ସୁପିରିଅର ଭେନା କାଭା ସିଣ୍ଡ୍ରୋମ
ସୁପିରିଅର ଭେନା କାଭା ସିଣ୍ଡ୍ରୋମ (ଉର୍ଦ୍ଧ୍ୱ ମହାଶିରା ସିଣ୍ଡ୍ରୋମ, ଇଂରାଜୀ ଭାଷାରେ Superior vena cava syndrome/ SVCS ) ବା ଏସଭିସିଏସ ଏକ ଲକ୍ଷଣପୁଞ୍ଜ ଯାହା ହୃତ୍ପିଣ୍ଡକୁ ରକ୍ତ ସରବରାହ କରୁଥିବା ବିରାଟ ଶିରାର ଅବରୋଧ ଯୋଗୁ ସୃଷ୍ଟି ହୁଏ । [୧] ଏହାର ଲକ୍ଷଣ ମଧ୍ୟରେ ମୁହଁ, ବେକ, ବା ବାହୁ ଫୁଲିଯିବା, ଛାତିର ସମ୍ମୁଖ ଭାଗରେ ଥିବା ଶିରାମାନଙ୍କର ବୃଦ୍ଧି, ଅଣ ନିଶ୍ୱାସ, ଲାଲ ଆଖି, ଏବଂ କାଶ ହୋଇପାରେ | [୧] ଶ୍ୱାସକ୍ରିୟାରେ ସଁ ସଁ ଶବ୍ଦ ହେବା, ମୁଣ୍ଡବିନ୍ଧା ଏବଂ ଚେତନା ସ୍ତର ହ୍ରାସ ଇତ୍ୟାଦି ଲକ୍ଷଣ ଅଳ୍ପ ଦେଖାଯାଏ । [୧] କିଛି ଦିନରୁ କିଛି ସପ୍ତାହ ମଧ୍ୟରେ ଲକ୍ଷଣ ସୃଷ୍ଟି ହୋଇଥାଏ | [୧]
Superior vena cava syndrome (Mediastinal syndrome) | |
---|---|
SVC obstruction | |
ଲକ୍ଷଣ | Face, neck, or arm swelling, enlargement of the veins on the front of the chest, shortness of breath, cough[୧] |
ଆକ୍ରାନ୍ତ ସମୟ | Over days to weeks[୧] |
କାରଣ | Cancer, blood clot, syphilis, aortic aneurysm, fibrosing mediastinitis[୧][୨] |
ବିପଦ କାରକ | Central venous catheters, pacemaker[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging[୧] |
ଚିକିତ୍ସା | Elevation of the head of the bed, steroids, stenting, bypass surgery[୧][୩] |
ପୁନଃପୌନିକ | 15,000 cases per year (USA)[୧] |
ଏହା ସାଧାରଣତ କର୍କଟ ରୋଗ କିମ୍ବା ରକ୍ତନଳୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ହୋଇଥାଏ | [୧] କର୍କଟ ରୋଗଗୁଡିକ ମଧ୍ୟରେ ଛୋଟ ଜୀବକୋଷ ଫୁସଫୁସ କର୍କଟ, ନନ୍-ହଜକିନ୍ସ ଲିମ୍ଫୋମା ଏବଂ ମେଟାଷ୍ଟାଟିକ ଅର୍ବୁଦ ଥାଏ । [୧] ଏହା ମଧ୍ୟ ଇଣ୍ଟ୍ରାଭାସ୍କୁଲାର ଉପକରଣଗୁଡ଼ିକର ଜଟିଳତା ଯୋଗୁ ହୋଇପାରେ ଯେପରିକି କେନ୍ଦ୍ରୀୟ ଶିରା କାଥେଟର କିମ୍ବା ପେସମେକର ଲିଡଦ୍ୱାରା, ସିଫିଲିସ୍, ଛାତି ଆନିଉରିଜ୍ମ ଏବଂ ଫାଇବ୍ରୋଜିଙ୍ଗ ମିଡିଆଷ୍ଟାଇନାଇଟିସ ଯୋଗୁ ହୋଇପାରେ ।[୧] [୨] ମେଡିକାଲ ଇମେଜିଙ୍ଗ କରି ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ । [୧]
ଶଯ୍ୟାର ମୁଣ୍ଡ ପାଖ ଟେକିବା ଏବଂ ସମ୍ଭାବ୍ୟ ସ୍ଟିରଏଡ ଦେଇ ପ୍ରାରମ୍ଭିକ ପରିଚାଳନା କରାଯାଏ ।[୧] [୩] ଏହାର ମୂଳ କାରଣ ଉପରେ ଅନ୍ୟାନ୍ୟ ପ୍ରୟାସ ନିର୍ଭର କରେ | [୧] ଜମାଟ ବାନ୍ଧିଥିଲେ ଅପସାରଣ ଏବଂ ଆଣ୍ଟିକୋଆଗୁଲେସନ ଥେରାପି, ଦିଆଯାଏ । [୧] କର୍କଟ ଜନିତ ଅବରୋଧ ଥିଲେ ବିକିରଣ ଚିକିତ୍ସା ବା କେମୋଥେରାପି କରାଯାଇପାରେ। [୧] ଅନ୍ୟାନ୍ୟ ପ୍ରୟାସରେ ସ୍ଟେଣ୍ଟିଂ କିମ୍ବା ବାଇପାସ ଅସ୍ତ୍ରୋପଚାର କରାଯାଏ ।[୧] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୧୫,୦୦୦ ମାମଲା ଘଟୁଥିବା ଆକଳନ କରାଯାଇଛି। [୧] ଏହି ଅବସ୍ଥା ପ୍ରଥମେ ୧୭୫୭ ମସିହାରେ ପ୍ରଥମେ ହଣ୍ଟର୍ ବର୍ଣ୍ଣନା କରିଥିଲେ । [୩]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Seligson, MT; Surowiec, SM (January 2020). "Superior Vena Cava Syndrome". PMID 28723010.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ Wilson, LD; Detterbeck, FC; Yahalom, J (3 May 2007). "Clinical practice. Superior vena cava syndrome with malignant causes". The New England journal of medicine. 356 (18): 1862–9. doi:10.1056/NEJMcp067190. PMID 17476012.
- ↑ ୩.୦ ୩.୧ ୩.୨ Zimmerman, S; Davis, M (August 2018). "Rapid Fire: Superior Vena Cava Syndrome". Emergency medicine clinics of North America. 36 (3): 577–584. doi:10.1016/j.emc.2018.04.011. PMID 30037444.