ଜିଙ୍କ ସଲଫେଟ (ଡାକ୍ତରୀ ବ୍ୟବହାର)
ଜିଙ୍କ ସଲଫେଟ (ଇଂରାଜୀ ଭାଷାରେ Zinc sulfate) ଚିକିତ୍ସା କ୍ଷେତ୍ରରେ ଏକ ଖାଦ୍ୟ ପରିପୂରକ (dietary supplement) ଭାବରେ ବ୍ୟବହାର କରାଯାଏ । ଦେହରେ ଜିଙ୍କ ଅଭାବ (zinc deficiency) ଥିଲେ ବା ଅଭାବ ସଙ୍କଟ ସମ୍ଭାବନା ଥିଲେ ଏହା ଦିଆଯାଏ ।[୧] ପିଲାଙ୍କର ତରଳ ଝାଡ଼ା ହେଉଥିଲେ ଓଆରଟି ସହିତ ଏହା ଦିଆଯାଏ । [୨] ସାଧାରଣ ବ୍ୟବହାର ସୁପାରିସ କରାଯାଏନାହିଁ । ଜିଙ୍କ ସଲଫେଟ ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]
Clinical data | |
---|---|
Trade names | Solvazinc, Micro-Zn, others |
AHFS/Drugs.com | |
Pregnancy category |
|
Routes of administration | by mouth, intravenous |
Drug class | mineral supplement |
ATC code | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEBI | |
ChEMBL | |
Chemical and physical data | |
Formula | ZnSO4 |
Molar mass | 161.47 |
3D model (JSmol) | |
| |
|
ଜିଙ୍କ ସଲଫେଟର ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା (abdominal pain), ବାନ୍ତି (vomiting), ମୁଣ୍ଡବଥା ଓ ଥକ୍କା ଅନୁଭବ ହୋଇପାରେ ।[୨] ସାଧାରଣ ମାତ୍ରାର ଔଷଧ ଦେଲେ ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ନିରାପଦ ଥାଏ ମାତ୍ର ଅଧିକ ମାତ୍ରାର ଔଷଧର ପ୍ରଭାବ ଅନୁଶୀଳନ ହୋଇନାହିଁ ।[୩] ବୃକ୍କ ସମସ୍ୟା (kidney problems) ଥିଲେ ଅଧିକ ଯତ୍ନ ନେବା ଆବଶ୍ୟକ ।[୨] ମାନବ ଶରୀର ନିମନ୍ତେ ଅତ୍ୟାବଶ୍ୟକୀୟ ଲବଣ (essential mineral) ମଧ୍ୟରୁ ଜିଙ୍କ (Zinc) ଗୋଟିଏ ।[୪]
ଶୋଡ଼ଷ ଶତାବ୍ଦୀରୁ ଜିଙ୍କ ସଲଫେଟ (Zinc sulfate) ବ୍ୟବହୃତ ହୋଇଆସୁଛି । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬] ଜିଙ୍କ ସଲଫେଟ ଜେନେରିକ ଔଷଧ ନାମରେ (generic medication) ବିକ୍ରୟ (over the counter) ହୁଏ ।[୧][୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୦୧ରୁ ୧୮ ଆମେରିକୀୟ ଡଲାର ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦ଦିନ ଚିକିତ୍ସା ଖର୍ଚ୍ଚ ପ୍ରାୟ ୪.୩୨ ପାଉଣ୍ଡ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ British national formulary : BNF 69 (69 ed.). British Medical Association. 2015. p. 700. ISBN 9780857111562.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 349-351. ISBN 9789241547659. Retrieved 8 January 2017.
- ↑ ୩.୦ ୩.୧ "Zinc sulfate Use During Pregnancy | Drugs.com". www.drugs.com. Retrieved 15 January 2017.
- ↑ Council, National Research; Studies, Division on Earth and Life; Resources, Board on Agriculture and Natural; Animals, Committee on Minerals and Toxic Substances in Diets and Water for (2006). Mineral Tolerance of Animals: Second Revised Edition, 2005 (in ଇଂରାଜୀ). National Academies Press. p. 420. ISBN 9780309096546.
- ↑ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 62. ISBN 9780471899792.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Zinc Sulfate". International Drug Price Indicator Guide. Retrieved 8 December 2016.[permanent dead link]