୂଦ୍ୟାନସମ୍ପାଦନ କରନ୍ତୁ

 
ତାକଲାମାକାନର ଦକ୍ଷିଣ ସୀମାରେ ଆଲ୍‍ଟିନ୍‍-ଟାଘ୍ ପର୍ବତରୁ ମୋଲ୍‍ଚା ନଦୀ ପ୍ରବାହିତ ହୋଇ ମରୁଭୂମିରେ ମରୁ ଉଦ୍ୟାନ ସୃଷ୍ଟି କରିଥାଏ । ମଇ ମାସରେ ଉଠାଯାଇଥିବା ଏହି ଚିତ୍ରରେ ବରଫ ତରଳି ନଦୀରେ ବହୁତ ପାଣି ପ୍ରବାହିତ ହେଉଛି (ଯାହା ନୀଳ ରଙ୍ଗର ଧାରାମାନଙ୍କଦ୍ୱାରା ଜାଣିହେବ)[୧୩]

ତାକଲାମାକାନରେ ଖୁବ୍ କମ୍ ମାତ୍ରାରେ ପାଣି ମିଳିଥାଏ । ତେଣୁ ଏହାକୁ ଅତିକ୍ରମ କରିବା କଷ୍ଟ ବୋଲି କୁହାଯାଇଛି । ରେଶମ ପଥରେ ଯାତାୟତ କରୁଥିବା ବଣିକମାନେ ତାକଲାମାକାନର ମରୂଦ୍ୟାନମାନଙ୍କରେ ରହି ପୁଣି ଆଗକୁ ଯାତ୍ରା କରୁଥିଲେ ।[୧୪] ଆମୁ ଦରିଆ ଅବବାହିକା, ଆଫଗାନିସ୍ତାନର ଗିରିପଥ ମାଧ୍ୟମରେ ଇରାନଭାରତ ତଥା ଚୀନର ପୂର୍ବ ପଟରେ ଗଢ଼ି ଉଠିଥିବା ସଭ୍ୟତାମାନଙ୍କଠାରୁ ତାକଲାମାକାନ ମରୁଭୂମି ସମଦୂରତାରେ ଅବସ୍ଥିତ ।

ମରୂଦ୍ୟାନରେ ଗଢ଼ି ଉଠିଥିବା ପ୍ରମୁଖ ସହରଗୁଡ଼ିକ ହେଲେ – ଦକ୍ଷିଣ ଦିଗରେ କାଶ୍‍ଗର, ମିରାନ୍, ନିୟା, ୟର୍କନ୍ଦ୍, ଖୋତାନ; ଉତ୍ତର ଦିଗରେ କୁଚା ଓ ତୁର୍ପାନ; ପୂର୍ବ ଦିଗରେ ଡୁନହୁଆଂଗ୍ ।[୯] ବର୍ତ୍ତମାନ ଏମାନଙ୍କ ମଧ୍ୟରୁ ମିରାନ୍, ଗାଓଚାଂଗ୍ ପରି ଅନେକ ସହର ଧ୍ୱସ୍ତ ଓ ପରିତ୍ୟକ୍ତ ।[୧୫]

ପ୍ରତ୍ନତାତ୍ତ୍ୱିକ ଉତ୍‍ଖନନରୁ ମରୂଦ୍ୟାନର ବାଲୁକା ରାଶିରେ ପୋତି ହୋଇରହିଥିବା ବିଭିନ୍ନ ସାମଗ୍ରୀ ମିଳିଛି ଯାହା ସୂଚିତ କରେ ଯେ ଏଠାରେ ତୋଚାରିଆନ୍, ଭାରତୀୟ, ହେଲେନୀୟ ଗ୍ରୀକ୍ ଓ ବୌଦ୍ଧ ସଂସ୍କୃତିର ପ୍ରଭାବ ରହିଥିଲା । ଔରେଲ୍ ଷ୍ଟାଇନ୍, ସ୍ୱେନ୍ ହେଡିନ୍, ଆଲବର୍ଟ୍ ଭନ୍ ଲେ କକ୍, ପଲ୍ ପେଲିଓ ପରି ଲେଖକଙ୍କ ବର୍ଣ୍ଣନାରେ ତାକଲାମାକାନ ମରୁର ସମ୍ପଦ ଓ ବିପଦ ବିଷୟରେ ବର୍ଣ୍ଣନା ମିଳେ ।[୧୬] ଏଠାରୁ ପ୍ରାୟ ୪୦୦୦ ବର୍ଷ ପୁରୁଣା ମମ୍ମି (ସଂରକ୍ଷିତ ମୃତଦେହ)ର ଅବଶେଷ ମଧ୍ୟ ମିଳିଛି ।[୧୭]

ପରବର୍ତ୍ତୀ ସମୟରେ ତାକଲାମାକାନରେ ତୁର୍କୀ ଭାଷାଭାଷୀ ଲୋକ ବସବାସ କଲେ । ହାନ୍ ସାମ୍ରାଜ୍ୟ ସମୟରେ ରେଶମ ସଡ଼କର ନିୟନ୍ତ୍ରଣ ପାଇଁ ଚୀନୀମାନେ ତାକଲାମାକାନର ମରୂଦ୍ୟାନ ପର୍ଯ୍ୟନ୍ତ ଅଞ୍ଚଳ ଅଧିକାର କରିବାକୁ ଚେଷ୍ଟା କରୁଥିଲେ । ତେଣୁ ଏଠାକାର ମରୂଦ୍ୟାନରେ ତୁର୍କୀ, ଚୀନୀ, ମଙ୍ଗୋଲୀୟ ଏବଂ ତିବ୍ବତୀୟମାନଙ୍କ ଶାସନ ମିଳିତ ଭାବେ ଅନ୍ତରାଳରେ ଚାଲୁଥିଲା । ବର୍ତ୍ତମାନ ସମୟରେ ତାକଲାମାକାନ ଅଞ୍ଚଳରେ ମୁଖ୍ୟତଃ ଉଇଘୁର୍ ଓ ହାନ୍ ଲୋକେ ବାସ କରୁଛନ୍ତି ।[୧୮]

ବୈଜ୍ଞାନିକ ଗବେଷଣାସମ୍ପାଦନ କରନ୍ତୁ

ସପ୍ତମ ଶତାବ୍ଦୀର ପରିବ୍ରାଜକ ହୁଏନସାଂ, ବିଂଶ ଶତାବ୍ଦୀର ପ୍ରତ୍ନତତ୍ତ୍ୱବିତ୍ ଔରେଲ୍ ଷ୍ଟାଇନ୍ ତାକଲାମାକାନରେ ସର୍ବେକ୍ଷଣ ଓ ପରୀକ୍ଷାମାନ କରିଥିଲେ ।

ବାୟୁମଣ୍ଡଳୀୟ ପରୀକ୍ଷଣରୁ ଜଣାପଡ଼େ ଯେ ତାକଲାମାକାନର ଧୂଳି ଉଡ଼ି ପୂର୍ବ ପଟେ ପ୍ରଶାନ୍ତ ମହାସାଗର ଉପର ହୋଇ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ତଟ ପର୍ଯ୍ୟନ୍ତ ଯାଏ ଓ ସେଠାରେ ମେଘ ତିଆରି ହେବାରେ ସହାୟକ ହୁଏ । ପରୀକ୍ଷଣରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ବାଲିରେ ଥିବା କେ-ଫେଲ୍‍ଡ୍‍ସ୍ପାର୍ (K-feldspar) କଣିକା ବରଫ ତିଆରି ହେବାରେ ସାହାଯ୍ୟ କରିଥାଏ । ନାଇଟ୍ରେଟ୍ ଓ ଫସଫେଟ୍‍ ରହିଥିବା ଅମ୍ଳୀୟ ବାୟୁରେ ଏହି କଣିକାର ଅବକ୍ଷୟ ଘଟେ ଓ ଏହାର ଜଳ ବିନ୍ଦୁ ତିଆରି କରିବାର କ୍ଷମତା କମିଯାଏ । ସଞ୍ଚାରିତ ଧୂଳିକଣିକାମାନ ବର୍ଷାଦ୍ୱାରା ତାକଲାମାକାନରୁ ନେଇ ଆମେରିକା ପର୍ଯ୍ୟନ୍ତ ଅନେକ ଖଣିଜ ପଦାର୍ଥର ପ୍ରାକୃତିକ ବିତରଣ କରିଥାନ୍ତି ।[୧୯]

ଲୋକପ୍ରିୟ ସଂସ୍କୃତିରେ ଛାପସମ୍ପାଦନ କରନ୍ତୁ

୨୦୦୮ ମସିହାର ପେଣ୍ଟେଡ୍ ସ୍କିନ୍ (Painted Skin) ଏବଂ ପେଣ୍ଟେଡ୍ ସ୍କିନ୍: ଦ ରେଜରେକ୍ସନ୍ (Painted Skin: The Resurrection) ଚୀନୀ ଚଳଚ୍ଚିତ୍ରଗୁଚ୍ଛ ଏହି ମରୁଭୂମିର ପୃଷ୍ଠଭୂମିରେ ନିର୍ମିତ ହୋଇଥିଲା । ଚୀନୀ ଟେଲିଭିଜନ୍ ଧାରାବାହିକ କ୍ୟାଣ୍ଡେଲ୍ ଇନ୍ ଦ ଟୁମ୍ବ୍ (Candle in the Tomb)ର ଏକ ଅଂଶ ଯେଉଁଥିରେ ପ୍ରାଚୀନ ଜିନ୍‍ଜୁଏ ସହରର ଖୋଜା ଚାଲିଥିଲା, ସେଇଟି ତାକଲାମାକାନ ମରୁରେ ନିର୍ମିତ ।

ନୀଲ୍ ଗାଇମାନ୍‍ଙ୍କ ଦ ସାଣ୍ଡମ୍ୟାନ୍ (The Sandman)ର ସଫ୍ଟ ପ୍ଲେସେସ୍ ନାମକ ୩୯ତମ ଅଧ୍ୟାୟରେ ମାର୍କୋ ପୋଲୋ ଏକ ମରୁଭୂମିରେ ହଜିଯାନ୍ତି । ସେଇଟି ତାକଲାମାକାନ ମରୁରେ ନିର୍ମିତ ।

ଏହା ସହିତ କୋରିଆର ଧାରାବାହିକ କ୍ୱିନ୍ ସ୍ୟଣ୍ଡିଓକ୍ (Queen Seondeok)ର କିଛି ଅଂଶ ଏବଂ ଜାପାନୀ ଏନିମେସନ୍ ଗୁନ୍ଦମ୍ ୦୦ (Gundam 00) ପ୍ରଭୃତି ତାକଲାମାକାନ ପୃଷ୍ଠଭୂମିରେ ନିର୍ମିତ ।

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ଉଲ୍ଲେଖସମ୍ପାଦନ କରନ୍ତୁ

  1. Pospelov, E. M. (1998). Geograficheskiye nazvaniya mira. Moscow. p. 408.
  2. Jarring, Gunnar (1997). "The Toponym Takla-makan". Turkic Languages. 1: 227–40.
  3. Hobbs, Joseph J. (14 December 2007). World Regional Geography (6th ed.). Wadsworth Publishing Co Inc. p. 368. ISBN 978-0495389507. Archived from the original on 19 February 2017. Retrieved 5 December 2016.
  4. Baumer, Christoph (2008-06-30). Traces in the Desert: Journeys of Discovery Across Central Asia. B. Tauris & Company. p. 141. ISBN 9780857718327. Archived from the original on 2017-02-19. Retrieved 2016-12-05.
  5. Hopkirk, Peter (1 November 2001). Foreign Devils on the Silk Road: The Search for the Lost Treasures of Central Asia. Oxford University Press. p. 12. ISBN 978-0192802118. Archived from the original on 19 February 2017. Retrieved 5 December 2016.
  6. Tamm (2011), p. 139.
  7. "Takla Makan Desert at TravelChinaGuide.com". Archived from the original on 2008-10-25. Retrieved 2008-11-24. But see Christian Tyler, Wild West China, John Murray 2003, p.17
  8. Sun, Jimin; Lou, Tungsten (2006). "The Age of the Taklimakan Desert". Science. 312 (5780): 1621. doi:10.1126/science.1124616. PMID 16778048.
  9. ୯.୦ ୯.୧ Ban, Paul G. (2000). The Atlas of World Archeology. New York: Check mark Books. pp. 134&n dash, 135. ISBN 978-0-8160-4051-3.
  10. "Taklamakan Desert". Encyclopædia Britannica. Archived from the original on 2007-09-29. Retrieved 2007-08-11.
  11. "The World's Largest Desert". geology.com. Archived from the original on 2007-08-17. Retrieved 2007-08-22.
  12. "China's biggest desert Taklamakan experiences record snow". Xinhuanet.com. February 1, 2008. Archived from the original on February 8, 2008. Retrieved February 4, 2008.
  13. "38°53'28.0"n 82°10'40.0"e".
  14. Hopkirk, Peter (2001). Spies Along the Silk Road. ISBN 9780192802323. Archived from the original on 2017-01-09. Retrieved 2007-08-07.
  15. Whitfield, Susan; Library, British (2004). The Silk Road: Trade, Travel, War and Faith. ISBN 9781932476132. Archived from the original on 2016-05-09. Retrieved 2007-08-25.
  16. "The Silk Road". Archived from the original on 2016-03-15. Retrieved 2007-08-07.
  17. Wade, Nicholas (2010-03-15). "A Host of Mummies, a Forest of Secrets". The New York Times. Archived from the original on 2014-12-28. Retrieved 2014-12-28.
  18. Xinjiang territory profile Archived 2018-07-01 at the Wayback Machine., BBC News. May 7, 2011.
  19. Fox, Douglas (2014-12-22). "The Dust Detectives". High Country News. Vol. 46 no. 22. Archived from the original on 2017-08-19. Retrieved 2017-09-02.

ଉତ୍ସସମ୍ପାଦନ କରନ୍ତୁ

ଆହୁରି ପଢ଼ିପାରିବେସମ୍ପାଦନ କରନ୍ତୁ

  • Cariou, Alain (2010). "Taklamakan". Encyclopaedia Iranica.CS1 maint: ref=harv (link)

ଭିଡ଼ିଓସମ୍ପାଦନ କରନ୍ତୁ

  • Treasure seekers : China's frozen desert, National Geographic Society (2001)

ଅନ୍ୟାନ୍ୟ ଲିଂକ୍ସମ୍ପାଦନ କରନ୍ତୁ