ଡେସିକେଟେଡ ଥାଇରଏଡ ଏକ୍ସଟ୍ରାକ୍ଟ

ଥାଇରଏଡ ଗ୍ରନ୍ଥିକୁ ଶୁଖେଇ ଗୁଣ୍ଡ କରାଯାଇଥିବା ଔଷଧ ।

ଡେସିକେଟେଡ ଥାଇରଏଡ ଏକ୍ସଟ୍ରାକ୍ଟ, ଅନ୍ୟ ନାମ ଥାଇରଏଡ୍ ଏକ୍ସଟ୍ରାକ୍ଟ, କୁହାଯାଏ ଯେତେବେଳେ ଥାଇରଏଡ୍ ଗ୍ରନ୍ଥିକୁ ଶୁଖାଯିବା ପରେ ପାଉଡର କରି ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଇଥାଏ ।[] ଏହା ହାଇପୋଥାଇରଏଡିଜିମ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଲିଭୋଥାଇରକ୍ସିନ ଅପେକ୍ଷା ଏହା କମ୍ ପସନ୍ଦ କରାଯାଏ । [] ଏହା ପାଟିରେ ଦିଆଯାଏ । [] ସର୍ବାଧିକ ପ୍ରଭାବ ଘଟିବାକୁ ୩ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ।[]

Desiccated thyroid extract
Combination of
ThyroxineThyroid hormone
TriiodothyronineThyroid hormone
Clinical data
Trade namesArmour Thyroid, NP Thyroid, Nature-Throid
SynonymsNatural thyroid, natural thyroid hormones, pork thyroid, thyroid USP, thyroid BP
AHFS/Drugs.commonograph
data
Routes of
administration
By mouth
Legal status
Legal status

ଅତ୍ୟଧିକ ମାତ୍ରା ବ୍ୟବ‌ହାର କଲେ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । [] ଏଥିରେ ଓଜନ ହ୍ରାସ, ଜ୍ୱର, ମୁଣ୍ଡବିନ୍ଧା, ଚିନ୍ତା, ଶୋଇବାରେ ଅସୁବିଧା, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ହୃଦ୍‌ପାତ ହୋଇପାରେ । [] ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ । [] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ କରାଇବା ସମୟରେ ଏହାର ବ୍ୟବହାର ସାଧାରଣତଃ ନିରାପଦ ଅଟେ । [] ଉପଯୁକ୍ତ ମାତ୍ରା ସ୍ଥିର କରିବାକୁ ନିୟମିତ ରକ୍ତ ପରୀକ୍ଷା ନିମନ୍ତେ ପରାମର୍ଶ ଦିଆଯାଏ ।[] ଥାଇରଏଡ ଏକ୍ସଟ୍ରାକ୍ଟରେ ଥାଇରକ୍ସିନ (T4) ଏବଂ ଟ୍ରାଇଆୟୋଡୋ ଥାଇରୋନିନର (T3)ର ମିଶ୍ରଣ ଥାଏ ।[]

୧୮୦୦ ଶତାବ୍ଦୀର ଶେଷ ଆଡ଼କୁ ଡେସିକେଟେଡ୍ ଥାଇରଏଡ୍ ବ୍ୟବ‌ହାର ଆରମ୍ଭ ହୋଇଛି । [] ଏହା ସାଧାରଣତ ଘୁଷୁରି, ମେଣ୍ଢା କିମ୍ବା ଗାଈରୁ ତିଆରି ହୋଇଥାଏ । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଷ୍ଟ୍ରରେ ଏକ ମାସର ଔଷଧ ପାଇଁ ହୋଲସେଲ ମୂଲ୍ୟ ପ୍ରାୟ ୧୫.୩୦ ଆମେରିକୀୟ ଡଲାର ଅଟେ । [] ୨୦୧୭ରେ ଯୁକ୍ତରାଷ୍ଟ୍ରରେ ଏହା ୧୩୦ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ପାଞ୍ଚ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [] [] ୧୯୬୦ ଦଶକରୁ ଏହାର ବ୍ୟବହାର ହ୍ରାସ ପାଇଛି ।[]

  1. ୧.୦ ୧.୧ ୧.୨ "Thyroid Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 14 July 2021. Retrieved 8 April 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Thyroid Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 14 July 2021. Retrieved 8 April 2019.
  3. "Thyroid desiccated Use During Pregnancy". Drugs.com (in ଇଂରାଜୀ). Archived from the original on 14 July 2021. Retrieved 9 April 2019.
  4. Jameson, J. Larry; Groot, Leslie J. De (2010). Endocrinology - E-Book: Adult and Pediatric (in ଇଂରାଜୀ). Elsevier Health Sciences. p. 1608. ISBN 9781455711260. Archived from the original on 2021-07-14. Retrieved 2019-04-09.
  5. Thomas, John A.; Keenan, Edward J. (2012). Principles of Endocrine Pharmacology (in ଇଂରାଜୀ). Springer Science & Business Media. p. 78. ISBN 9781468450361. Archived from the original on 2021-07-14. Retrieved 2019-04-09.
  6. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  7. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  8. "Thyroid - Drug Usage Statistics". ClinCalc. Archived from the original on 26 February 2021. Retrieved 11 April 2020.
  9. Jameson, J. Larry; Groot, Leslie J. De (2010). Endocrinology - E-Book: Adult and Pediatric (in ଇଂରାଜୀ). Elsevier Health Sciences. p. 1608. ISBN 9781455711260. Archived from the original on 2021-07-14. Retrieved 2019-04-09.