ଜିଙ୍କ ଅଭାବ

ଏହି ରୋଗରେ ଶରୀରର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ଜିଙ୍କ ନ ଥାଏ ।

ଜିଙ୍କ ଅଭାବ ହୋଇଥିବା କୁହାଯାଏ ଯେତେବେଳେ ଶରୀରର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ଜିଙ୍କ ନ ଥାଏ । [୪] ଏହାର ଲକ୍ଷଣ ମଧ୍ୟରେ ତରଳ ଝାଡ଼ା, କେଶହାନୀ, ଯୌନ କ୍ରିୟା ଅସୁବିଧା, ଅନ୍ଧାରକଣା, ଚର୍ମ ରାସ, ସଂକ୍ରମଣ ଆଶଙ୍କା, ଓଜନ ହ୍ରାସ, ଖରାପ ଘାଆ ଶୁଖିବା ଆରୋଗ୍ୟ, ଅସ୍ୱାଭାବିକ ସ୍ୱାଦ ଏବଂ ମାନସିକ ମନ୍ଥରତା ହୋଇପାରେ ।[୧] [୨] ପିଲାମାନଙ୍କଠାରେ ଏହାଦ୍ୱାରା ଅଭିବୃଦ୍ଧି କମ ହୋଇପାରେ । [୨] ଗର୍ଭାବସ୍ଥାରେ ଏହା ଯୋଗୁ ଶିଶୁର ଏହା ଜନ୍ମଗତ ତ୍ରୁଟି କିମ୍ବା କମ୍ ଜନ୍ମ ଓଜନ ହୋଇପାରେ । [୨]

Zinc deficiency
Zinc
ଲକ୍ଷଣDiarrhea, hair loss, sexual dysfunction, night blindness, skin rash, increased risk of infections, weight loss, poor healing, abnormal taste, mental slowness[୧][୨]
କାରଣLow dietary intake, poor absorption, increased loss, increased use[୧]
ବିପଦ କାରକInflammatory bowel disease, short bowel syndrome, liver or kidney problems, vegetarians, alcoholism, other long term diseases[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and risk factors[୧]
ଚିକିତ୍ସାZinc supplementation[୨]
ପୁନଃପୌନିକ2 billion people[୩]

ଏହାର ସାଧାରଣ କାରଣ ହେଉଛି କମ ଖାଦ୍ୟ ଗ୍ରହଣ ।[୫] ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ଶରୀରରେ ଜିଙ୍କର ସ୍ୱଳ୍ପ ଅବଶୋଷଣ, ବର୍ଦ୍ଧିତ କ୍ଷତି, କିମ୍ବା ବର୍ଦ୍ଧିତ ବ୍ୟବହାର ଯୋଗୁ ହୋଇପାରେ ।[୧] ବିପଦ ସଙ୍କଟ ମଧ୍ୟରେ ଇନଫ୍ଲାମେଟରୀ ବାୱେଲ ସିଣ୍ଡ୍ରୋମ, କ୍ଷୁଦ୍ର ଅନ୍ତନଳୀ ସିଣ୍ଡ୍ରୋମ, ଯକୃତ କିମ୍ବା ବୃକ୍‌କ ସମସ୍ୟା, ଶାକାହାରୀ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଦୀର୍ଘକାଳୀନ ରୋଗ ଅନ୍ତର୍ଭୁକ୍ତ ହୋଇପାରେ। [୧] ଏହା ଏକ ଜେନେଟିକ୍ ସ୍ଥିତିର ପରିଣାମ ସ୍ୱରୂପ ହୋଇପାରେ ଯାହା ଆକ୍ରୋଡର୍ମାଟାଇଟିସ୍ ଏଣ୍ଟେରୋପାଥିକା ଭାବରେ ଜଣାଶୁଣା ।[୩] ଜିଙ୍କ ସ୍ତର ସେତେ ସଠିକ୍ ଦର୍ଶାଉ ନ ଥିବାରୁ ଲକ୍ଷଣ ଏବଂ ବିପଦ କାରକ ଉପରେ ରୋଗ ନିର୍ଣ୍ଣୟ ନିର୍ଭର କରେ। [୧]

ଖାଦ୍ୟ ଶବ୍ଦରେ ମାଂସ, ବିନ୍ସ ଏବଂ ବାଦାମ ଭଳି ଶୁଖିଲା ଫଳ ଅନ୍ତର୍ଭୁକ୍ତ । [୫] ଯୁକ୍ତରାଷ୍ଟ୍ରରେ ସୁପାରିଶ କରାଯାଇଥିବା ଖାଦ୍ୟ ଭତ୍ତା ହେଉଛି ଦୈନିକ ୮ମିଗ୍ରା ମହିଳାମାନଙ୍କ ପାଇଁ ଏବଂ ୧୧ମିଗ୍ରା ପୁରୁଷମାନଙ୍କ ପାଇଁ ।[୧] ଏହାର ଚିକିତ୍ସାରେ ଦୈନିକ ୧ରୁ ୩ମିଗ୍ରା/ କେଜି ମୌଳିକ ଜିଙ୍କ ଡୋଜରେ ଜିଙ୍କ ପରିପୁରକ ଦିଆଯାଏ ।[୨] ଉନ୍ନତି ସାଧାରଣତଃ କିଛି ଦିନରୁ କିଛିସପ୍ତାହ ମଧ୍ୟରେ ହୁଏ ।[୫]

ଜିଙ୍କ ଅଭାବ ବିଶ୍ୱରେ ପ୍ରାୟ ୨୦୦ କୋଟି ଲୋକଙ୍କୁ ପ୍ରଭାବିତ କରେ ।[୩] ଏହା ସାଧାରଣତଃ ବିକାଶଶୀଳ ଦେଶର ପିଲାମାନଙ୍କୁ ଏବଂ ବିକଶିତ ଦେଶର ବୃଦ୍ଧ ଲୋକଙ୍କୁ ପ୍ରଭାବିତ କରିଥାଏ । [୩] [୬] ଉତ୍ତର ଆମେରିକାରେ ଏହା ସାଧାରଣତଃ ହୁଏନି । [୧] ପ୍ରତିବର୍ଷ ୫ବର୍ଷ ବୟସରୁ କମ୍ ପିଲାଙ୍କର ଏହି ରୋଗ ଯୋଗୁ ୫ ଲକ୍ଷ ମୃତ୍ୟୁ ହୁଏ । [୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Office of Dietary Supplements - Zinc". ods.od.nih.gov (in ଇଂରାଜୀ). Archived from the original on 7 September 2020. Retrieved 9 February 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Zinc Deficiency - Nutritional Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 9 February 2022. Retrieved 10 February 2022.
  3. ୩.୦ ୩.୧ ୩.୨ ୩.୩ ୩.୪ "Zinc". Linus Pauling Institute (in ଇଂରାଜୀ). 23 April 2014. Archived from the original on 1 February 2022. Retrieved 10 February 2022.
  4. "ICD-11 for Mortality and Morbidity Statistics". icd.who.int. Archived from the original on 1 August 2018. Retrieved 10 February 2022.
  5. ୫.୦ ୫.୧ ୫.୨ Maxfield, Luke; Shukla, Samarth; Crane, Jonathan S. (2022). "Zinc Deficiency". StatPearls. StatPearls Publishing. Archived from the original on 11 January 2021. Retrieved 10 February 2022.
  6. Evans, Colby; High, Whitney (15 December 2011). Skin Diseases in the Elderly: A Color Handbook (in ଇଂରାଜୀ). CRC Press. p. 119. ISBN 978-1-84076-615-8. Archived from the original on 10 February 2022. Retrieved 10 February 2022.