ଛାତି ନଳୀ

ଏହା ଏକ ନମନୀୟ ପ୍ଲାଷ୍ଟିକ୍ ନଳୀ ଯାହା ଛାତି କାନ୍ଥ ଦେଇ ପ୍ଲୁରା ଆବରଣ ମଧ୍ୟକୁ ଭର୍ତ୍ତି କରାଯାଇଥାଏ । ଏହି ନଳୀଦ

ଛାତି ନଳୀ ହେଉଛି ଏକ ନମନୀୟ ପ୍ଲାଷ୍ଟିକ୍ ନଳୀ ଯାହା ଛାତି କାନ୍ଥ ଦେଇ ପ୍ଲୁରା ଆବରଣ ମଧ୍ୟକୁ ଭର୍ତ୍ତି କରାଯାଇଥାଏ ।[୧] ଏହି ନଳୀଦ୍ୱାରା ବାୟୁ (ନିମୋଥୋରାକ୍ସ), ତରଳ ( ପ୍ଲୁରା ସ୍ରାବ, ହେମୋଥୋରାକ୍ସ ) କିମ୍ବା ପୂଯ (ଏମ୍ପାଇମା) ଅପସାରଣ ପାଇଁ ବ୍ୟବହୃତ ହୁଏ ।[୧] ଟେନସନ ନିମୋଥୋରାକ୍ସ ଥିଲେ ପ୍ରଥମେ ଏକ ଛୁଞ୍ଚି ଥୋରାସେଣ୍ଟେସିସ କରାଯାଇପାରେ ।[୧]

Chest tube
ହସ୍ତକ୍ଷେପ
The free end of the chest tube is usually attached to an underwater seal, below the level of the chest. This allows the air or fluid to escape, but prevents anything returning to the chest.

ରୋଗୀଙ୍କୁ ସାଧାରଣତଃ ସେମାନଙ୍କ ପିଠି ତଳକୁ କରି ରଖାଯାଇଥାଏ, ଶେଜର ମୁଣ୍ଡ ପାଖ ଉପରକୁ ଟେକି ଦିଆଯାଏ ଏବଂ ସେମାନଙ୍କ ମୁଣ୍ଡ ପଛ ପାଖରେ ହାତ ରଖାଯାଏ ।[୨] ନଳୀ ଭର୍ତ୍ତି କରିବା ସ୍ଥାନକୁ କ୍ଲୋରହେକ୍ସିଡାଇନ ସାହାଯ୍ୟରେ ସଫା କରାଯିବା ପରେ ସ୍ଥାନୀୟ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଏ ଓ ପରେ ଚତୁର୍ଥ କିମ୍ବା ପଞ୍ଚମ ପଞ୍ଜରା ମଧ୍ୟସ୍ଥ ସ୍ଥାନରେ ଓ ଆଣ୍ଟିରିଅର ଆକ୍ଜିଲାରି ରେଖାରେ ଏକ ଦୁଇ ସେମି ଭୁସମାନ୍ତର ଭାବରେ ଚର୍ମକୁ କାଟିଦିଆଯାଏ ।[୨] କେଲି ଫୋରସେପ ସାହାଯ୍ୟରେ ଗୋଟିଏ ଇଣ୍ଟରକୋଷ୍ଟାଲ୍ ସ୍ପେସ୍ ଏବଂ ପ୍ଲୁରା ପର୍ଯ୍ୟନ୍ତ ବିଛିନ୍ନ କରିବା ପାଇଁ ବ୍ୟବହୃତ ହୁଏ ।[୨] ଛାତି ନଳୀକୁ ଗାଇଡ କରିବାରେ ସାହାଯ୍ୟ କରିବା ପାଇଁ ସେହି ଗାତ ମଧ୍ୟରେ ଏକ ଆଙ୍ଗୁଠି ରଖାଯାଇପାରେ ।[୨] ଏହି ନଳୀର ଅପର ପାର୍ଶ୍ୱକୁ ବାୟୁ ନିଷ୍କାସନ ପାଇଁ ଉପରକୁ ଏବଂ ତରଳ ପଦାର୍ଥ ପାଇଁ ତଳ ଆଡ଼କୁ ରଖାଯାଏ ।[୨] ତା' ପରେ ନଳୀକୁ ଚର୍ମ ସ‌ହିତ ସେଲେଇ କରିଦିଆଯାଇ ଗଜ ଦିଆଯାଏ ଓ ଟେପ ଲଗାଯାଏ ।[୨] ଏହା ଏକ ଡ୍ରେନେଜ ସିଷ୍ଟମ ସହିତ ସଂଯୁକ୍ତ କରାଯାଏ ।[୨]

ନିମୋଥୋରାକ୍ସ ଥିଲେ ଡ୍ରେନେଜ ସିଷ୍ଟମରେ ପାଣି ବୁଦବୁଦ ଦେଖାଯିବ ।[୨] ସ୍ଥାନକୁ ନିଶ୍ଚିତ କରିବା ପାଇଁ ଏକ ଛାତି ଏକ୍ସ-ରେ କରାଯାଏ ।[୨] ବାୟୁ ଲିକ୍ ୧୨ରୁ ୨୪ ଘଣ୍ଟାରୁ ଅଧିକ ସମୟ ବନ୍ଦ ହୋଇଗଲେ କିମ୍ବା ୨୪ ଘଣ୍ଟାରେ ତରଳ ପଦାର୍ଥର ପରିମାଣ ୨୦୦ ମିଲିରୁ କମ୍ ହୋଇଗଲେ ଟ୍ୟୁବ୍ ଅପସାରଣ କରିଦିଆଯାଏ ।[୨] ଅପସାରଣ ହେବା ଉଚିତ ଯେତେବେଳେ ବ୍ୟକ୍ତି ଜଣକ ସର୍ବାଧିକ ପ୍ରଶ୍ୱାସ ନେଇ ଧରି ରଖିପାରନ୍ତି ।[୨] ଅନ୍ୟ ଏକ ଛାତି ଏକ୍ସ-ରେ ୧୨ରୁ ୨୪ ଘଣ୍ଟା ପରେ କରାଯାଇଥାଏ ।[୨] ଜଟିଳତା ମଧ୍ୟରେ ଚର୍ମତଳ ଏମ୍ଫିସେମା, ନଳୀ ଅବରୋଧ, ରକ୍ତସ୍ରାବ, ସଂକ୍ରମଣ, ଫୁସଫୁସ ଇଡିମା ଏବଂ ଫୁସଫୁସ କିମ୍ବା ମଧ୍ୟଚ୍ଛଦା ଆଘା ତ ହୋଇପାରେ ।[୧]

ଏହି ଛାତି ନଳୀ ଇତିହାସ: ପ୍ରଥମେ ଖ୍ରୀ:ପୂ: ୪୦୦ରେ ହିପୋକ୍ରେଟସ ଏକ ଧାତୁ ନଳୀ ବ୍ୟବହାର କରି ଏକ ଏମ୍ପାଇମା ନିଷ୍କାସନ ପାଇଁ ବ୍ୟବହାର କରିଥିଲେ ।[୩] [୪] ୧୮୭୩ ମସିହାରେ ଜଳ ସିଲ୍ ଯୋଗ କରାଯାଇଥିଲା ।[୫] ୧୯୧୮ ମସିହାରେ ଇନଫ୍ଲୁଏଞ୍ଜା ପାଣ୍ଡେମିକ ପରବର୍ତ୍ତୀ ଏମ୍ପାଇମା ଚିକିତ୍ସା ନିମନ୍ତେ ୧୯୨୦ ମସିହାରେ ବହୁଳ ଭାବରେ ଛାତି ନଳୀ ବ୍ୟବହୃତ ହେଲା ।[୫] ଆଧୁନିକ ନଳୀଏ ଆକାର ୬ରୁ ୪୦ ଫ୍ରେଞ୍ଚ (ଫ୍ର) ହୋଇଛି ଓ ଏହା ସିଲିକନ୍ କିମ୍ବା ପଲିଭିନିଲ୍ କ୍ଲୋରାଇଡଦ୍ୱାରା ନିର୍ମିତ ହେଉଛି ।[୫] ଏହି ନଳୀର ସାଧାରଣତଃ ଗୋଟିଏ ମୁଣ୍ଡରେ ଅନେକ ଗର୍ତ୍ତ ଥାଏ ଏବଂ ପାର୍ଶ୍ୱ ଭାଗରେ ଏକ ଷ୍ଟ୍ରାଇପ୍ ଥାଏ ଯାହା ଏକ୍ସ-ରେ ଉଜ୍ଜ୍ୱଳ ଦେଖାଯାଏ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "How To Do Tube and Catheter Thoracostomy - Pulmonary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 14 August 2022. Retrieved 9 August 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Dev SP, Nascimiento B, Simone C, Chien V (October 2007). "Videos in clinical medicine. Chest-tube insertion". The New England Journal of Medicine. 357 (15): e15. doi:10.1056/NEJMvcm071974. PMID 17928590.
  3. M, Sriram Bhat (30 November 2017). SRB's Surgical Operations: Text & Atlas (in ଇଂରାଜୀ). JP Medical Ltd. p. 203. ISBN 978-93-5270-211-4. Archived from the original on 14 August 2022. Retrieved 10 August 2022.
  4. Hippocrates (1847). Genuine Works of Hippocrates. Sydenham Society.
  5. ୫.୦ ୫.୧ ୫.୨ Wahidi, Momen M.; Ost, David E. (5 July 2022). Practical Guide to Interventional Pulmonology (in ଇଂରାଜୀ). Elsevier Health Sciences. p. 165. ISBN 978-0-323-70955-2. Archived from the original on 14 August 2022. Retrieved 10 August 2022.
  6. Ravi, C; McKnight, CL (January 2022). "Chest Tube". PMID 29083704. {{cite journal}}: Cite journal requires |journal= (help)