ଟରବିନାଫାଇନ (ଇଂରାଜୀ ଭାଷାରେ Terbinafine, ବିକ୍ରୟ ନାମ ଲାମିସିଲ।/Lamisil) ଏକ କବକରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ (antifungal medication) ଯାହା ଯାଦୁ (ringworm), ପିଟିରିଆସିସ ଭର୍ସିକଲର (pityriasis versicolor) ଓ ଓନିକୋମାଇକୋସିସ (ନଖର କବକ ସଂକ୍ରମଣ) ରୋଗମାନଙ୍କରେ ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୧][୨] ଏହି ଔଷଧ ପାଟିରେ ଦିଆଯାଏ, ଚର୍ମରେ କ୍ରିମ ବା ମଲମ ଆକାରରେ ଲଗାଯାଏ । [୧][୩] ନଖର ସଂକ୍ରମଣରେ କ୍ରିମ ଓ ମଲମ କାମ କରେନାହିଁ ।[୪]

ଟରବିନାଫାଇନ
Clinical data
Trade namesLamisil, Terboderm, others
AHFS/Drugs.commonograph
MedlinePlusa699061
Pregnancy
category
Routes of
administration
by mouth and topical
ATC code
Legal status
Legal status
  • Low-strength topical preparations available without prescription
Pharmacokinetic data
BioavailabilityReadily absorbed: 70–90%
Protein binding>99%
Metabolismliver
Elimination half-lifeHighly variable
Identifiers
  • [(2E)-6,6-dimethylhept-2-en-4-yn-1-yl](methyl)(naphthalen-1-ylmethyl)amine
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.119.605 Edit this at Wikidata
Chemical and physical data
FormulaC21H25N
Molar mass291.43 g/mol
3D model (JSmol)
  • C(#C\C=C\CN(C)Cc2cccc1ccccc12)C(C)(C)C
  • InChI=1S/C21H25N/c1-21(2,3)15-8-5-9-16-22(4)17-19-13-10-12-18-11-6-7-14-20(18)19/h5-7,9-14H,16-17H2,1-4H3/b9-5+ checkY
  • Key:DOMXUEMWDBAQBQ-WEVVVXLNSA-N checkY
 ☒NcheckY (what is this?)  (verify)

ଟରବିନାଫାଇନ ପାଟିରେ ଦେଲେ ଅଇ, ତରଳ ଝାଡ଼ା, ମୁଣ୍ଡବଥା, କାଶ, ରାସ ଓ ଯକୃତ ଏଞ୍ଜାଇମ ବୃଦ୍ଧି ([[::en:elevated liver enzymes|:en:elevated liver enzymes]]) ହେବା ଭଳି ପାର୍ଶ୍ୱ ପ୍ରତିକ୍ରିୟାମାନ ଦେଖାଯାଏ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟାମାନ (allergic reactions) ଦେଖାଯାଏ ।[୧] ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ ।[୧] କ୍ରିମ ଓ ମଲମ ଲଗେଇଲେ ଗଲୁ ହୋଇପାରେ । [୨] ଟରବିନାଫାଇନ ଏକ ଆଲିଲାମାଇନ (allylamines) ଶ୍ରେଣୀର ଔଷଧ ।[୧] କବକର ସ୍ଟିରଲ (sterols) ତିଆରି କରିବା ଶକ୍ତିକୁ ଏହି ଔଷଧ କମେଇ ଦେଇ କାର୍ଯ୍ୟକାରୀ ହୁଏ । [୧]

ସନ ୧୯୯୧ରେ ଟରବିନାଫାଇନ ଆବିଷ୍କୃତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦ ଗ୍ରାମ ଟ୍ୟୁବର କ୍ରୟ ମୂଲ୍ୟ ୨.୨୦ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସାର ଔଷଧ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ଏହା ବିନା ପ୍ରେସକ୍ରିପସନ୍‌ରେ (over the counter) ମିଳେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Terbinafine Hydrochloride". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ "Lamisil 1% w/w Cream - Summary of Product Characteristics (SPC) - (eMC)". electronic Medicines Compendium (eMC). 17 March 2016. Retrieved 17 December 2016.
  3. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved 10 May 2015.
  4. ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 180. ISBN 978-1-284-05756-0. {{cite book}}: Unknown parameter |name-list-format= ignored (|name-list-style= suggested) (help)
  5. Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs. John Wiley & Sons. p. 90. ISBN 978-3-527-32669-3. {{cite book}}: Unknown parameter |name-list-format= ignored (|name-list-style= suggested) (help)
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Terbinafine". International Drug Price Indicator Guide. Archived from the original on 6 April 2017. Retrieved 8 December 2016.