ଟେନେକ୍ଟେପ୍ଲେଜ ( ଟିଏନ‌କେ/ TNK), ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଟିଏନ‌କେଜ (TNKase), ଏକ ଔଷଧ ଯାହା ହୃଦ୍‌ଘାତ ବା ଫୁସଫୁସ ଏମ୍ବୋଲିଜ୍ମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] [୨] ଏହା ଷ୍ଟ୍ରୋକ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧]

ଟେନେକ୍ଟେପ୍ଲେଜ
Clinical data
Trade namesTNKase, Metalyse, others
AHFS/Drugs.commonograph
data
Legal status
Legal status
  • ℞ (Prescription only)
Pharmacokinetic data
ExcretionLiver
Identifiers
  • Human tissue plasminogen activator
Chemical and physical data
FormulaC2561H3919N747O781S40
Molar mass୫୮,୯୫୧.୩୭ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୁଏ ଯେପରିକି ନାକ ରକ୍ତସ୍ରାବ, ପାକସ୍ଥଳୀରେ ରକ୍ତସ୍ରାବ, କ୍ଷତ କିମ୍ବା ପରିସ୍ରାରେ ରକ୍ତ ହୋଇପାରେ ।[୧] [୩] ଜେଣ୍ଟାମାଇସିନ୍ ପ୍ରତି ଆନାଫାଇଲାକ୍‌ସିସ ଥିଲେ ଏହା ବ୍ୟବହାର କରିବା ଉଚିତ୍ ନୁହେଁ ।[୩] ଏହା ରିକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ଉତ୍ପାଦିତ ଏକ ତନ୍ତୁ ପ୍ଲାଜମିନୋଜେନ ସକ୍ରିୟକାରୀ (ଟିପିଏ) ।[୧] ଜମାଟ ରକ୍ତ ତରଳ କରି ଏହା କାର୍ଯ୍ୟକ୍ଷମ ହୁଏ ।[୩]

୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେନେକ୍ଟେପ୍ଲେଜ ଅନୁମୋଦିତ ହୋଇଥିଲା ।[୧] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରାର ମୂଲ୍ୟ ପ୍ରାୟ ୬୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୫୦୦ ଡଲାର।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Tenecteplase Monograph for Professionals". Drugs.com (in ଇଂରାଜୀ). Archived from the original on 15 August 2019. Retrieved 19 September 2021.
  2. ୨.୦ ୨.୧ Burgos, Adrian M.; Saver, Jeffrey L. (August 2019). "Evidence that Tenecteplase Is Noninferior to Alteplase for Acute Ischemic Stroke: Meta-Analysis of 5 Randomized Trials". Stroke. 50 (8): 2156–2162. doi:10.1161/STROKEAHA.119.025080.
  3. ୩.୦ ୩.୧ ୩.୨ ୩.୩ "Metalyse". Archived from the original on 11 November 2020. Retrieved 19 September 2021.
  4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 231. ISBN 978-0-85711-369-6.{{cite book}}: CS1 maint: date format (link)
  5. "TNKase Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 19 September 2021.