ଜନ୍ମ ନିୟନ୍ତ୍ରଣ ପ୍ରତିରୋପଣ

ଏହା ଏକ ଭେଷଜ ଉପକରଣ ଯାହା ଜନ୍ମ ନିରୋଧ ପାଇଁ ଚର୍ମ ତଳେ ରଖାଯାଏ ।

ଜନ୍ମ ନିୟନ୍ତ୍ରଣ ପ୍ରତିରୋପଣ, ଗର୍ଭନିରୋଧକ ପ୍ରତିରୋପଣ ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଭେଷଜ ଉପକରଣ ଯାହା ଜନ୍ମ ନିରୋଧ ପାଇଁ ଚର୍ମ ତଳେ ରଖାଯାଏ ।[] ଏକ ସପ୍ତାହ ପରେ ଫଳପ୍ରଦ ହେବା ଆରମ୍ଭ ହୁଏ ଏବଂ ପ୍ରକାର ଉପରେ ନିର୍ଭର କରି ଅତି କମରେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ ।[] ଗର୍ଭଧାରଣ ଇଚ୍ଛା ହେଲେ ତାହା ଶୀଘ୍ର ଅପସାରଣ କରାଯାଇପାରେ ।[] ପ୍ରାୟ ୧,୦୦୦ ମହିଳାଙ୍କ ମଧ୍ୟରୁ ଜଣ୍ୱ ଏକ ବର୍ଷ ବ୍ୟବହାରରେ ଗର୍ଭବତୀ ହୁଅନ୍ତି ।[] ଏହା ଏଣ୍ଡୋମେଟ୍ରିଓସିସ୍ ଏବଂ ଋଉତୁଶୂଳରେ ବ୍ୟବହାର କରାଯାଇପାରେ ।[]

Birth control implant
Delivery device for Nexplanon, an example of an etonogestrel-based birth control implant
Background
TypeLong-acting reversible contraception[]
First use1983[]
SynonymsContraceptive implant
Trade namesImplanon, Nexplanon, Jadelle, others
Failure rates (first year)
Perfect use0.1%[]
Typical use0.1%[]
Usage
Duration effect3–5 years[]
ReversibilityYes[]
User remindersNone[]
Advantages and disadvantages
STI protectionNone[]

ଏହାର ପାର୍ଶ୍ୱ ପ୍ରତିକ୍ରିୟା କମ ଥାଏ: ରକ୍ତ ଜମାଟ ବାନ୍ଧିବା କିମ୍ବା ଶରୀରର ଓଜନରେ ପରିବର୍ତ୍ତନ ହେବାର ଆଶଙ୍କା ନ ଥାଏ ।[] ସେହି ସ୍ଥାରେ ଘା' କିମ୍ବା କିଛି ଯନ୍ତ୍ରଣା ହୋଇପାରେ ।[] ଅନିୟମିତ ଯୋନୀ ରକ୍ତସ୍ରାବ ହୋଇପାରେ ଏବଂ ୨୦% ପ୍ରତିରୋପିତଙ୍କର ଏକ ବର୍ଷ ପରେ ଋତୁସ୍ରାବ ବନ୍ଦ ହୋଇପାରେ ।[] ସେମାନେ ପୁନର୍ବାର ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣର କୌଣସି ସୁରକ୍ଷା ପ୍ରଦାନ କରନ୍ତି ନାହିଁ ।[] ଯେଉଁମାନେ ବିଗତ ୫ ବର୍ଷ ମଧ୍ୟରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି, ସେମାନଙ୍କୁ ବ୍ୟବହାର ବ୍ୟବ‌ହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ହରମୋନ୍ ମୋଚନ କରି କାର୍ଯ୍ୟ କରେ ଯାହା ଡିମ୍ବାଣୁ ମୋଚନ‌କୁ ରୋକିଥାଏ ଏବଂ ଗର୍ଭାଶୟ ଗ୍ରୀବା ଖୋଲିବାକୁ ଅବରୋଧ କରିଥାଏ ।[]

ଅନେକ ପ୍ରକାରର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏହି ଉପକରଣକୁ ଯଥା ସ୍ଥାନରେ ରଖିବାରେ ସକ୍ଷମ ଅଟନ୍ତି ।[] ବ୍ୟବହାର ପୂର୍ବରୁ ପେଲଭିକ୍ ପରୀକ୍ଷା କିମ୍ବା ଗର୍ଭଧାରଣ ପରୀକ୍ଷା ଆବଶ୍ୟକ ନାହିଁ ।[] ଟ୍ରାଇସେପ୍ସ ମାଂସପେଶୀ ଉପରେ ଥିବା ଚର୍ମତଳ ତନ୍ତୁରେ ଏହା ସ୍ଥାନିତ କରିବାକୁ ପରାମର୍ଶ ଦିଆଯାଏ ।[] ଏହା ସମସ୍ତ ଓଜନ ବିଶିଷ୍ଟ ମହିଳାମାନେ ( BMI ) ବ୍ୟବ‌ହାର କରିପାରିବେ ଏବଂ ପ୍ରସବ ପରେ ଏହା ତୁରନ୍ତ ରଖାଯାଇପାରେ ।[] କାର୍ବାମାଜେପିନ୍ ଏବଂ ସେଣ୍ଟ ଜନ୍ ୱର୍ଟ ଭଳି ଅନେକ ଔଷଧ ଏହାର ପ୍ରଭାବକୁ ହ୍ରାସ କରିପାରନ୍ତି ।[]

ଜନ୍ମ ନିୟନ୍ତ୍ରଣ ପ୍ରଥମେ ୧୯୮୩ ମସିହାରେ ଫିନଲ୍ୟାଣ୍ଡରେ ଏବଂ ୧୯୯୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[] ୨୦୨୦ ସୁଦ୍ଧା ବିଶ୍ୱସ୍ତରରେ ପ୍ରାୟ ୨୫ ନିୟୁତ ମହିଳା ଏହା ବ୍ୟବହାର କରନ୍ତି ଏବଂ ଗୁଇନିଆ-ବିସାଉ ଏବଂ ରୁୱାଣ୍ଡାରେ ପ୍ରାୟ ୫୦% ଜନ୍ମ ନିୟନ୍ତ୍ରଣର ସବୁଠାରୁ ସାଧାରଣ ପଦ୍ଧତି ।[] ଯୁକ୍ତରାଷ୍ଟ୍ରରେ ୨୦୨୪ ସୁଦ୍ଧା ଏହାର ମୂଲ୍ୟ ୧୩୦୦ ଡଲାର ହୋଇପାରେ [] ସେଗୁଡିକ ଗର୍ଭାଶୟ ମଧ୍ୟସ୍ଥା ଉପକରଣ‌ଠାରୁ (IUD) ଭିନ୍ନ, ଯାହା ଗର୍ଭାଶୟରେ ରଖାଯାଇଥାଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Cason, Patty; Cwiak, Carrie; Kowal, Deborah; Edelman, Alison (26 September 2023). Contraceptive Technology (in ଇଂରାଜୀ) (22 ed.). Jones & Bartlett Learning. p. 265. ISBN 978-1-284-25503-4. Archived from the original on 10 April 2024. Retrieved 9 April 2024.
  2. ୨.୦ ୨.୧ Hohmann, H; Creinin, MD (December 2007). "The contraceptive implant". Clinical obstetrics and gynecology. 50 (4): 907–17. doi:10.1097/GRF.0b013e318159c2f6. PMID 17982333.
  3. ୩.୦ ୩.୧ ୩.୨ "Birth Control Implants | Nexplanon Information". www.plannedparenthood.org (in ଇଂରାଜୀ). Archived from the original on 29 March 2024. Retrieved 9 April 2024.
  4. World Family Planning 2022 (PDF). United Nations. 2022. ISBN 9789211483765. Archived (PDF) from the original on 7 December 2023. Retrieved 22 March 2024.
  5. "IUD and Implant: Set It and Don't Sweat It Birth Control". www.plannedparenthood.org (in ଇଂରାଜୀ). Archived from the original on 29 March 2024. Retrieved 9 April 2024.