ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ | |
---|---|
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ପର୍ଶୁରାମ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ପର୍ଶୁରାମ ପାଣିଗ୍ରାହୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପରିବାର ଓ ଶିକ୍ଷା
ସମ୍ପାଦନାଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବାପା ପର୍ଶୁରାମ ପାଣିଗ୍ରାହୀ, ଯିଏକି ପୂର୍ବରୁ ଜଣେ ବିଧାନ ଭାବରେ ୮ମ, ୧୦ମ, ୧୨ଶ ଓ ୧୪ଶ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିଲେ ।[୨] ଜ୍ୟୋତି ପ୍ରକାଶଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକୋତ୍ତର ।[୩]
ରାଜନୈତିକ ଜୀବନ
ସମ୍ପାଦନାଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
୨୦୧୪ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୪][୫] ଏହି ନିର୍ବାଚନରେ ସେ ସମୁଦାୟ ୬୫,୮୫୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଆଧାର
ସମ୍ପାଦନା- ↑ "Shri Jyoti Prakash Panigrahi". odishaassembly.nic.in. Odisha Assembly. Retrieved 30 April 2019.
- ↑ "MLA Jyoti Prakash Panigrahi Profile | SIMULIA Constituency". www.odishahelpline.com. Retrieved 2019-05-01.
- ↑ "MLA Jyoti Prakash Panigrahi Profile | SIMULIA Constituency". naveenpatnaik.com. Archived from the original on 2019-01-13. Retrieved 2019-05-01.
- ↑ "Odisha - Simulia". Election Commission of India. Archived from the original on 14 July 2014. Retrieved 29 May 2014.
- ↑ "Orissa Assembly Election 2014, Constituency: Simulia (42)". EmpoweringIndia.org. Archived from the original on 14 July 2014. Retrieved 29 May 2014.
- ↑ Johnston, Ron; Forrest, James (2000-03). "Constituency election campaigning under the alternative vote: the New South Wales Legislative Assembly election 1995". Area. 32 (1): 107–117. doi:10.1111/j.1475-4762.2000.tb00120.x. ISSN 0004-0894.
{{cite journal}}
: Check date values in:|date=
(help)
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସମ୍ପର୍କିତ ମିଡ଼ିଆ