ଓନିକୋମାଇକୋସିସ

ମାନବ ଓ ପଶୁଙ୍କର ଏକ ପ୍ରକାର କବକ ରୋଗ

ଓନିକୋମାଇକୋସିସ Onychomycosis, ଅନ୍ୟ ନାମ ଟିନିଆ ଅଙ୍ଗୁଇଅମ/tinea unguium) ଏକ ପ୍ରକାର କବକ ସଂକ୍ରମଣ (fungal infection) ଯାହା ନ‌ଖକୁ (nail) ଆକ୍ରମଣ କରେ ।[୨] ନ‌ଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ, ମୋଟା ହୋଇଯାଏ ଓ ନ‌ଖ ସ୍ଥାନ‌ଚ୍ୟୁତ (separation of the nail from the nail bed) ହୋଇଯାଏ ।[୨][୩] ଉଭୟ ପାଦ (Toenails) ଓ ହାତ ନ‌ଖ (fingernails) ସଂକ୍ରମିତ ହୁଅନ୍ତି କିନ୍ତୁ ପାଦ ନ‌ଖ ଅଧିକ ସଂକ୍ରମିତ ହୁଏ ।[୩] ରୋଗ ଜଟିଳ ହେଲେ ଗୋଡ଼ ତଳ ଭାଗରେ ସେଲ୍ୟୁଲାଇଟିସ୍ ହୁଏ ।[୩]

ଓନିକୋମାଇକୋସିସ (Onychomycosis)
Dermatophytic onychomycosis[୧] tinea unguium[୧]
ପାଦ ବୃଦ୍ଧାଙ୍ଗୁଳୀ ନ‌ଖରେ ଓନିକୋମାଇକୋସିସ ରୋଗ
ବିଭାଗସଂକ୍ରାମକ ରୋଗ (Infectious disease
ଲକ୍ଷଣନ‌ଖ ରଙ୍ଗ ଧଳା ବା ହଳଦିଆ ରଙ୍ଗ ହୋଇଯାଏ ।[୨][୩]
ଆକ୍ରାନ୍ତ ସମୟବୟସ୍କ ପୁରୁଷ [୨][୩]
କାରଣକବକ ସଂକ୍ରମଣ (Fungal infection)[୩]
ବିପଦ କାରକଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନ‌ଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function)[୩]
ରୋଗ ନିର୍ଣ୍ଣୟ ପଦ୍ଧତିନ‌ଖ ଚେହେରା ଓ ଲାବୋରେଟରୀ ପରୀକ୍ଷା[୨]
ସଠିକ ରୋଗ ନିର୍ଣ୍ଣୟସୋରିଆସିସ, କ୍ରନିକ ଚର୍ମ ପ୍ରଦାହ, କ୍ରନିକ ପାରୋନିକିଆ (paronychia), ନ‌ଖ ଆଘାର[୨]
ଔଷଧଟରବିନାଫାଇନ, ସାଇକ୍ଲୋପାଇରକ୍ସ (ciclopirox)[୨]
ଚିକିତ୍ସାନାହିଁ, ଆଣ୍ଟିଫଙ୍ଗାଲ ଔଷଧ (anti-fungal medication), ନ‌ଖ କାଟିବା[୨][୩]
Prognosisପୁନଃପୌନିକ ରୋଗ[୨]
ପୁନଃପୌନିକ~ଯୁବକମାନଙ୍କର ୧୦%[୨]

ବିଭିନ୍ନ ପ୍ରକାରର କବକ ଏହି ଓନିକୋମାଇକୋସିସ, ଡର୍ମାଟୋଫାଇଟ (dermatophytes) ଓ ଫୁସାରିଅମ (Fusarium) ସଂକ୍ରମଣ କରନ୍ତି ।[୩] ଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନ‌ଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function) ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ରହିବ ।[୩] ନ‌ଖ ଚେହେରା ଦେଖି ଓ ଲାବୋରେଟରୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୨]

ଓନିକୋମାଇକୋସିସ ରୋଗର ଚିକିତ୍ସା ଆବଶ୍ୟକ ହୁଏନାହିଁ ।[୩] ଆଣ୍ଟିଫଙ୍ଗାଲ ଔଷଧ (anti-fungal medication) ମଧ୍ୟରେ ଟରବିନାଫାଇନ ପାଟିରେ ଦେଲେ ପ୍ରଭାବଶାଳୀ ହୁଏ କିନ୍ତୁ ଏହାଦ୍ୱାର ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ।[୨][୪] ରୋଗା ନ‌ଖ ଠିକ ଭାବରେ କାଟିଦେଲେ ଉପ‌ଯୋଗୀ ହୁଏ ।[୨] ସାଇକ୍ଲୋପାଇରକ୍ସ (ciclopirox) ଥିବା ନେଲପଲିସ (nail polish) ଏତେ ଉପକାର କରେନି ।[୨] ଚିକିତ୍ସା କଲେ ମଧ୍ୟ ପ୍ରାୟ ଅଧା ରୋଗୀଙ୍କର ରୋଗ ଲେଉଟିଆସେ ।[୨] ଚିକିତ୍ସା ପରେ ପୁରୁଣା ଜୋତା ବ୍ୟବ‌ହାର ନ‌କଲେ ଏହି ରୋଗ ସଙ୍କଟ କମିଯାଏ ।[୩]

ଜନସଂଖ୍ୟାର ୧୦% ଲୋକଙ୍କର ଏହି ରୋଗ ହୁଏ ।[୨] ବୟସାଧିକ ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ସମୁଦାୟ ନ‌ଖ ରୋଗ ମଧ୍ୟରୁ ଅଧା ସଂଖ୍ୟକ ରୋଗ ଏହି ଓନିକୋମାଇକୋସିସ ଯୋଗୁ ହୁଏ ।[୨] ସନ ୧୮୫୩ରେ ଜର୍ଜ ମେଇସନର (Georg Meissner) ପ୍ରଥମେ ଏହା କବକ ଯୋଗୁ ହେଉଥିବା ପ୍ରକାଶ କରିଥିଲେ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. p. 1135. ISBN 1-4160-2999-0.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Westerberg DP, Voyack MJ (Dec 1, 2013). "Onychomycosis: current trends in diagnosis and treatment". American Family Physician. 88 (11): 762–70. PMID 24364524.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ "Onychomycosis – Dermatologic Disorders". Merck Manuals Professional Edition. February 2017. Retrieved 2 June 2018.
  4. Kreijkamp-Kaspers, S; Hawke, K; Guo, L; Kerin, G; Bell-Syer, SE; Magin, P; Bell-Syer, SV; van Driel, ML (14 July 2017). "Oral antifungal medication for toenail onychomycosis". The Cochrane Database of Systematic Reviews. 7: CD010031. doi:10.1002/14651858.CD010031.pub2. PMID 28707751.
  5. Rigopoulos, Dimitris; Elewski, Boni; Richert, Bertrand (2018). Onychomycosis: Diagnosis and Effective Management (in ଇଂରାଜୀ). John Wiley & Sons. ISBN 9781119226505.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ