ଛୁରିଅନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏ ଗଛର ପତ୍ର ମୋଟା ଓ ଶାଖାର ପ୍ରତି ଗଣ୍ଠିରେ ତିନୋଟି ପତ୍ର ଥାଏ । ଏହା ପୁଲାଙ୍ଗ ପରି ବଡ଼ ଡ଼େମ୍ଫ ଥିବା ଧଳା ଫୁଲ ଧାରଣ କରେ ।ଏହାର ଫୁଲ ଡ଼େରିରେ ଫୁଟେ ଏବଂ ପ୍ରଥମେ ଦୁଇଖଣ୍ଡରେ ବିଭକ୍ତ ହୋଇଥାଏ ।ଏ ଗଛ ସାଧାରଣତଃ ଭାରତର ପଶ୍ଚିମ ଉପକୂଳ, ମାନ୍ଦ୍ରାଜ ପ୍ରଦେଶ, ଓଡ଼ିଶା ଓ ଚଟ୍ଟଗ୍ରାମରେ ଦେଖାଯାଏ । ଏ ଗଛ ସତ୍ୟବାଦୀ ଗୋପୀନାଥଙ୍କ ମନ୍ଦିର ନିକଟସ୍ଥ ବକୁଳବନରେ ପ୍ରଚୁର ପରିମାଣରେ ଅଛି । ଏହାର ମଞ୍ଜକାଠ ରକ୍ତାଭ ଓ ଖୁବ ଟାଣୁଆ । ଏହାର ଫଳ କୋଣାକାର ଓ ୨-୩ ସେମି ଲମ୍ବ । ଏହାର ମଞ୍ଜିଗୁଡିକ ଧୂସର ରଙ୍ଗର ଅଟେ । ଏହ ଫେବୃଆରୀ-ଏପ୍ରିଲରେ ଫୁଲ ଫୁଟେ ଓ ସେପ୍ଟେମ୍ବରରେ ଫଳ ଧରେ ।[][]

ଛୁରିଅନା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malpighiales
କୁଳ: Calophyllaceae
ପ୍ରଜାତି: Ochrocarpos
ଜାତି: longifolius
ବାଇନୋମିଆଲ ନାମ
Ochrocarpus_longifolius
Benth. & Hook.fil. ex T.Anders.
Synonyms

Mammea suriga

ବିବିଧ ଭାରତୀୟ ପ୍ରାଦେଶିକ ନାମ

ସମ୍ପାଦନା
 
ଛୁରିଅନା ଡାଳ
ପ୍ରାଦେଶିକ ଭାଷା ନାମ[]
ଓଡ଼ିଆ ଛୁରିଅନା
ସଂସ୍କୃତ ନାଗ କେସରମ୍
ହିନ୍ଦୀ सुरंगी
ତାମିଲ வழை மரம்
ତେଲୁଗୁ సురపొన్న
ବଙ୍ଗଳା নাগকেশর

ବ୍ୟବହାର

ସମ୍ପାଦନା

ଏହାର ମଞ୍ଜକାଠ ରକ୍ତାଭ ଓ ଖୁବ ଟାଣୁଆ । ଏହା ଆସବାବପତ୍ର ତିଆରି , ଗୃହ ନିର୍ମାଣ , ଡଙ୍ଗା ତିଆରିରେ ବ୍ୟବହୃତ ହୁଏ। ଛୁରିଅନା ଫୁଲରୁ ଅତର ତିଆରି ହୁଏ। ଫଳ ଖାଇବାଯୋଗ୍ୟ ଏବଂ ସ୍ୱାଦିଷ୍ଟ |

  1. "Ochrocarpos longifolius (Wight) Benth. & Hook.fil. ex T.Anders". GBIF. Retrieved 2020-08-18.
  2. Jain, Roopesh; Tiwari, Archana (2011). "Monograph: Ochrocarpus longifolius". Pharmacognosy Research. Medknow. 3 (2): 146. doi:10.4103/0974-8490.81965. ISSN 0974-8490.{{cite journal}}: CS1 maint: unflagged free DOI (link)
  3. "Mammea suriga (Buch.-Ham. ex Roxb.) Kosterm". India Biodiversity Portal. Archived from the original on 2022-03-07. Retrieved 2020-08-18.

ଅଧିକ ତଥ୍ୟ

ସମ୍ପାଦନା
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ