ଜାଲାକ ଦେଶାଇ
ଜାଲାକ ଦେଶାଇ (ଜନ୍ମନାମ: ଝଲକ ଦେଶାଇ), ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୧][୨] ସେ ମୁଃ ବୋଲି ବୋହୂ, ସାଜନ୍ ଘର୍ ଜାନା ହୈ ଭଳି ଧାରାବାହିକରେ କାମ କରିଛନ୍ତି ।[୩][୪] କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଲାଡୋ ୨ରେ, ସେ କୋମଲ ଭୂମିକାରେ ଓ ଷ୍ଟାର୍ ଭାରତରେ ପ୍ରସାରିତ ଧାରାବାହିକ ରାଧାକ୍ରିଷ୍ଣାରେ ରାଜକୁମାରୀ ରୁକ୍ମଣୀ, ଦେବୀ ଲକ୍ଷ୍ମୀ ଓ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିଲେ ।
ଜାଲାକ ଦେଶାଇ | |
---|---|
ଜନ୍ମ | ଝଲକ ଦେଶାଇ ୨୧ ଡିସେମ୍ବର ୧୯୯୨ ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ପ୍ରସିଦ୍ଧି | ରାଧାକ୍ରିଷ୍ଣା ଲଡୋ ୨ |
ବୈବାହିକ-ସାଥୀ |
ନୀରବ ଶାହା (m. ୨୦୨୦) |
ପିତାମାତା | ଫାଲଗୁନି ଦେଶାଇ (ମାଆ) |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଜାଲାକ ୧୯୯୨ ମିସିହାର ଡିସେମ୍ବର ୨୧ ତାରିଖରେ, ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ଫାଲଗୁନି ଦେଶାଇ ଜଣେ ଗୁଜରାଟି ଅଭିନେତ୍ରୀ ଥିଲେ । ତାଙ୍କ ପିଲାଦିନ ମୁମ୍ବାଇରେ କଟିଥିଲା ।[୫]
ଅଭିନୟ ଜୀବନ
ସମ୍ପାଦନା୨୦୦୯ ମସିହାରେ, ୧୬ ବର୍ଷ ବୟସରେ, ସେ ସାଜନ୍ ଘର୍ ଜାନା ହୈ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୬][୭] ମିଠିବାଇ କଲେଜରୁ ସେ ସ୍ନାତକ କରିଥିଲେ ଏବଂ ଏହି ସମୟରେ, ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ୨୦୧୫ ମସିହାରେ, ସେ ସୋନି ଟିଭିରେ ପ୍ରସାରିତ ଧାରାବାହିକ ମୁଃ ବୋଲି ଶାଦି ଜରିଆରେ କାମ କରିଥିଲେ ।[୮]
ଅଭିନୀତ ଧାରାବାହିକ
ସମ୍ପାଦନା- ହମ୍ ଆପ୍କେ ଘର୍ ମେଁ ରେହତେ ହେଁ (୨୦୧୫)
- ମୁଃ ବୋଲି ଶାଦି (୨୦୧୫)
- ସିୟା କେ ରାମ୍ (୨୦୧୫)
- ଏକ୍ ରିସ୍ତା ସାଝେଦାରୀ କା (୨୦୧୬)
- ଲାଡୋ ୨ (୨୦୧୭-୧୮)
- ନମଃ ଲକ୍ଷ୍ମୀ ନାରାୟଣ (୨୦୧୯)
- ରାଧାକ୍ରିଷ୍ଣା (୨୦୧୯-୨୦୨୩)
- ଶୁଭାରମ୍ଭ (୨୦୨୦)
- କର୍ମାଧିକାରୀ ଶନିଦେବ (୨୦୨୪)
ଆଧାର
ସମ୍ପାଦନା- ↑ "Photos: Launch of the new TV show 'Muh Boli Shaadi'". mid-day (in ଇଂରାଜୀ). Retrieved 2018-09-22.
- ↑ IANS (2015-02-12). "'Muh Boli Shaadi' to replace 'Humsafars'". Business Standard India. Retrieved 2018-09-22.
- ↑ "Holi special: TV stars share their plans and memories | The Times of India". The Times of India (in ଇଂରାଜୀ). 6 March 2015. Retrieved 2018-09-22.
- ↑ "Nikhil confesses his feelings for Anmol in Muh Boli Shaadi". The Times of India. Retrieved 2018-09-22.
- ↑ "Jhalak Desai sailing in two boats!". Archived from the original on 2015-04-02. Retrieved 2024-10-11.
- ↑ "On a romantic note". Tribuneindia (in ଇଂରାଜୀ). Retrieved 2023-02-18.
- ↑ Maheshwri, Neha. "Zalak Desai to return with Shashi Sumeet's next". The Times of India. ISSN 0971-8257. Retrieved 2023-02-18.
- ↑ "'Muh Boli Shaadi' to replace 'Humsafars'". The Indian Express (in ଆମେରିକୀୟ ଇଂରାଜୀ). 2015-02-12. Retrieved 2018-09-22.