ଜଉନା ମୁର୍ମୁ

ଭାରତୀୟ ମହିଳା ଆଥଲେଟ

ଜଉନା ମୁର୍ମୁ ଜଣେ ଭାରତୀୟ ମହିଳା ଆଥଲେଟ । ତାଙ୍କର ଜନ୍ମ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ  ହୋଇଥିଲା । ସେ ୪୦୦ ମିଟର ଦୌଡ଼ ଓ ୪୦୦ ମିଟର ହଡଲ୍ସ ଦୌଡ଼ ପ୍ରତିଯୋଗୀତାରେ ଭାଗନେଇ ଅନେକ ଜାତୀୟ ପୁରସ୍କାର ପାଇଛନ୍ତି । ସେ ଓଡ଼ିଶାର କୋଚ ଅରୁଣ କୁମାର ଦାସ ଓ ସୁଭାଷ ଚନ୍ଦ୍ର ଦାଶମହାପାତ୍ରଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ ।[୧]

ଭୁବନେଶ୍ୱରରେ ଅନୁଷ୍ଠିତ ୨୨ତମ ଏସୀୟ ଆଥଲେଟିକ୍ସ ଚାମ୍ପିୟାନସିପରେ ଜଉନା

କ୍ରୀଡ଼ା କୃତି  ସମ୍ପାଦନା

ଜଉନା, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିଯୋଗୀତାରେ ଭାଗ ନେଇ ପଦକ ପ୍ରାପ୍ତ କରିଛନ୍ତି । 

ଆନ୍ତର୍ଜାତିକ  ସମ୍ପାଦନା

  • ୨୦୧୦ ମସିହାରେ ଚୀନ ଦେଶର ଗୁଆଙ୍ଗଝୌଠାରେ ଏସୀୟ କ୍ରୀଡ଼ାରେ ସେ ୪୦୦ ମିଟର ହର୍ଡଲ୍ସରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ପାଇବାରୁ ବଞ୍ଚିତ ହୋଇଠିଲେ । 
  • ୨୦୧୦ ମସିହାରେ ନୂଆ ଦିଲ୍ଲୀଠାରେ ହେଇଥିବା ୩ୟ ଏସୀୟ ଅଲ ଷ୍ଟାର ଆଥଲେଟିକ ଏମଆଇଟିରେ ସେ ୪୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ୪୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ ଜିତି ଥିଲେ । 
  • ୨୦୧୦ ମସିହା ଦକ୍ଷିଣ ଏସୀୟ କ୍ରୀଡ଼ାରେ ସେ ୪୦୦ ମିଟର ହାଡଲ୍ସ ଓ ୪X ୪୦୦ ମିଟର ରିଲେ ରେଶରେ ସ୍ୱର୍ଣ୍ଣ ପଦକ ପାଇଥିଲେ ।[୨]

ଜାତୀୟ  ସମ୍ପାଦନା

ସେ ଜାତୀୟ ପ୍ରତିଯୋଗୀତାରେ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ପାଇଥିଲେ ଓ ଅନେକ ପ୍ରତିଯୋଗୀତାରେ ପଦକ ପାଇଛନ୍ତି ।

ନିଶା ଔଷଧ ସେବନ  ସମ୍ପାଦନା

୨୦୧୧ ମସିହା ମଇ ମାସରେ ତାଙ୍କର ରକ୍ତ ପରୀକ୍ଷାରେ ନିଷିଦ୍ଧ ଔଷଧ ବାହାରିବାରୁ ତାଙ୍କୁ ୨ ବର୍ଷ ପାଇଁ କ୍ରୀଡ଼ାରେ ଭାଗ ନେବାରୁ ବାସନ୍ଦ କରାଯାଇଥିଲା ।[୩][୪][୫]

ଆଧାର  ସମ୍ପାଦନା

  1. http://www.orisports.com/PersonDetails.aspx?pId=Mjk0
  2. "Jauna Murmu Adivasi Sprinter from Odisha bagged Two Gold Medal in 12th South Asian Games-2016". Johar Times. 14 February 2016. Retrieved 24 February 2017.
  3. IAAF Newsletter No.135 (Jul/Aug).
  4. "List of athletes currently serving a period of ineligibility as a result of an anti-doping rule violation under IAAF Rules". IAAF. 2012-11-02. Retrieved 2012-11-17.
  5. K.P. Mohan: Quarter-milers Mandeep Kaur, Jauna Murmu provisionally suspended, The Hindu, 30 June 2011