ଝାରସୁଗୁଡ଼ା ବିମାନ ବନ୍ଦର
ଝାରସୁଗୁଡ଼ା ବିମାନ ବନ୍ଦର ବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର (IATA: VEJH) , ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମା ଝାରସୁଗୁଡ଼ା ସହରର କେନ୍ଦ୍ର ସ୍ଥଳରୁ ୫ କିଲୋମିଟର ଦୁରବର୍ତୀ ସ୍ଥାନରେ ଅବସ୍ଥିତ । ଏହା ଝାରସୁଗୁଡ଼ାରୁ ରାଉରକେଲା ଯିବା ରାଜପଥ ଉପରେ ରହିଛି । ଏହା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶ ମାନଙ୍କଦ୍ୱାରା ପ୍ରଥମେ ନିର୍ମିତ ହୋଇ ବ୍ୟବହୃତ ହେଉଥିଲା । ସ୍ୱାଧୀନତା ପରେ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଥିଲା । ପରେ ଏହାର ଉନ୍ନତିକରଣ ହେଇ ଏୟାର ଓଡ଼ିଶା ତରଫରୁ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ବିମାନ ସେବା ଆରମ୍ଭ ହେଇଥିଲା ।[୧] ୨୨ ସେପ୍ଟେମ୍ବର ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ [[|ନରେନ୍ଦ୍ର ମୋଦୀ|ନରେନ୍ଦ୍ର ମୋଦୀଙ୍କଦ୍ୱାରା]] ଝାରସୁଗୁଡ଼ା ବିମାନବନ୍ଦର ସର୍ବସାଧାରଣଙ୍କ ପାଇଁ ଖୋଲା ହୋଇଥିଲା ।[୨] କେବଳ ଗୋଟିଏ ଦିନର ବିମାନ ଉଡ଼ାଣ ପରେ ଏହି ସେବା ବନ୍ଦ ରହିଥିଲା । ୩୧ ମାର୍ଚ୍ଚ ୨୦୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଏହାର ଦୈନିକ ଉଡ଼ାଣ ବ୍ୟବସ୍ଥା ପ୍ରାରମ୍ଭ କରିଥିଲେ । ଦିଲ୍ଲୀ, କଲିକତା ଏବଂ ହାଇଦ୍ରାବାଦକୁ ଉଡ଼ାଣ ବ୍ୟବସ୍ଥା ରହିବ ।[୩]
ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡ଼ା ବିମାନ ବନ୍ଦର | |||
---|---|---|---|
IATA: JRG – ICAO: VEJH
| |||
ସାରକଥା | |||
ବିମାନ ବନ୍ଦର ପ୍ରକାର | ସର୍ବସାଧାରଣ | ||
ପରିଚାଳକ | ଏଆରପୋର୍ଟସ ଅଥରିଟି ଅଫ ଇଣ୍ଡିଆ | ||
ସେବା | ଝାରସୁଗୁଡ଼ା, ଓଡ଼ିଶା | ||
ଦିଗବାରେଣି | 20°14′40″N 085°49′04″E / 20.24444°N 85.81778°E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
୦୬/୨୪ | ୭,୮୪୪ | ୨,୩୯୧ | କଙ୍କ୍ରିଟ |
ବିସ୍ତାରିକରଣ
ସମ୍ପାଦନା୯୦୯.୨୨ ଏକର ପରିମିତ ସ୍ଥାନରେ ଥିବା ଏହି ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫୦କୋଟି ତାଙ୍କ ବ୍ୟୟ କରି ୨୦୧୩ ମସିହାରେ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ୧୭୫ କୋଟି ଟଙ୍କାର ପ୍ରୋଜେକ୍ଟରେ ଭାରତୀୟ ଏୟାର ପୋର୍ଟ ଅଥରୀଟି ଓ ରାଜ୍ୟ ସରକାରଙ୍କ ଭାଗୀଦାରୀ ରହିଛି । ପ୍ରଥମେ ୮୦ କୋଟି ଖରଚ କରି ଏହାକୁ ୧୫-୩୦ ସିଟ ବିଶିଷ୍ଟ [୪]ସାନ ଉଡାଜାହାଜ ଅପାୟନ ପ୍ରସ୍ତୁତ କରିବା ପରେ ତାକୁ ପୂର୍ଣ କ୍ଷମତା ସମ୍ପନ୍ନ ବିମାନ ବନ୍ଦର କରାଯିବ । [୫] ଏଠି ପାଇଁ ଆବଶ୍ୟକୀଯ ରାଜିନାମା ଏଏଆଇ ସଙ୍ଗେ କରାଯାଇଛି ।
ବିମାନ ସେବା ଓ ଗନ୍ତବ୍ୟ ସ୍ଥଳ
ସମ୍ପାଦନାଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଚାଲୁଥିବା ସିଧା ଉଡାଣ/ଗନ୍ତବ୍ୟସ୍ଥଳ ସବୁ ।
ବିମାନ ସେବା | ଗନ୍ତବ୍ୟ |
---|---|
ଏଲାଇଂସ ଏଆର | ଭୁବନେଶ୍ୱର, ରାୟପୁର, ରାଞ୍ଚି |
ସ୍ପାଇସଜେଟ | ଦିଲ୍ଲୀ, ହାଇଦ୍ରାବାଦ, କଲିକତା |
ଗ୍ୟାଲେରି
ସମ୍ପାଦନା-
ଟର୍ମିନାଲ ଗୃହର ଦୃଶ୍ୟ
-
ବୋର୍ଡିଙ୍ଗ କ୍ଷେତ୍ରର ଦୃଶ୍ୟ
-
ଟେକ୍ସି ୱେରୁ ଟର୍ମିନାଲ ଗୃହର ଦୃଶ୍ୟ
ଆଧାର
ସମ୍ପାଦନା- ↑ "Air Odisha launched commercial flights between Rourkela, Jharsuguda, Bhubaneswar," Archived 2013-03-11 at the Wayback Machine..
- ↑ http://www.dharitri.com/main/news/72796
- ↑ "ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନୂଆଦିଲ୍ଲୀ, ହାଇଦ୍ରାବାଦ୍ ଓ କୋଲକାତାକୁ ଉଡ଼ିବ ବିମାନ". Sambad (in ଆମେରିକୀୟ ଇଂରାଜୀ). 2019-03-31. Retrieved 2019-03-31.
- ↑ "Orissa to boost aviation with five greenfield airports".
- ↑ "Jharsuguda airport to be developed" Archived 2014-01-03 at the Wayback Machine..
ବାହାର ଲିଙ୍କ
ସମ୍ପାଦନା- VEJH ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)
- Recent developments on Jharsuguda Airport
- AAI plans 2nd airport in state
- Airport plan
This article about an airport in India is a stub. You can help Wikipedia by expanding it. |