ଜିତେନ୍ଦ୍ର ହରିପାଲ

ଭାରତୀୟ ଓଡ଼ିଆ ଗାୟକ
(ଜିତେନ୍ଦ୍ର ହରିପାଳରୁ ଲେଉଟି ଆସିଛି)

ଜିତେନ୍ଦ୍ର ହରିପାଲ (ଜିତେନ୍ଦ୍ରିୟ ହରିପାଳ ନାମରେ ମଧ୍ୟ ପରିଚିତ) ଜଣେ ପଦ୍ମଶ୍ରୀ ସମ୍ମାନିତ ଗାୟକ ।[] ସେ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହୋଇଥିଲେ । ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ "ରଙ୍ଗବତୀ"ର ଉପସ୍ଥାପନା କଲେ । ଜିତେନ୍ଦ୍ର ସମ୍ବଲପୁରର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ରଙ୍ଗବତୀର ପ୍ରଭୁତା ସଫଳତା ପରେ କୋଶଳୀ ଭାଷାରେ ୧୦୦୦ରୁ ଉର୍ଦ୍ଧ ଗୀତ ଗାଇଥିଲେ । ଆକାଶବାଣୀ କଳାକାର ହିସାବରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତ୍ତମାନ ସୁଦ୍ଧା ଦାରିଦ୍ରତାର କଷାଘାତରୁ ମୁକ୍ତ ହେଇ ପରି ନାହାନ୍ତି । []

ଜିତେନ୍ଦ୍ର ହରିପାଲ
ଜିତେନ୍ଦ୍ର ହରିପାଲ‌
ଜାତୀୟତାଭାରତୀୟ
ଅନ୍ୟ ନାମଜିତେନ୍ଦ୍ରୀୟ ହରିପାଳ
ପିତାମାତାମାନଧାତା ହରିପାଳ
ପୁରସ୍କାରପଦ୍ମଶ୍ରୀ ୨୦୧୭

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ। ଅର୍ଥାଭାବ ଯୋଗୁଁ ଜିତେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଅଧାରେ ବନ୍ଦ କରିଥିଲେ । ଜିତେନ୍ଦ୍ର ତାଙ୍କ ପିଲା ଦିନରୁ ହିଁ ଗୀତ, ପାରମ୍ପାରିକ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ସଙ୍ଗୀତ ବିଦ୍ୟାଳୟରେ ନା ଲେଖିବାକୁ ଅର୍ଥ ନ ଥିବାରୁ ସେ ସ୍କୁଲ ବାହାରେ ଛିଡ଼ା ହେଇ ଶିଖୁଥିଲେ । ଏପରିକି ବର୍ଷାରେ ଭିଜି ଭିଜି ବାହାରେ ଠିଆ ହେଇ ସଙ୍ଗୀତ ଆଖଡ଼ାରୁ ଶିଖୁଥିଲେ । ସେ ନିଜେ କହନ୍ତି ଯେ ସେ ସବୁ ରାଗ ବିଷୟରେ ଜାଣୁଥିଲେ ମଧ୍ୟ ରାଗର ନା ଜାଣୁ ନଥିଲେ । ଜିତେନ୍ଦ୍ରଙ୍କ ପୁଅ ଓ ପୁତ୍ରବଧୂ ମଧ୍ୟ ଗାୟକ ଗାୟିକା । ଏବେ ଜିତେନ୍ଦ୍ର ସପରିବାର ସମ୍ବଲପୁର ଷ୍ଟେସନ ପାଖ ଝୋପଡ଼ି ଘରେ ରହନ୍ତି ।

ବୃତିଗତ ଜୀବନ

ସମ୍ପାଦନା

"ସଙ୍ଗୀତକୁ ନେଇ ଜୀବିକା ନିର୍ବାହ କରି ହେବ ନାହିଁ , ମନ ସିନା ଭରି ହେବ, ପେଟ ନୁହେଁ " ଏହା ଜିତେନ୍ଦ୍ରଙ୍କ ଉକ୍ତି । ବାଧ୍ୟ ହେଇ ଜିତେନ୍ଦ୍ର ଶ୍ରମିକ ଭାବେ ବା ଅନ୍ୟ ଯେ କୌଣସି କାର୍ଯ୍ୟ ମିଳିଲେ କରି ଥାଆନ୍ତି । ତାଙ୍କ ଗୀତ ରଙ୍ଗବତୀ ଏତେ ବିଖ୍ୟାତ ହେଇଥିଲେ ମଧ୍ୟ ସେ ବିଶେଷ କିଛି ଲାଭ ପାଇ ନଥିଲେ । ରେକର୍ଡ଼ କରିଥିବା କମ୍ପାନୀ ହିଁ ସବୁ ଲାଭ ଅର୍ଜନ କଲା ।

୧୯୭୧ରୁ ସେ ଆକାଶବାଣୀରେ 'ବି' ଗ୍ରେଡ କଳାକାର ଭାବେ ନିଯୁକ୍ତି ପାଇ ଅନେକ ଲୋକ ଗୀତ, କୋଷଳୀ ଆଞ୍ଚଳିକ ଗୀତ ଗାଇଥିଲେ । ରଙ୍ଗବତୀ ୧୯୭୬ରେ ରେକର୍ଡ଼ ହେଇଥିଲେ ବି ସ୍ୱତ୍ତ୍ୱାଧୀକାର ବିବାଦ ହେତୁ ୭୮/୭୯ ଯାଏ ମୁକ୍ତିଲାଭ ହେଇ ପାରି ନଥିଲା । ପରେ ସେ ଗୀତ ଖୁବ ଲୋକପ୍ରିୟ ହେଲା, ପରେ କଲିକତାର ରେକର୍ଡ କମ୍ପାନୀ ତାଙ୍କ ସରଳତାର ସୁଯୋଗ ନେଇ ୩ ବର୍ଷ ପାଇଁ ତାଙ୍କଠୁ ଚୁକ୍ତି ସ୍ୱାକ୍ଷର କରିନେଲା । ଚୁକ୍ତି କାରଣରୁ ଜିତେନ୍ଦ୍ର ଆଉ କୌଣସି ଅନ୍ୟ କମ୍ପାନୀ ତରଫରୁ ଗାଈ ପାରିଲେ ନାହିଁ । ତାଙ୍କର ଆର୍ଥିକ ଅବସ୍ଥା ସେଇଥି ପାଇଁ ଖରାପ ହେବାରେ ଲାଗିଲା ।[] ଓଡ଼ିଆ, ଭୋଜପୁରୀ, ବଙ୍ଗାଳୀ, ଛତିଶଗଡ଼ ତଥା ଢକିଆ ଭାଷାରେ ତାଙ୍କର ଅନେକ ଗୀତ ରହିଛି ।

ପୁରସ୍କାର ଓ ସମ୍ମାନ ସବୁ

ସମ୍ପାଦନା
  1. "Unsung heroes in Padma Shri awardees list". Indian Express. Retrieved 25 January 2017.
  2. "ଆର୍କାଇଭ୍ କପି". Archived from the original on 2016-05-28. Retrieved 2016-09-26. {{cite web}}: Cite has empty unknown parameter: |1= (help)
  3. www.hungama.com/artists/jitendra-haripal/10396
  4. "Padma Awards 2017 announced". PIB, Govt. of India, MHA. Retrieved 25 January 2017.
  5. "ଜିତେନ୍ଦ୍ରିୟ ହରିପାଲ ପାଇବେ ସଙ୍ଗୀତ ସୁଧାକର ସମ୍ମାନ". ଧରିତ୍ରୀ. Retrieved 4 November 2016.