ଜେମିଫ୍ଲୋକ୍ସାସିନ (ଇଂରାଜୀ ଭାଷାରେ Gemifloxacin), ଫ୍ୟାକ୍ଟିଭ୍ ଏହାର ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ବର୍ଦ୍ଧିତ କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ ଏବଂ ମୃଦୁରୁ ମଧ୍ୟମ ଧରଣର ନିମୋନିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଗନରିଆ ରୋଗ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଅନ୍ୟ ବିକଳ୍ପ ଔଷଧ ଗୁଡ଼ିକ ଉପଯୁକ୍ତ ନ ହେଲେ ସାଧାରଣତଃ ଏହା ବ୍ୟବହୃତ ହୁଏ | [୧] ଏହା ପାଟିରେ ଦିଆଯାଏ ।[୧]

ଜେମିଫ୍ଲୋକ୍ସାସିନ
Clinical data
SynonymsGemifloxacin mesylate
AHFS/Drugs.commonograph
MedlinePlusa604014
Pregnancy
category
  • C
Routes of
administration
By mouth
Legal status
Legal status
  • ℞ (Prescription only)
Pharmacokinetic data
Bioavailability71%
Protein binding60–70%
MetabolismLimited metabolism by the liver to minor metabolites
ExcretionFeces (61%); urine (36%)
Identifiers
  • 7-[(4Z)-3-(Aminomethyl)-4-methoxyimino-pyrrolidin-1-yl]-1-cyclopropyl-6-fluoro-4-oxo- 1,8-naphthyridine-3-carboxylic acid
Chemical and physical data
FormulaC18H20FN5O4
Molar mass୩୮୯.୩୯ g·mol−1
3D model (JSmol)
  • Fc2c(nc1N(/C=C(/C(=O)O)C(=O)c1c2)C3CC3)N4C/C(=N\OC)C(C4)CN
  • InChI=1S/C18H20FN5O4/c1-28-22-14-8-23(6-9(14)5-20)17-13(19)4-11-15(25)12(18(26)27)7-24(10-2-3-10)16(11)21-17/h4,7,9-10H,2-3,5-6,8,20H2,1H3,(H,26,27)/b22-14+ checkY
  • Key:ZRCVYEYHRGVLOC-HYARGMPZSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ରାସ, ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟେଣ୍ଡନ୍ ଛିଣ୍ଡିବା, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ଆନାଫାଇଲାକ୍‌ସିସ, ପେରିଫେରାଲ୍ ନିଉରୋପାଥି, ସାଇକୋସିସ୍ ଏବଂ କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଫ୍ଲୋରୋକୁଇନୋଲୋନ ପରିବାରର ଏକ ସଦସ୍ୟ ଅଟେ ।[୧]

୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜେମିଫ୍ଲୋକ୍ସାସିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୩୨୦ ମିଗ୍ରା ବିଶିଷ୍ଟ ୫ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨୦ ଡଲାର ଥିଲା ।[୪] ସେଠାରେ ୨୦୧୫ ମସିହାରୁ ଏହାର ଉତ୍ପାଦନ କରିବାର ଅଧିକାରକୁ ନେଇ ବିବାଦ ହେତୁ ଔଷଧର ଅଭାବ ଦେଖାଦେଇଛି ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Gemifloxacin Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 3 December 2021.
  2. Canada, Public Health Agency of (28 July 2017). "Treatment of N. gonorrhoeae in response to the discontinuation of spectinomycin". www.canada.ca. Archived from the original on 1 October 2021. Retrieved 3 December 2021.
  3. "DailyMed - FACTIVE- gemifloxacin mesylate tablet". dailymed.nlm.nih.gov. Archived from the original on 21 December 2016. Retrieved 3 December 2021.
  4. "Factive Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 3 December 2021.
  5. "FDA Drug Shortages". www.accessdata.fda.gov. Archived from the original on 29 April 2021. Retrieved 3 December 2021.