ତଥ୍ୟାତ୍ମକ ଅଶୁଦ୍ଧି ସଂଶୋଧନ

ତଥ୍ୟାତ୍ମକ ଅଶୁଦ୍ଧି ସଂଶୋଧନ

୧) ସୀତା ବିବାହର ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଆଗରୁ ହରିଚରଣ ମହାନ୍ତିଙ୍କ ନାମ ଉଲ୍ଲେଖ ଥିଲା କିନ୍ତୁ ସୂର୍ଯ୍ୟ ଦେଓଙ୍କ ଗବେଷଣା ଅନୁଯାୟୀ ରାଧାରମଣ ରାୟ ବୋଲି ନୂଆ ତଥ୍ୟ ଉଦଘାଟିତ ହେଲା। 28 Apr 2020 — [କାର୍ତିକ ଘୋଷ ଯେଉଁ ତଥ୍ୟ ଓଡ଼ିଆ ଚଳଚ୍ଚିତ୍ର ଇତିହାସର ବହିରେ ଦେଲେ ତାକୁ ମୁଖସ୍ଥ କରି ଆମେ ଓଡ଼ିଆମାନେ ବାରମ୍ବାର କହିଲୁ ଓ ଲେଖିଲୁ ଯେ ଆମ ଚଳଚ୍ଚିତ୍ର ଜନ୍ମ ନେଲା ୧୯୩୪ରେ। ରାଜ୍ୟ ସରକାର ମଧ୍ୟ ସେ ତଥ୍ୟକୁ ମାନିନେଇ ୧୯୮୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳନ କଲେ। କିନ୍ତୁ ପରେ ପ୍ରାମାଣିକ ତଥ୍ୟ ମିଳିଲା, ତତ୍କାଳୀନ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ସମ୍ବାଦର ସନ୍ଧାନ ନିଆଗଲା ଓ ପ୍ରମାଣିତ ହେଲା ଯେ ଓଡ଼ିଶାରେ ଚଳଚ୍ଚିତ୍ର ‘ସୀତା ବିବାହ’ ୨୮ ଏପ୍ରିଲ ୧୯୩୬ ମସିହାରେ ମୁକ୍ତିଲାଭ କରିଥିଲା।

କିନ୍ତୁ ଅନ୍ୟାନ୍ୟ ତଥ୍ୟ ? କାର୍ତ୍ତିକ ଘୋଷ ଯେଉଁ କେତେକ ଗୁରୁତର ଭୁଲ ତାଙ୍କ ରଚିତ ‘ଓଡ଼ିଆ ଚଳଚ୍ଚିତ୍ର ଇତିହାସ’ରେ ଲେଖିଛନ୍ତି ତାହାକୁ ଆମେ ଏପର୍ଯ୍ୟନ୍ତ ସ୍ୱୀକାର କରୁଛୁ। ଏପରିକି ଭୀମ ସିଂହ ମଧ୍ୟ ସେଠୁ ତଥ୍ୟ ନେଇ ‘ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ’ ପୁସ୍ତକରେ ସେହି ସମାନ ଭୁଲ ତଥ୍ୟର ପୁନର୍ଲିଖନ କଲେ।

ଉଦାହରଣ ନିଆଯାଉ: ଉଭୟ କାର୍ତିକ ଘୋଷ ଓ ଭୀମ ସିଂହ ଲେଖିଲେ ଯେ ଶ୍ରୀ ହରିଚରଣ ମହାନ୍ତି ‘ସୀତା ବିବାହ’ର ସଂଗୀତକାର। ଆମେ ଆଖିବୁଜି ତାକୁ ସ୍ୱୀକାର କଲୁ। କାର୍ତିକ ଘୋଷ ଓ ଭୀମ ସିଂହ ସେ ସମ୍ବନ୍ଧରେ ପ୍ରାମାଣିକ ତଥ୍ୟ ବା ତଥ୍ୟସଂଗ୍ରହର ସୂତ୍ର ଦେଇ ନ ଥିଲେ।] [୧]

୨) ରୋଲ୍ସ ୨-୮ କଥାଚିତ୍ର ମୁକ୍ତିଲାଭ କରିଥିବା ବର୍ଷ ଆଗରୁ ୧୯୫୧ ବୋଲି ଲେଖାଯାଉଥିଲା କିନ୍ତୁ ସୂର୍ଯ୍ୟ ଦେଓଙ୍କ ଗବେଷଣା ଅନୁଯାୟୀ ୧୯୫୦ ବୋଲି ନୂଆ ତଥ୍ୟ ଉଦଘାଟିତ ହେଲା। Oct 13, 2022 - [ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’ ସମ୍ବନ୍ଧରେ ଏପର‌୍ୟ୍ୟନ୍ତ ସଂପୂର୍ଣ ଓ ନିର୍ଭୁଲ ତଥ୍ୟ ମିଳିନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ଏହାର ମୁକ୍ତିଲାଭ ତାରିଖ ସମ୍ବନ୍ଧରେ ମଧ୍ୟ ଭ୍ରାନ୍ତି ରହିଛି। କାର୍ତ୍ତିକ ଘୋଷଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଇତିହାସ’, ଭୀମ ସିଂହଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ’ ଓ ରଣଧୀର ଦାସଙ୍କ ‘ଜୀବନରଙ୍ଗ ଚଳଚ୍ଚିତ୍ର ବିଶେଷାଙ୍କ’ରେ ‘ରୋଲସ୍ ଟୁ ଏଇଟ୍‌’ର ମୁକ୍ତିଲାଭ ବର୍ଷ ୧୯୫୧ ବୋଲି ଉଲ୍ଲେଖ ରହିଛି, ତାରିଖ କି ମାସର ଉଲ୍ଲେଖ ନାହିଁ। ପ୍ରଥମ ଓଡ଼ିଆ ସାମାଜିକ ଚଳଚ୍ଚିତ୍ର ସମ୍ବନ୍ଧରେ ଗବେଷକ ଓ ଐତିହାସିକଙ୍କ ଉଦାସୀନତା ହିଁ ଏହାକୁ ଅନ୍ଧାରରେ ରଖିଛି।

ଅବସୋସର ସହ ଲେଖିବାକୁ ହେଉଛି: ତଥ୍ୟ ଅନୁସନ୍ଧାନ କରିନାହାନ୍ତି କି ପ୍ରମାଣ କେହି ଖୋଜିନାହାନ୍ତି। ସିନେମା ସମ୍ବନ୍ଧରେ ଥରେ କିଏ କ’ଣ ଗାରେଇ ଦେଲେ, ତାକୁ ହିଁ ଅନ୍ୟମାନେ ଦୋହରାଇଛନ୍ତି।] [୨]

୩)

  1. "'ସୀତା ବିବାହ' ଜନ୍ମଦିନରେ ଗବେଷକ ସୂର୍ଯ୍ୟ ଦେଓଙ୍କ ବଡ଼ ଆବିଷ୍କାର - Odisha Link" (in ଆମେରିକୀୟ ଇଂରାଜୀ). 2020-04-28. Retrieved 2023-11-29.
  2. Bureau, Samikhsya (2022-10-13). "ପ୍ରଥମ ସାମାଜିକ ଓଡ଼ିଆ ସିନେମା 'ରୋଲସ୍ ଟୁ ଏଇଟ୍‌', ମୁକ୍ତିଲାଭ ଭ୍ରାନ୍ତି". The Samikhsya Odia (in ଆମେରିକୀୟ ଇଂରାଜୀ). Retrieved 2023-11-29.