ଜୁଗୁଲାର ଶିରା ଥ୍ରୋମ୍ବୋସିସ

ଏହି ରୋଗରେ ଇଣ୍ଟରନାଲ ଜୁଗୁଲାର ଶିରା ମଧରେ ରକ୍ତ ଜମାଟ ବାନ୍ଧି ଯାଇଥାଏ ।

ଜୁଗୁଲାର ଶିରା ଥ୍ରୋମ୍ବୋସିସ ରୋଗ ହେଉଥିବା କୁହାଯାଏ ଯେତେବେଳେ ଇଣ୍ଟରନାଲ ଜୁଗୁଲାର ଶିରା ମଧରେ ରକ୍ତ ଜମାଟ ବାନ୍ଧି ଯାଇଥାଏ ।[] ଅନେକଙ୍କର ଅଳ୍ପ ଲକ୍ଷଣ ଥିବାବେଳେ କିମ୍ବା କୌଣସି ଲକ୍ଷଣ ନଥିବାବେଳେ, ଅନ୍ୟ କେତେକଙ୍କର ଫୁଲା, କୋମଳତା ଏବଂ ବେକର ଲାଲ ରଙ୍ଗର ବିକାଶ ହୁଏ ।[] ଶିରା ଉପରେ ଏକ କଠିନ ସ୍ଥାନ ମଧ୍ୟ ଅନୁଭବ କରାଯାଇପାରେ ।[] ସଂକ୍ରମଣ ହେଲେ ଜ୍ୱର ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଜଟିଳତା ବୃଦ୍ଧି ହେଲେ ଫୁସଫୁସ ଏମ୍ବୋଲିଜ୍ମ ହୋଇପାରେ ।[] []

ଜୁଗୁଲାର ଶିରା ଥ୍ରୋମ୍ବୋସିସ
Internal jugular vein thrombosis
ଫାଇଲ:Internal-jugular-vein-thrombosis-1.png
A post-operative internal jugular vein thrombosis on the person's right
ଲକ୍ଷଣNone, neck swelling[]
ବିପଦ କାରକCancer, central venous catheter, factor V Leiden[]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound, CT scan[]
ସଠିକ ରୋଗ ନିର୍ଣ୍ଣୟSuperior vena cava syndrome, mediastinitis, cellulitis[]
ଚିକିତ୍ସାGenerally anticoagulation[]
ପୁନଃପୌନିକ7.5% people with both a central venous catheter and cancer[]

ସବୁଠାରୁ ସାଧାରଣ କାରଣ ହେଉଛି କର୍କଟ ଏବଂ ଏକ କେନ୍ଦ୍ରୀୟ ଭେନସ୍ କ୍ୟାଥେଟର ।[] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ଫ୍ୟାକ୍ଟର ଭି ଲିଡେନ, ବେକରେ ଆଘାତ, ଓଭାରିଆନ ହେଇପରଷ୍ଟିମୁଲେସନ ସିଣ୍ଡ୍ରୋମ (OHSS) ଏବଂ ଶିରାଭ୍ୟନ୍ତର ଔଷଧ ବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[] ସଂକ୍ରମଣର ପରିଣାମ ସ୍ୱରୂପ ଘଟୁଥିବା ଲକ୍ଷଣମାନଙ୍କୁ ଲେମିରେ ସିଣ୍ଡ୍ରୋମ କୁହାଯାଏ ।[] ଡି-ଡାଇମର ଉପରେ ଆଧାର କରି ରୋଗ ସନ୍ଦେହ କରାଯାଇପାରେ ଏବଂ ଅଲଟ୍ରାସାଉଣ୍ଡ କିମ୍ବା ସିଟି ସ୍କାନ୍ ଦ୍ୱାରା ନିଶ୍ଚିତ କରାଯାଇପାରେ ।[]

ଯେଉଁମାନଙ୍କର ରକ୍ତସ୍ରାବ ହେବାର ଆଶଙ୍କା କମ ଥାଏ ସେମାନଙ୍କ ଚିକିତ୍ସାରେ ଆଣ୍ଟିକୋଆଗୁଲେଟର ସାଧାରଣତଃ ୪ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ । ଔଷଧ ମଧ୍ୟରେ ହେପାରିନୱାର୍ଫାରିନ୍ କିମ୍ବା ଏକ ଫ୍ୟାକ୍ଟର ଏକ୍ସଏ ଇନହିବିଟର ଦିଆଯାଇପାରେ ।[] ଯଦି ସମ୍ଭବ କେନ୍ଦ୍ରୀୟ ଭେନସ୍ କ୍ୟାଥେଟର ଅପସାରଣ କରାଯିବା ଉଚିତ ।[] ଲକ୍ଷଣ ନ ଥିଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଏକ ବିକଳ୍ପ ହୋଇପାରେ ନାହିଁ ।[] ଥ୍ରୋମ୍ବୋଲାଇସିସ କିମ୍ବା ଅସ୍ତ୍ରୋପଚାର ପରାମର୍ଶ କ୍ୱଚିତ୍ ଦିଆଯାଏ | []

ଉଭୟ କେନ୍ଦ୍ରୀୟ ଭେନସ୍ କ୍ୟାଥେଟର୍ ଏବଂ କର୍କଟ ରୋଗରେ ୭.୫% ଲୋକଙ୍କୁ ଜୁଗୁଲାର ଶିରା ଥ୍ରୋମ୍ବୋସିସ୍ ପ୍ରଭାବିତ କରିଥିଲା ।[] ପ୍ରଭାବିତ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୪୪% ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କ କ୍ଷେତ୍ରରେ ଏହା ଅଧିକ ଥାଏ ।[] ଜୁଗୁଲାର ଶିରା ଥ୍ରୋମ୍ବୋସିସ୍ ରୋଗର ସଂକ୍ରମିତ ମାମଲା ପ୍ରଥମେ ୧୯୩୬ ମସିହାରେ ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Lee, Y; Siddiqui, WJ (January 2022). "Internal Jugular Vein Thrombosis". PMID 31082155. {{cite journal}}: Cite journal requires |journal= (help)
  2. Reinus, William R. (21 October 2013). Clinician's Guide to Diagnostic Imaging (in ଇଂରାଜୀ). Springer Science & Business Media. p. 166. ISBN 978-1-4614-8769-2.
  3. Caplivski, Daniel; Scheld, W. Michael (2 February 2012). Consultations in Infectious Disease: A Case Based Approach to Diagnosis and Management (in ଇଂରାଜୀ). Oxford University Press. p. 118. ISBN 978-0-19-990910-0. Archived from the original on 17 October 2022. Retrieved 16 October 2022.