ଡେଙ୍ଗୁ ଟିକା
ଡେଙ୍ଗୁ ଟିକା ହେଉଛି ଏକ ଟିକା ଯାହା ମଣିଷ ଦେହରେ ହେଉଥିବା ଡେଙ୍ଗୁ ଜ୍ୱରକୁ ରୋକିବା ପାଇଁ ବ୍ୟବହୃତ ହୁଏ | [୧] ୨୯୧୯ ମସିହା ସୁଦ୍ଧା ସିୱିଡି-ଟିଡିଭି (CYD-TDV) ନାମକ ଏହାର ଏକ ସଂସ୍କରଣ ଉପଲବ୍ଧ ଅଛି ଯାହା ଡେଙ୍ଗଭାକ୍ସିଆ (Dengvaxia) ନାମରେ ବିକ୍ରୟ ହେଉଛି ।[୨] ଏହି ଟିକା କେବଳ ସେହିମାନଙ୍କ ପାଇଁ ସୁପାରିଶ କରାଯାଏ ଯେଉଁମାନଙ୍କର ଡେଙ୍ଗୁ ଜ୍ୱର ହୋଇଥିଲା କିମ୍ବା ଯେଉଁଠାରେ ଅଧିକାଂଶ ଲୋକ ପୂର୍ବରୁ ସଂକ୍ରମିତ ହୋଇଥିଲେ। [୩] ଏହି ଟୀକାକରଣର ମହତ୍ୱ ସୀମିତ କାରଣ ଏହାଦ୍ୱାରା ପୂର୍ବରୁ ସଂକ୍ରମିତ ହୋଇନଥିବା ଲୋକଙ୍କଠାରେ ଭୟଙ୍କର ଡେଙ୍ଗୁ ହେବାର ଆଶଙ୍କା ଥାଏ । [୪] [୩] ଏହାର ତିନୋଟି ଇଞ୍ଜେକ୍ସନ ଏକ ବର୍ଷ ମଧ୍ୟରେ ଦିଆଯାଏ | [୫]
Vaccine description | |
---|---|
Target disease | Dengue fever |
Type | Attenuated virus |
Clinical data | |
Trade names | Dengvaxia |
Synonyms | CYD-TDV |
AHFS/Drugs.com | monograph |
data | |
Routes of administration | Subcutaneous injection |
Legal status | |
Legal status |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଇଞ୍ଜେକସନ ନେବା ସ୍ଥାନରେ କଷ୍ଟ ଓ ମାଂସପେଶୀ ଯନ୍ତ୍ରଣା ହୁଏ । ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେଆନାଫାଇଲାକ୍ସିସ ହୁଏ । ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ଡେଙ୍ଗଭାକ୍ସିଆ ଏକ ଦୁର୍ବଳୀକୃତ ଜିବନ୍ତ ଟିକା ଯାହା ୪ ପ୍ରକାର ଡେଙ୍ଗୁ ଭୂତାଣୁ ବିରୁଦ୍ଧାର ଇମ୍ମ୍ୟୁନିଟି ସୃଷ୍ଟି କରିଥାଏ । [୬]
୨୦୧୬ ମସିହା ସୁଦ୍ଧା ଏଗାରଟି ଦେଶରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡେଙ୍ଗୁ ଟିକା ସ୍ୱୀକୃତ ହୋଇଛି [୭] ଓ ଯୁକ୍ତରାଷ୍ଟରେ ୨୦୧୯ରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଛି ।[୮] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାର ଏହାର ନାମ ଅଛି । [୯] ଇଣ୍ଡୋନେସିଆରେ ୨୦୧୬ରେ ଏହାର ତିନି ମାତ୍ରା ଇଞ୍ଜେକସନ ମୂଲ୍ୟ ୨୦୭ ଆମେରିକୀୟ ଡଲାର ଥିଲା । [୧୦] ଡେଙ୍ଗୁ ଟିକା ୧୯୨୦ ମସିହାରେ ବିକଶିତ ହୋଇଥିଲା କିନ୍ତୁ ସମସ୍ତ ଚାରି ପ୍ରକାର ଡେଙ୍ଗୁ ନିମନ୍ତେ ଇମ୍ମ୍ୟୁନିଟି ସୃଷ୍ଟି କରିବାକୁ ଅପେକ୍ଷା କରାଯାଇଥିଲା । [୧୧] ବିକାଶ ପଥରେ ଥିବା ଅନ୍ୟାନ୍ୟ ଟିକାମାନଙ୍କର ନାମ ଲାଇଭ ଆଟେନୁଏଟେଡ ଇନଆକ୍ଟିଭେଟେଡ, ଡିଏନଏ ଓ ସବୟୁନିଟ ଟିକା ।
ଅଧାର
ସମ୍ପାଦନା- ↑ "Dengue Vaccine Live Monograph for Professionals". Drugs.com. Retrieved 14 November 2019.
- ↑ World Health Organization (September 2018). "Dengue vaccine: WHO position paper – September 2018". Weekly Epidemiological Record. 93 (36): 457–76.
{{cite journal}}
: Unknown parameter|lay-url=
ignored (help) - ↑ ୩.୦ ୩.୧ World Health Organization (September 2018). "Dengue vaccine: WHO position paper – September 2018". Weekly Epidemiological Record. 93 (36): 457–76. hdl:10665/274316.
{{cite journal}}
: Unknown parameter|lay-url=
ignored (help) - ↑ Redoni M, Yacoub S, Rivino L, Giacobbe DR, Luzzati R, Di Bella S. (February 2020). "Dengue: Status of current and under-development vaccines". Reviews in Medical Virology: e2101. doi:10.1002/rmv.2101. PMID 32101634.
{{cite journal}}
: CS1 maint: multiple names: authors list (link) - ↑ "Dengue Vaccine Live Monograph for Professionals". Drugs.com. Retrieved 14 November 2019.
- ↑ "First FDA-approved vaccine for the prevention of dengue disease in endemic regions" (Press release). 1 May 2019. Archived from the original on 6 December 2019. Retrieved 14 November 2019. This article incorporates text from this source, which is in the public domain.
- ↑ "Sanofi's dengue vaccine approved in 11 countries". Reuters. 2016. Retrieved 13 August 2017.
- ↑ "Dengvaxia". U.S. Food and Drug Administration (FDA). 21 May 2019. STN 125682. Archived from the original on 6 December 2019. Retrieved 6 December 2019. This article incorporates text from this source, which is in the public domain.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ "Dengue Fever Vaccine Available in Indonesia". 17 October 2016.
- ↑ McArthur, MA; Sztein, MB; Edelman, R (August 2013). "Dengue vaccines: recent developments, ongoing challenges and current candidates". Expert Review of Vaccines. 12 (8): 933–53. doi:10.1586/14760584.2013.815412. PMC 3773977. PMID 23984962.