ସୀତା ବିବାହ

ପ୍ରଥମ ଓଡ଼ିଆ କଥାଚିତ୍ର

ସୀତା ବିବାହ ପ୍ରଥମ ଓଡ଼ିଆ କଥାଚିତ୍ର[୫] ୧୯୩୬ ମସିହା ଅପ୍ରେଲ ୨୮ତାରିଖରେ ପୁରୀର ଲକ୍ଷ୍ମୀ ସିନେମା ହଲରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ।[୬] ଧ୍ୱନି ଥାଇ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।[୭]

ସୀତା ବିବାହ
ନିର୍ଦ୍ଦେଶକମୋହନ ସୁନ୍ଦର ଦେବ ଗୋସ୍ୱାମୀ
ପ୍ରଯୋଜକମୋହନ ସୁନ୍ଦର ଦେବ ଗୋସ୍ୱାମୀ[୧]
ସଂଳାପକାମପାଳ ମିଶ୍ର[୨]
କାହାଣୀକାମପାଳ ମିଶ୍ର
କଳାକାରମାଖନଲାଲ ବାନାର୍ଜୀ, ପ୍ରଭାବତୀ ଦେବୀ, ଅଦ୍ୱୈତ ଚରଣ ମହାନ୍ତି
ସଙ୍ଗୀତହରିଚରଣ ମହାନ୍ତି
ମୁକ୍ତିଲାଭ ତାରିଖ
୨୮ ଅପ୍ରେଲ ୧୯୩୬[୩]
କଥାଚିତ୍ରର ସମୟ
୨ଘଣ୍ଟା ୩୦ମିନଟ
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୨୯ ହଜାର ୭୮୧ ଟଙ୍କା ୧୦ ଅଣା [୪]

କଳାଧଳା ଚଳଚ୍ଚିତ୍ରଟି ଥିଲା ସବାକ । ଉଲ୍ଲେଖଯୋଗ୍ୟ ଯେ, ଆମରାଜ୍ୟରେ ନିର୍ବାକ ଚଳଚ୍ଚିତ୍ର ଆଦୌ ନିର୍ମାଣ ହୋଇନଥିଲା । ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ଓଡ଼ିଶାବାସୀ ସୀତା ବିବାହ ମାଧ୍ୟମରେ ପ୍ରଥମ ସିନେମାର ସ୍ୱାଦ ଚାଖିଥିଲେ ।

କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେହିଁ ଗାୟନ କରିଥିଲେ । ଏଥିରେ ଥିବା ୧୨ଟି ଗୀତକୁ ମୋହନ ସୁନ୍ଦର ରଚନା କରିଥିଲେ ।[୮]ରାମ ଓ ସୀତାଙ୍କ ବିବାହ ଉପରେ ଆଧାରିତ ଏହି ୧୨ରିଲ ବିଶିଷ୍ଟ ।[୯] କଲିକତାରେ ପ୍ରଦର୍ଶନ କରିବାକୁ ନେବା ଅବସରରେ ଅଗ୍ନିକାଣ୍ଡ ଯୋଗୁଁ ଏହାର ସମସ୍ତ ରିଲ ପୋଡ଼ି ନଷ୍ଟ ହେଇଯାଇଥିଲା ।[୧୦]

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ସୀତା ବିବାହ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୧୧][୧୨]

ନିର୍ମାଣ ସମ୍ପାଦନା

୧୯୩୫ ମସିହା ପ୍ରଥମ ଭାଗରେ ପୁରୀଠାରେ କଳାକାରମାନେ ଅଭ୍ୟାସ ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ୨୯ରେ ମୋହନ ସୁନ୍ଦର ସମସ୍ତଙ୍କୁ ଧରି କଲିକତା ଯାତ୍ରା କରିଥିଲେ । ସେପ୍ଟେମ୍ବର ୧୯ରେ କଲିକତାଠାରେ ଚିତ୍ର ଗ୍ରହଣ ଆରମ୍ଭ ହୋଇଥିଲା । ୨୩ ମାର୍ଚ୍ଚ ୧୯୩୬ରେ ନିର୍ମାଣ ଶେଷ ହୋଇଥିଲା । ମାସକ ପରେ ଦର୍ଶକ ଏହାକୁ ଦେଖିବାକୁ ପାଇଥିଲେ । ଚଳଚ୍ଚିତ୍ରଟିରେ ସମୁଦାୟ ଖର୍ଚ୍ଚ ହୋଇଥିଲା ୨୯ ହଜାର ୭୮୧ ଟଙ୍କା ୧୦ ଅଣା । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ନିଜ ଘର ବନ୍ଧକ ରଖି ଏହି ଅର୍ଥ ଯୋଗାଡ କରିଥିଲେ ।[୧୪] ମାଖନଲାଲ ବାନାର୍ଜୀ, ରାମ ଚରିତ୍ରରେ ଅଭିନୟ କରିବା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ବଲ୍ଲଭ ମହାନ୍ତି ଯିବା ଆସିବା ଖର୍ଚ୍ଚ ପାଇଁ ୩୫ଟଙ୍କା ଓ ପ୍ରଭାବତୀ ଦେବୀ ସୀତା ଚରିତ୍ରରେ ଅଭିନୟ କରିବା ପାଇଁ ୧୫୦ଟଙ୍କା ପାରିଶ୍ରମିକ ଗ୍ରହଣ କରିଥିଲେ । [୧୫]

ଚଳଚ୍ଚିତ୍ର ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରରେ ସ୍ଥାନିତ ଗୀତଗୁଡ଼ିକ:[୧୬]

  • ଏହି ଯେ ଆଶ୍ରମ ଦେଖୁଛୁ ଶ୍ରୀରାମ
  • କାହିଁକି ଗୋ ପ୍ରିୟ ସଖୀ
  • ଦେବଙ୍କ ତାରଣେ ଦନୁଜ ମରଣେ
  • ଅପୂର୍ବ କୁମାରୀ ତ୍ରିପୁରାସୁନ୍ଦରୀ
  • କାଲି ଦେଖିଥିଲି ମଧୁର ଚାଲିକି

ଆଧାର ସମ୍ପାଦନା

  1. "The Hindu : National : Oriya film industry feted". hindu.com. 2010. Retrieved 17 October 2012. the first Oriya film Sita Bibah was made way back in 1936 by Mohan Sunder Deb
  2. "Odia Cinemascope". destinationodisha.com. Archived from the original on 22 August 2013. Retrieved 17 October 2012. Derived from a drama written by Kamapal Mishra the fil...
  3. "Sita Bibaha First oriya film - Sita Bibaha Posters, Photo, Videos". movies.fullorissa.com. 2012. Archived from the original on 12 October 2012. Retrieved 17 October 2012. It premiered April 28, 1936 at the Laxmi Talkies of Puri.
  4. Odia cinema and Odia`s in Cinema
  5. "Sita Bibaha First oriya film". Fullodisha.com. Retrieved 2 May 2015.
  6. Palit, Ashok (2011). "Orissa: Mytholgy ends in Ollywood". orissadiary.com. Archived from the original on 18 October 2012. Retrieved 17 October 2012. Mohan Sunder Dev Goswami made the first Oriya film Sita Bibaha
  7. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. ISBN 978-1-135-94318-9.
  8. Bhuyan, Kapilas (2010). "PIB English Features". pib.nic.in. Retrieved 17 October 2012. there were a total of 14 songs, all emanating from the native folk singing style, and were sung by the artists themselves
  9. Singha, Minati. "Bronze age of Odia cinema". Times of India. Retrieved 2 May 2015.
  10. ବେହେରା, ସୁକେଶ. "ସୀତା ବିବାହକୁ ପୂରିଲା ୭୮". ଧରିତ୍ରୀ. Retrieved 7 January 2017.
  11. Singha, Minati (2011). "Sita Bibaha prints lost - Times Of India". indiatimes.com. Retrieved 17 October 2012. The 12-reel film, released in Puri at Laxmi Talkies, was based on a play written by Kamapal Mishra. Makhanlal Banerjee played the lead while Aditya Ballav Mohanty played Lakshman and Prabhabati Devi played Sita.[permanent dead link]
  12. ପ୍ରମେୟ[permanent dead link] ୨୮ ଅପ୍ରେଲ ୨୦୧୫, ପୃଷ୍ଠା ୫
  13. "'ସୀତା ବିବାହ'ର ନାଉରୀ". ନିତିଦିନ 'ନଜର୍'. Archived from the original on 2020-10-14. Retrieved 24 April 2017.
  14. "ଆଜି ବି ଅମଳିନ 'ସୀତା ବିବାହ'ର ସ୍ମୃତି". ସମ୍ବାଦ ୨୮/୦୪/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭. Retrieved 28 April 2016.[permanent dead link]
  15. Renu Saran (4 March 2014). History of Indian Cinema. Diamond Pocket Books Pvt Ltd. pp. 265–. ISBN 978-93-5083-651-4.
  16. ଦେଓ, ସୂର୍ଯ୍ୟ (19 October 2023). "'ସୀତ ବିବାହ'ର ଗୀତ". ସକାଳ. No. ଭୁବନେଶ୍ୱର. p. ୧୧. Archived from the original on 19 October 2023. Retrieved 19 October 2023.

ଅଧିକ ତଥ୍ୟ ସମ୍ପାଦନା