ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)

ଗୀତିକାର

ଜାନକୀ ବଲ୍ଲଭ ମହାନ୍ତି (୧୯୨୫-୧୯୯), ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ କବିତା, ଅନୁବାଦ, ଶିଶୁ ସାହିତ୍ୟ ଓ ସମାଲୋଚନା ଆଦି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ ।[୨] ସେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ସଭାପତି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଶା ପ୍ରତିନିଧି (୧୯୭୭-୮୨) ଭାବରେ କାର୍ଯ୍ୟ କରିଥିଲେ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ଗୀତିକାର ଜାନକୀ ବଲ୍ଲଭ ମହାନ୍ତି ତାଙ୍କର ସମସାମୟିକ ଥିଲେ ଓ ତାଙ୍କ ସହିତ ସମାନ ନାମ ଯୋଗୁ ଦ୍ୱନ୍ଦ୍ୱ ଉପୁଯିବାରୁ, ସେ ନିଜା ନାମରେ ଭରଦ୍ୱାଜ ଯୋଡ଼ିଥିଲେ ।

ଜାନକୀ ବଲ୍ଲଭ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1925-06-14)୧୪ ଜୁନ ୧୯୨୫
ଡଗରା ସାହି, ନିମାପଡ଼ା, ପୁରୀ
ମୃତ୍ୟୁ୧୬ ଡିସେମ୍ବର ୧୯୯୯(1999-12-16) (ବୟସ ୭୪)
ବୃତ୍ତିଅଧ୍ୟାପନା
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଜାନକୀ ବଲ୍ଲଭ, ପୁରୀ ଜିଲ୍ଲାର ନିମାପଡ଼ା ଅନ୍ତର୍ଗତ ଡଗରା ସାହିରେ ଜନ୍ମଗ୍ରହଣ କରିଥିଲେ ।[୩] ପୁରୀ ଜିଲ୍ଲା ସ୍କୁଲରେ ସେ ପାଠ ପଢ଼ିଥିଲେ ଓ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସେ ନିଜର ଅଧ୍ୟାପନା ବୃତ୍ତି ଆରମ୍ଭ କରିଥିଲେ । ୧୯୮୨ ମସିହା ପର୍ଯ୍ୟନ୍ତ ଅଧ୍ୟାପନା କରି ସେ ରେଭେନ୍ସା ମହାବିଦ୍ୟାଳୟରୁ ବିଭାଗ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।[୪] ୧୯୯୯ ଡିସେମ୍ବର ୧୬ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ସାହିତ୍ୟ ସର୍ଜନା ସମ୍ପାଦନା

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ଜାନକୀ ବଲ୍ଲଭ ନିଜର ପ୍ରଥମ କବିତା ଲେଖିଥିଲେ । ତାଙ୍କ ଲିଖିତ କବିତା ଆମେ ଓଡ଼ିଆ ବିଦ୍ୟାଳୟ ମୁଖପତ୍ର ମହୋଦଧିରେ ପ୍ରକାଶ ପାଇଥିଲା । ସେ ମହୋଦଧିର ସମ୍ପାଦନା ମଣ୍ଡଳିର ସଦସ୍ୟ ମଧ୍ୟ ଥିଲେ । ଅଧ୍ୟାପନା ବୃତ୍ତିରେ ଥାଇ ସେ ସମାଲୋଚନା, ଶିଶୁ ସାହିତ୍ୟ ଓ ଅନୁବାଦ ଅଧିକ ରଚନା କରିଥିଲେ । ସେ ଅଢ଼େଇ ହଜାରୁ ଅଧିକ ଓଡ଼ିଆ ଗୀତିକବିତା ଓ ଚଉତିଶା ଲୋକଲୋଚନକୁ ଆଣିଥିଲେ । ତିନିଶହରୁ ଅଧିକ ଲୋକକଥାକୁ ଓଡ଼ିଆ ଭାଷାକୁ ଅନୁବାଦିତ କରିଥିଲେ । ତାଙ୍କ ପିଏଚଡ଼ିର ଗବେଷଣା ମଧ୍ୟ ଓଡ଼ିଆ ଗୀତିକବିତା ଥିଲା ।[୫]

ରଚନାବଳୀ ସମ୍ପାଦନା

କବିତା ସମ୍ପାଦନା

  • ତୀର୍ଯ୍ୟକ୍
  • ଛାୟାପଥ
  • ଛୋଟବଡ଼
  • ବିଚିତ୍ରବର୍ଣ୍ଣା
  • ଉପେନ୍ଦ୍ର ଭଞ୍ଜ(୧୯୪୯)
  • ତଫାତ (୧୯୪୯)
  • ବସୁନ୍ଧରା (୧୯୫୦)
  • ଅରୁଣ ମହାପାତ୍ର (୧୯୫୦)
  • ବିରୋଧାଭାସ
  • ସନ୍ଧାନ
  • ସହଜ
  • ଛୋଟରୁ ବଡ

ସମାଲୋଚନା ସମ୍ପାଦନା

  • ନବଯୁଗର କବି ଓ କାବ୍ୟଧାରା
  • ନବଯୁଗର କବି ଓ କଳାକାର[୬]
  • ଓଡ଼ିଆ ସାହିତ୍ୟି ପରିକ୍ରମା
  • ଓଡ଼ିଆ ଛନ୍ଦର ବିକାଶ
  • ଓଡ଼ିଆ ଗୀତିକାବ୍ୟ
  • ଦିବ୍ୟ ଅଦିବ୍ୟ
  • କଳା ଓ କଳାକାର
  • ପ୍ରାଚୀନ ଗୀତିକବି ଓ କାବ୍ୟଧାରା[୭]
  • ଆଧୁନିକ ଓଡ଼ିଆ ସାହିତ୍ୟ - ଗ୍ରନ୍ଥ ମନ୍ଦିର, କଟକ[୮][୯]
  • THE ORIYA FOLK LITERATURE A BIRD'S EYE VIEW[୧୦]
  • A SHORT ACCOUNT OF ORIYA LITERATURE[୧୧]

ସେ ୩ ଶହରୁ ଅଧିକ ଗଳ୍ପ ଓଡ଼ିଆ ଭାଷାକୁ ଅନୁବାଦ କରିଥିଲେ ଓ ଇଂରାଜୀରେ ୪ଟି ପୁସ୍ତକ ମଧ୍ୟ ରଚନା କରିଥିଲେ ।[୧୨]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ସାରଳା ସମ୍ମାନ - ୧୯୯୫ (ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)[୧୩]

ଆଧାର ସମ୍ପାଦନା

  1. "TABLE OF PSEUDONYMOUS AUTHORS" (PDF). odishaculture.gov.in. Govt of Odisha. Archived from the original (PDF) on 17 December 2019. Retrieved 17 December 2019.
  2. Subhendu Mund; Ashok Kumar Mishra (1991). Atibaḍi Jagannāth Dās: a quin-centennial tribute. Shrikshetra Lekhaka Sammukhya.
  3. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  4. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  5. "ତିରୋଧାନ ତାରିଖ". ସମ୍ବାଦ ୧୬/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୨. Archived from the original on 16 December 2020. Retrieved 16 December 2020.
  6. "Orissa Review" (PDF) (Jan 2013): 44. Retrieved 17 December 2019. {{cite journal}}: Cite journal requires |journal= (help)
  7. Gopinath Mohanty; Jeeban Kumar Patnaik; Santosha Kumāra Ratha; State Level Vyasakabi Fakir Mohan Smruti Samsad. Cultural heritage of [Orissa]. State Level Vyasakabi Fakir Mohan Smruti Samsad.
  8. Dharam Singh (1 January 1994). Sikhism and Secularism: Essays in Honour of Professor Harbans Singh. Harman Publishing House. ISBN 978-81-85151-90-8.
  9. J. K. Samal; Pradip Kumar Nayak (1996). Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century. Abhinav Publications. pp. 124–. ISBN 978-81-7017-322-9.
  10. The Chariot. Trishakti Press. 1980.
  11. A. N. Tiwari (1976). Third Purba Bharat Sanskrutik Sammelan, Bhubaneswar, Orissa, 1976: Souvenir. Home (Public Relations) Department, Government or Orissa.
  12. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୧୬/୧୨/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. Retrieved 17 December 2019.
  13. Orissa Review. January 1996.