ଜୟଦେବ ଠାକୁର
ଜୟଦେବ ଠାକୁର (୧୦ ନଭେମ୍ବର ୧୮୯୧ - ୨୧ ଜାନୁଆରୀ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଗଣତନ୍ତ୍ର ପରିଷଦ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାମଣ୍ଡା ଓ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜୟଦେବ ଠାକୁର | |
---|---|
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୭ | |
ପର ଅଧିକାରୀ | ଭାନୁଗଙ୍ଗ ତ୍ରିଭୂବନ ଦେବ |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | ବାମଣ୍ଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ନଭେମ୍ବର ୧୮୯୧ |
ମୃତ୍ୟୁ | ୨୧ ଜାନୁଆରୀ ୧୯୭୩ | (ବୟସ ୮୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ସୁବର୍ଣ୍ଣୀ ଦେବୀ |
ବାପା/ବୋଉ | ବିଘ୍ନେଶ୍ୱର ଠାକୁର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଜୟଦେବ ଠାକୁର ୧୮୯୧ ମସିହାର ନଭେମ୍ବର ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଘ୍ନେଶ୍ୱର ଠାକୁର ଓ ପତ୍ନୀଙ୍କ ନାମ ସୁବର୍ଣ୍ଣୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୨]
ରାଜନୈତିକ ଜୀବନ
ସମ୍ପାଦନାଜୟଦେବ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୨]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ବାମଣ୍ଡା | ଗଣତନ୍ତ୍ର ପରିଷଦ |
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ଦେବଗଡ଼ | ଗଣତନ୍ତ୍ର ପରିଷଦ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଦେବଗଡ଼ | ଗଣତନ୍ତ୍ର ପରିଷଦ |
ମୃତ୍ୟୁ
ସମ୍ପାଦନାଜୟଦେବ ଠାକୁର ୧୯୭୩ ମସିହାର ଜାନୁଆରୀ ମାସ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ ୨.୦ ୨.୧ ୨.୨ "Shri Jayadev Thakur". odishaassembly.nic.in. Odisha Assembly. Retrieved 9 September 2020.