ଡାଇମଣ୍ଡ ହାର୍ବର
ଡାଇମଣ୍ଡ ହାର୍ବର (ବଙ୍ଗଳା: ডায়মন্ড হারবার) ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଜିଲ୍ଲାରେ ହୁଗୁଳୀ ନଦୀର ପୂର୍ବତଟରେ ଏକ ବନ୍ଦର ସହର ।
ଡାୟମଣ୍ଡ ହାର୍ବର | |
---|---|
City | |
Country | India |
State | West Bengal |
District | South 24 Parganas |
Population (2011) | |
• Total | ୪୧,୮୦୨ |
Languages | |
• Official | Bengali, English |
Time zone | UTC+5:30 (IST) |
Lok Sabha constituency | Diamond Harbour |
Vidhan Sabha constituency | Diamond Harbour |
Website | s24pgs |
ଇତିହାସ
ସମ୍ପାଦନାପୂର୍ବରୁ ହାଜିପୁର ନାମରେ ପରିଚିତ ଥିବା ଏହି ସ୍ଥାନକୁ ବ୍ରିଟିଶ ଶାସନ ସମୟରେ ଡାଇମଣ୍ଡ ହାର୍ବର କୁହାଗଲା । ଏକଦା ବନ୍ଦର ଥିବା ଏହି ସହରରେ ଆଉ ବନ୍ଦର ନାହିଁ । ପୂର୍ବରୁ ଜାହାଜମାନଙ୍କ ପାଇଁ ଏହା ଏକ ନିରାପଦ ରହଣି ଜାଗା ଥିଲା । ପରେ ରୂପନାରାୟଣ ନଦୀର ଗତିପଥ ବଦଳି ହୁଗୁଳି ନଦୀ ସହ ମିଶି ଦିଗ ପରିବର୍ତ୍ତନ କଲା ।
ବିଗତ ଦିନରେ ଡାଇମଣ୍ଡ ହାର୍ବର ପର୍ତୁଗୀଜ ଜଳଦସ୍ୟୁମାନଙ୍କ ଆଡ୍ଡା ଭାବରେ ଜଣାଥିଲା । ଏହାର ତଟରେ ଚିଙ୍ଗୃଖାଳି ନାମକ ଏକ ଦୁର୍ଗର ଭଗ୍ନାବଶେଷ ରହିଛି । କେତେକଙ୍କ ମତରେ ଏହା ପର୍ତୁଗୀଜମାନେ ନିର୍ମାଣ କରିଥିଲେ । ତେବେ ତାହାର ସଠିକ ତଥ୍ୟ ମିଳିନାହିଁ । ନଦୀ ତଟରେ ଏକ ପ୍ରାଚୀନ ବତୀଘର ରହିଛି । ଡାଇମଣ୍ଡ ହାର୍ବରକୁ ୧୯୮୨ରେ ଏକ ମୁନିସିପାଲିଟି କରାଗଲା ।
ଜନସଂଖ୍ୟା
ସମ୍ପାଦନା୨୦୧୧ ମସିହାର ଜନଗଣନା ଅନୁସାରେ ଡାଇମଣ୍ଡ ହାର୍ବରର ଜନସଂଖ୍ୟା ୪୧,୮୦୨ ଥିଲା । ଏହା ମଧ୍ୟରୁ ଉଭୟ ପୁରୁଷ ଓ ମହିଳାଙ୍କ ଅନୁପାତ ୫୦% ଥିଲା । ୬ ବର୍ଷରୁ କମ ଜନସଂଖ୍ୟା ୩,୬୮୮ ଥିବା ବେଳେ ସାକ୍ଷରତା ହାର ୮୫.୯୩% ଥିଲା ଯାହା ଜାତୀୟ ହାରଠାରୁ ଅଧିକ ଥିଲା ।[୧]
୨୦୦୧ ଜନଗଣନା ସମୟରେ ଡାଇମଣ୍ଡ ହାର୍ବରର ଲୋକ ସଂଖ୍ୟା ୩୭,୮୦୨ ଥିଲା । [୨]
ନିକଟସ୍ଥ ସ୍ଥାନ
ସମ୍ପାଦନାଏହି ସ୍ଥାନ ଦେଇ ଗଙ୍ଗାସାଗର, କାକଦ୍ୱୀପ, ନାମଖାନ, ବାଖାଳି ଆଦି ଅଞ୍ଚଳକୁ ଯାଇହୁଏ । ଗଙ୍ଗାସାଗର ଏକ ହିନ୍ଦୁ ତୀର୍ଥସ୍ଥାନ । ବାଖାଳି ଏକ ବେଳାଭୂମି ରିସର୍ଟ ।
ବନ୍ଦର ଉନ୍ନୟନ
ସମ୍ପାଦନାବଙ୍ଗୋପସାଗରର ନିକଟରେ ଥିବାରୁ ଏଠାରେ ଏକ ବନ୍ଦର ନିର୍ମାଣ ପାଇଁ ସରକାରଙ୍କ ଯୋଜନା ରହିଛି । ମାଲ ପରିବହନ ପାଇଁ ଏଠାରେ ଜେଟି ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଉଛି ।
ଆଧାର
ସମ୍ପାଦନା- ↑ "2011 Census – Primary Census Abstract Data Tables". West Bengal – District-wise. Registrar General and Census Commissioner, India. Retrieved 27 ଅପ୍ରେଲ 2016.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 16 ଜୁନ 2004. Retrieved 1 ନଭେମ୍ବର 2008.
ବାହାର ତଥ୍ୟ
ସମ୍ପାଦନାDiamond Harbour travel guide from Wikivoyage