ଡାପ୍ରୋଡୁଷ୍ଟାଟ

ଏହା ଏକ ଔଷଧ ଯାହା କ୍ରନିକ୍ ବୃକ୍‌କ ରୋଗ ଯୋଗୁ ହେଉଥିବା ସ୍ୱଳ୍ପ ଲୋହିତ ରକ୍ତ କଣିକାର ଚିକିତ୍ସା ପାଇଁ ବ୍ୟବହୃତ

ଡାପ୍ରୋଡୁଷ୍ଟାଟ (ଇଂରାଜୀ ଭାଷାରେ Daprodustat), ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡୁଭ୍ରକ, ହେଉଛି ଏକ ଔଷଧ ଯାହା କ୍ରନିକ୍ ବୃକ୍‌କ ରୋଗ ଯୋଗୁ ହେଉଥିବା ସ୍ୱଳ୍ପ ଲୋହିତ ରକ୍ତ କଣିକାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେଉଁମାନେ ଚାରି ମାସରୁ ଅଧିକ ସମୟ ଧରି ଡାଏଲିସିସରେ ଅଛନ୍ତି ଏହା ସେମାନଙ୍କ ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[] ଏହା ରକ୍ତଦାନର ଆବଶ୍ୟକତାକୁ ହ୍ରାସ କରିବା ପାଇଁ ବ୍ୟବହୃତ ହୁଏ ।[]

ଡାପ୍ରୋଡୁଷ୍ଟାଟ
Clinical data
Trade namesDuvroq, Jesduvroq
SynonymsGSK1278863
AHFS/Drugs.commonograph
data
Routes of
administration
By mouth[]
Legal status
Legal status
Identifiers
  • 2-[(1,3-dicyclohexyl-2,4,6-trioxo-1,3-diazinane-5-carbonyl)amino]acetic acid
ECHA InfoCard100.219.426 Edit this at Wikidata
Chemical and physical data
FormulaC19H27N3O6
Molar mass୩୯୩.୪୪ g·mol−1
3D model (JSmol)
  • C3CCCCC3n(c(=O)c1C(=O)NCC(=O)O)c(=O)n(c1O)C2CCCCC2
  • InChI=1S/C19H27N3O6/c23-14(24)11-20-16(25)15-17(26)21(12-7-3-1-4-8-12)19(28)22(18(15)27)13-9-5-2-6-10-13/h12-13,26H,1-11H2,(H,20,25)(H,23,24)
  • Key:NVTKJBXOBFRPLQ-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ରକ୍ତ ଜମାଟ ବାନ୍ଧିବା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ ଏବଂ ଉପର ପାକଅନ୍ତନଳୀ ରକ୍ତସ୍ରାବ ହୋଇପାରେ ।[] ବ୍ୟବହାର ମୃତ୍ୟୁ ଆଶଙ୍କା ଅଧିକ ହୋଇପାରେ ।[] ସକ୍ରିୟ କର୍କଟ ରୋଗୀଙ୍କ କ୍ଷେତ୍ରରେ ଏହା ସୁପାରିଶ କରାଯାଏ ନାହିଁ ।[] ଏହା ସିୱାଇପି୨ସି୮ (CYP2C8) କୁ ପ୍ରଭାବିତ କରୁଥିବା ଔଷଧ ସହିତ ପାରସ୍ପରିକ ପ୍ରତିକ୍ରିୟା କରିଥାଏ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ହାଇପୋକ୍ସିଆ-ଇଣ୍ଡ୍ୟୁସିବଲ ଫ୍ୟାକ୍ଟର୍ ପ୍ରୋଲିଲ୍ ହାଇଡ୍ରୋକ୍ସିଲେଜ୍ ଇନହିବିଟର ଯାହା ଏରିଥ୍ରୋପୋଇଏଟିନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[] []

୨୦୨୦ ମସିହାରେ ଜାପାନ[] ଏବଂ ୨୦୨୩ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାପ୍ରୋଡୁଷ୍ଟାଟ ଅନୁମୋଦିତ ହୋଇଥିଲା ।[] ବୃକ୍‌କ ରୋଗ ଦ୍ୱାରା ହେଉଥିବା ସ୍ୱଳ୍ପ ଲାଲ ରକ୍ତ କଣିକା ପାଇଁ ପାଟିରେ ଦିଆଯାଉଥିବା ପ୍ରଥମ ଚିକିତ୍ସା ଅଟେ । [] ପୂର୍ବରୁ ଇଞ୍ଜେକସନ ଆକାରରେ ଦିଆଯାଉଥିବା ଏରିଥ୍ରୋପଏସିସ-ସ୍ଟିମୁଲେଟିଙ୍ଗ ଔଷଧ ବ୍ୟବ‌ହୃତ ହେଉଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Jesduvroq- daprodustat tablet, film coated". DailyMed. 1 February 2023. Archived from the original on 11 February 2023. Retrieved 11 February 2023.
  2. ୨.୦ ୨.୧ Dhillon S (September 2020). "Daprodustat: First Approval". Drugs. 80 (14): 1491–1497. doi:10.1007/s40265-020-01384-y. PMC 7471535. PMID 32880805.
  3. Harris, Emily (15 February 2023). "FDA Approves First Oral Treatment for Kidney Disease–Induced Anemia". Medical News in Brief. JAMA. 329 (9): 704. doi:10.1001/jama.2023.1556. PMID 36790833. Archived from the original on 19 March 2023. Retrieved 3 May 2023.
  4. "Issue 4 - March 1, 2023". www.pbdrx.com. Archived from the original on 30 June 2023. Retrieved 14 May 2023.