ଡାସାଟିନିବ

ଯୌଗିକ ରାସାୟନିକ ପଦାର୍ଥ
(ଡାସାଣ୍ଟିନିବରୁ ଲେଉଟି ଆସିଛି)

ଡାସାଟିନିବ (ଇଂରାଜୀ ଭାଷାରେ Dasatinib, ଏକ ବିକ୍ରୟ ନାମ ସ୍ପ୍ରାଇସେଲ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କେତେକ କ୍ରନିକ ମାୟେଲୋଜେନସ ଲିଉକେମିଆ (ସିଏମଏଲ) (chronic myelogenous leukemia) ଓ ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ (ଏଏଲଏଲ) (acute lymphoblastic leukemia) ରୋଗରେ ଦିଆଯାଏ ।[୧] ବିଶେଷତଃ ଫିଲାଡେଲଫିଆ କ୍ରୋମୋଜୋମ-ପଜିଟିଭ (Philadelphia chromosome)-positive (Ph+) ଥିବା ରୋଗରେ ଦିଆଯାଏ ।[୧] ଏହି ଔଷଧକୁ ପାଟିରେ ଦିଆଯାଏ । [୧]

ଡାସାଟିନିବ
Dasatinib.svg
Dasatinib-2GQG-ball-and-stick.png
Clinical data
Trade namesSprycel
AHFS/Drugs.commonograph
MedlinePlusa607063
data
Pregnancy
category
  • AU: D
  • US: D (Evidence of risk)
Routes of
administration
By mouth (tablets)
ATC code
Legal status
Legal status
  • AU: S4 (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Protein binding96%
MetabolismLiver
Elimination half-life1.3 to 5 hours
ExcretionFaecal (85%), kidney (4%)
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.228.321 Edit this at Wikidata
Chemical and physical data
FormulaC22H26ClN7O2S
Molar mass488.01 g/mol
3D model (JSmol)
 NYesY (what is this?)  (verify)

ଡାସାଟିନିବର ସାଧାରଣ ପ୍ରତିକ୍ରିୟାରେ ଅଳ୍ପ ଶ୍ୱେତ ରକ୍ତ କଣିକା (low white blood cells), ଅଳ୍ପ ରକ୍ତ ପ୍ଲାଟେଲେଟ (low white blood cells), ଆନିମିଆ , ଇଡିମା (swelling), ରାସ ଓ ତରଳ ଝାଡ଼ା ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତସ୍ରାବ, ପଲମୋନାରୀ ଇଡିମା (pulmonary edema), ହୃଦ୍‌ପାତପ୍ରଲୋଙ୍ଗଡ କ୍ୟୁଟି ସିଣ୍ଡ୍ରୋମ (prolonged QT syndrome) ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଶିଶୁ ପ୍ରତି ହାନୀକାରକ ହୋଇପାରେ ।[୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର (tyrosine kinase inhibitor) ଯାହା ବିସିଆର-ଏବିଏଲ (Bcr-Abl) ଭଳି ଟାଇରୋସିନ କାଇନେଜଏସସିଆର କାଇନେଜ ପରିବାରକୁ (Src kinase family) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡାସାଟିନିବ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ସନ ୨୦୧୫ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ (NHS) ଏକ ମାସ ଚିକିତ୍ସା ବାବଦ ୨,୫୦୫.୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଗୋଟିଏ ଭାରତୀୟ କମ୍ପାନୀ ଦାବୀ କରିଛି ସେ ଏହାର ଜେନେରିକ ସଂସ୍କରଣକୁ ମାତ୍ର ୪ ଆମେରିକୀୟ ଡଲାରରେ ବିକ୍ରୟ କରିପାରିବ ।[୪]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Dasatinib". The American Society of Health-System Pharmacists. Retrieved 8 December 2017.
  2. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  3. British national formulary : BNF 69 (69 ed.). British Medical Association. 2015. p. 614. ISBN 9780857111562.
  4. Cohen, D (4 November 2014). "US trade rep is pressing Indian government to forbid production of generic cancer drug, consortium says". BMJ (Clinical research ed.). 349: g6593. doi:10.1136/bmj.g6593. PMID 25370846.

ବାହ୍ୟ ଲିଙ୍କସମ୍ପାଦନ କରନ୍ତୁ