ଛାଇ ପରି ରହିଥିବି
ଛାଇ ପରି ରହିଥିବି ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଲ ।[୨] ଜ୍ଞାନରଞ୍ଜନ ପ୍ରଧାନ ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିବା ବେଳେ ଜାନକୀ ପରିଜା ଏବଂ ସୂର୍ଯ୍ୟ ନାରାୟଣ ବେହେରା ସହ ପ୍ରଯୋଜନା କରିଥିଲେ ।[୩] ମାନସ ପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରନା କରିବା ସହ ସମ୍ପାଦନ କରିଥିଲେ ।[୨]
ଛାଇ ପରି ରହିଥିବି | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ପାଲ୍ |
ପ୍ରଯୋଜକ | ପ୍ରଶାନ୍ତ ପାଲ, ବିକାଶ ନାୟକ |
ସଂଳାପ | ପ୍ରଶାନ୍ତ ପାଲ୍ |
ଚିତ୍ରନାଟ୍ୟ | ମାନସ ପାତ୍ର |
କାହାଣୀ | ରଣଜିତ ପଟ୍ଟନାୟକ[୧] |
କଳାକାର | ରୂପେଶ, ରୋଜାଲିନ, ସତ୍ୟ, ଲିପିକା, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଜ୍ଞାନରଞ୍ଜନ, ରବି ମିଶ୍ର, ନୀଲୁ |
ସଙ୍ଗୀତ | ପି. କୁମାର |
ସମ୍ପାଦକ | ମାନସ ପାତ୍ର |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର । ସାସମଲ ମାସନ ଏବଂ ପଞ୍ଚାନନ ନାୟକ ଗୀତଗୁଡ଼ିକର ରଚନା କରିଥିବା ବେଳେ କୁମାର ସାନୁ, କୁମାର ବାପି, ମାଧବ ଏବଂ ସଞ୍ଜୁ ପ୍ରମୁଖ କଣ୍ଠାଦାନ କରିଥିଲେ ।[୩] ପୁନର୍ଜନ୍ମ ଉପରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।[୪]
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିତିଲେ ରୂପେଶ, ରୋଜାଲିନ୍, ସତ୍ୟ ଏବଂ ଲିପିକା । ଏହି ସବୁ କଳାକାରମାନେ ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୩][୪] ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଜ୍ଞାନରଞ୍ଜନ, ରବି ମିଶ୍ର, ନୀଲୁ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]
ଅଭିନୟ
ସମ୍ପାଦନା- ରୂପେଶ
- ରୋଜାଲିନ
- ସତ୍ୟ
- ଲିପିକା
- ମୀନକେତନ
- ଅଶ୍ରୁମୋଚନ ମହାନ୍ତି
- ଜ୍ଞାନରଞ୍ଜନ
- ରବି ମିଶ୍ର
- ନୀଲୁ
କାହାଣୀ
ସମ୍ପାଦନାପ୍ରେମ କରୁଥିବା ଦୁଇ ନାୟକ ନାୟିକାଙ୍କୁ ଘରୁ ସ୍ୱୀକୃତି ନ ମିଳିବା ଫଳରେ ସେମାନେ ଘରୁ ପଳାଇଯାଇନ୍ତି । ଏହାପରେ ସେଠାରେ ନାୟକ-ନାୟିକାଙ୍କର ଏକ ଦୁର୍ଘଟଣା ଘଟେ ଯେଉଁଥିରେ ନାୟକ(ରୂପେଶ)ଙ୍କର ଦେହାନ୍ତ ହୋଇଯାଏ । ଏହାପରେ ତାଙ୍କର ପୁନର୍ଜନ୍ମରେ ଉଭୟଙ୍କର ମିଳନ ବିଷୟକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ରଟି ।[୬]
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର ।[୭] ଗୀତଗୁଡ଼ିକର ରଚନା କରିଥିଲେ ସାସମଲ ମାସନ ଏବଂ ପଞ୍ଚାନନ ନାୟକ ।[୪] ଏହି ଚଳଚ୍ଚିତ୍ରରେ ଉଦିତ ନାରାୟଣ, କୁମାର ସାନୁ, ମହମଦ ଅଜିଜ୍, କୁମାର ବାପି, ମାଧବ ଏବଂ ସଞ୍ଜୁ ପ୍ରମୁଖ କଣ୍ଠାଦାନ କରିଥିଲେ ।[୩][୨]
୧୭ ଫେବୃଆରୀ ୨୦୧୭ରେ ହୋଟେଲ ଏକ୍ସଲେନ୍ସରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୮]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଛାଇ ପରି ରହିଥିବି" | ପି. କୁମାର | କୁମାର ସାନୁ[୬], ଶୈଳବାଳା ଦାସ | ୦୪:୩୭ |
2. | "ତୁ ପକ୍ଷୀଟେ ହେଲେ" | ମାନସ | କୁମାର ବାପି | ୦୪:୦୯ |
3. | "ଚାଲି ତୋ ହଂସିନୀ" | ସୂର୍ଯ୍ୟ ନାରାୟଣ | କୁମାର ବାପି | ୦୪:୨୦ |
4. | "ଚୋରି ଚୋରି" | ୦୪:୩୧ | ||
5. | "ଏତେ ପାଖାପାଖି" | ମାନସ | ୦୪:୧୭ |
ଆଧାର
ସମ୍ପାଦନା- ↑ "Chhai Pari Rahi Thibi Upcoming Movie Produced, Directed By Prashant Pal". OllywoodMasala.com. 10 March 2017. Archived from the original on 7 September 2017. Retrieved 4 September 2017.
- ↑ ୨.୦ ୨.୧ ୨.୨ "ନଭେମ୍ବରରେ ମୁକ୍ତିଲାଭ କରିବ'ଛାଇ ପରି ରହିଥିବି'". ଲୋକ ସମସ୍ୟା. Archived from the original on 20 September 2022. Retrieved 12 October 2017.
- ↑ ୩.୦ ୩.୧ ୩.୨ ୩.୩ "ଛାଇ ପରି ରହିଥିବି". ସମାଜ. 26 February 2017. Retrieved 28 February 2017.[permanent dead link]
- ↑ ୪.୦ ୪.୧ ୪.୨ "Music release of Odia film "Chhaipari Rahithibi"". ପ୍ରଗତିବାଦୀ. 22 February 2017. Retrieved 28 February 2017.
- ↑ ""Chhai Pari Rahi Thibi" Upcoming Odia Movie". E News ଓଡ଼ିଆ. 19 October 2016. Retrieved 4 September 2017.
- ↑ ୬.୦ ୬.୧ "CHHAI PARI RAHITHIBI ODIA MOVIE TITLE SONG BY KUMAR SANU". IncredibleOrissa.com. 20 February 2017. Retrieved 28 February 2017.
- ↑ "Chaai Pari Rahithibi". Movie Buff. Retrieved 4 September 2017.
- ↑ "Audio Release of New Odia Film Chhai Pari Rahi Thibi". Repoters Today. 18 February 2017. Retrieved 4 September 2017.[permanent dead link]