ଚୀନୀ କଲରାପତରିଆ ବାଘ

ଚୀନୀ କଲରାପତ୍ରିଆ ବାଘ (ଇଂରାଜୀରେ Chinese leopard) ବୋଲି କଲରାପତ୍ରିଆ ବାଘଙ୍କ କୌଣସି ସ୍ୱତନ୍ତ୍ର ଉପପ୍ରଜାତି ନାହିଁ । କିନ୍ତୁ ଚୀନର ଭୌଗୋଳିକ ସୀମାରେ କଲରାପତ୍ରିଆ ବାଘଙ୍କର କିଛି ଉପପ୍ରଜାତିମାନ ଦେଖାଯାନ୍ତି ଓ ସେମାନଙ୍କୁ ଚୀନୀ କଲରାପତ୍ରିଆ ବାଘ ବୋଲି ଭ୍ରମାତ୍ମକ ଭାବେ କୁହୀଯାଇଥାଏ । ନିମ୍ନଲିଖିତ ଉପପ୍ରଜାତିର କଲରାପତ୍ରିଆ ବାଘ ଚୀନରେ ଦେଖାଯାନ୍ତି ।

  • ଆମୁର କଲରାପତ୍ରିଆ ବାଘ (ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡସ୍ ଓରିଏଣ୍ଟାଲିସ୍ P. p. orientalis): ଉତ୍ତର ଚୀନର ଜିଲିନ୍ ପ୍ରାନ୍ତରେ ହୁନ୍‍ଚୁନ୍ ଜାତୀୟ ପ୍ରକୃତି ଅଭୟାରଣ୍ୟରେ କ୍ୟାମେରା ଟ୍ରାପ୍ ଲଗାଯାଇ କିଛି ଆମୁର କଲରାପତ୍ରିଆ ବାଘଙ୍କ ସନ୍ଧାନ ମିଳିଥିଲା ।[][] ଲମ୍ବା ଓ ଉଚ୍ଚ କଣ୍ଟା ତାରବାଡ଼ ଥିବା ସତ୍ତ୍ୱେ ଏହି କଲରାପତ୍ରିଆ ବାଘମାନେ ତୁମେନ୍ ନଦୀ ବାରମ୍ବାର ପାର କରି ଅନାୟାସରେ ଋଷ, ଚୀନ ଓ ଉତ୍ତର କୋରିଆର ଅନ୍ତରାଷ୍ଟ୍ରୀୟ ସୀମା ମଧ୍ୟରେ ଯିବା ଆସିବା କରୁଥାନ୍ତି ।[]
  • ଇଣ୍ଡୋଚୀନୀ କଲରାପତ୍ରିଆ ବାଘ (ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡସ୍ ଡେଲାକୁରି P. p. delacouri): ଦକ୍ଷିଣ ଚୀନର ୟୁନାନ୍ ପ୍ରାନ୍ତରେ ଏହି କଲରାପତ୍ରିଆ ଉପପ୍ରଜାତି ଦେଖାଯାନ୍ତି । ପର୍ଲ୍ ନଦୀ ଏକ ପ୍ରାକୃତିକ ବାଧା ପରି ଏହି କଲରାପତ୍ରିଆ ଉପପ୍ରଜାତିକୁ ଉତ୍ତରସ୍ଥ ଅନ୍ୟ ଉପପ୍ରଜାତିଙ୍କଠାରୁ ବିଚ୍ଛିନ୍ନ କରି ରଖିଛି ।[]
  • ଭାରତୀୟ କଲରାପତ୍ରିଆ ବାଘ (ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡସ୍ ଫୁସ୍କା P. p. fusca): ଦକ୍ଷିଣ ତିବ୍ବତର ଚୋମୋଲାଂଗମା ଜାତୀୟ ପ୍ରକୃତି ଅଭୟାରଣ୍ୟରେ ଭାରତୀୟ ଉପପ୍ରଜାତି ଦେଖାଯାନ୍ତି ।[]
ଆମୁର କଲରାପତ୍ରିଆ
ଇଣ୍ଡୋଚୀନୀ କଲରାପତ୍ରିଆ
ଭାରତୀୟ କଲରାପତ୍ରିଆ

ବକର୍ଗୀକରଣର ଇତିହାସ

ସମ୍ପାଦନା

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରୁ ବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଦକ୍ଷିଣ ଓ ପୂର୍ବ ଏସିଆରେ ଅନେକ କଲରାପତ୍ରିଆ ନମୁନାର ଅଧ୍ୟୟନ କରାଯାଇଥିଲା :

  • ୧୭୯୪ ମସିହାରେ ଫ୍ରେଡ୍ରିକ୍ ଆଲବ୍ରେଖ୍‍ଟ୍ ଆଣ୍ଟୋନ୍ ମେୟେର୍ ଭାରତରୁ ମିଳିଥିବା ଏକ କଳା କଲରାପତ୍ରିଆ ବାଘକୁ ଫେଲିସ୍ ଫୁସ୍କା ନାମ ଦେଇଥିଲେ । ଲଣ୍ଡନ ଟାୱାରରେ ଏହି ନମୁନାକୁ ପ୍ରଦର୍ଶିତ କରାଯାଇଥିଲା ।[]
  • କୋରିଆରୁ ପ୍ରାପ୍ତ ଏକ କଲରାପତ୍ରିଆ ବାଘ ଛାଲକୁ ୧୮୫୭ ମସିହାରେ ହର୍ମାନ୍ ଶ୍ଳେଗେଲ୍ ଫେଲିସ୍ ଓରିଏଣ୍ଟାଲିସ୍ ନାମ ଦେବାର ପ୍ରସ୍ତାବ ରଖିଥିଲେ ।[]
  • ବ୍ରିଟିଶ୍ ମ୍ୟୁଜିୟମ୍‍ରୁ ପ୍ରାପ୍ତ ଏକ କଲରାପତ୍ରିଆ ବାଘ ଛାଲକୁ ୧୮୬୨ ମସିହାରେ ଜନ୍ ଏଡ୍ୱାର୍ଡ୍ ଗ୍ରେ ଲେପର୍ଡସ୍ ହାପୋନେନ୍ସିସ୍ ନାମରେ ଡାକିବାର ପ୍ରସ୍ତାବ ଦେଇଥିଲେ ।[]
  • ପେକିଂ ନିକଟରୁ ମିଳିଥିବା ଏକ କଲରାପତ୍ରିଆ ଛାଲକୁ ଗ୍ରେ ୧୮୬୭ ମସିହାରେ ଲେପର୍ଡସ୍ ଚିନେନ୍ସିସ୍ ବୋଲି ବ୍ୟାଖ୍ୟା କରିଥିଲେ ।[]
  • ଦକ୍ଷିଣ ଚୀନରୁ ପ୍ରାପ୍ତ ଏକ କଲରାପତ୍ରିଆ ବାଘ ଛାଲକୁ ୧୯୧୧ ମସିହାରେ ଏମିଲ୍ ବ୍ରାସ୍ ଫେଲିସ୍ ପାର୍ଡସ୍ ସିନେନ୍ସିସ୍ ନାମ ଦେଇଥିଲେ ।[୧୦] ମଧ୍ୟ ପ୍ଲାଇଷ୍ଟୋସିନ୍ କାଳର କଲରାପତ୍ରିଆ ଦାନ୍ତ ଜୀବାଶ୍ମ ଦକ୍ଷିଣ ଚୀନରୁ ଖନନ କରାଯାଇଥିଲା ଯାହା

ପାନ୍ଥେରା ପାର୍ଡସ୍ ସିନେନ୍ସିସ୍ ପରି ଥିଲା । [୧୧]

  • ଅନ୍ନାମରୁ ମିଳିଥିବା ଏକ କଲରାପତ୍ରିଆ ଛାଲକୁ ରେଜିନାଲ୍‍ଡ୍ ଇନ୍ନେସ୍ ପୋକକ୍ ୧୯୩୦ ମସିହାରେ ପାନ୍ଥେରା ପାର୍ଡସ୍ ଡେଲାକୁରି ବୋଲି ନାମିତ କରିଥିଲେ ।[୧୨]

୧୯୯୬ ମସିହାରେ ହୋଇଥିବା ଏକ ଫାଇଲୋଜିଓଗ୍ରାଫିକ୍ ବିଶ୍ଳେଷଣ ଅନୁସାରେ ଦକ୍ଷିଣ ଚୀନର କଲରାପତ୍ରିଆ ବାଘଙ୍କୁ ପାନ୍ଥେରା ପାର୍ଡସ୍ ଡେଲାକୁରି ବର୍ଗରେ ସାମିଲ କରାଗଲା ।[] ୨୦୦୧ ମସିହାରେ କରାଯାଇଥିବା ଏକ ଜେନେଟିକ୍ ବିଶ୍ଳେଷଣରୁ ପାନ୍ଥେରା ପାର୍ଡସ୍ ଡେଲାକୁରି ଓ ପାନ୍ଥେରା ପାର୍ଡସ୍ ହାପୋନେନ୍ସିସ୍ ଉପପ୍ରଜାତିମାନଙ୍କ ବିଚରଣ ସୀମା ପରସ୍ପରକୁ ଲାଗି ରହିଥିବାର ଜଣାପଡ଼ିଲା । ପାନ୍ଥେରା ପାର୍ଡସ୍ ହାପୋନେନ୍ସିସ୍‍ ଓ ପାନ୍ଥେରା ପାର୍ଡସ୍ ଓରିଏଣ୍ଟାଲିସ୍‍ଙ୍କ ଭୌଗୋଳିକ ବିତରଣ ସୀମା ମଧ୍ୟ ଲାଗି ରହିଥିବାର ଜଣାପଡ଼ିଲା ।[୧୩]

ଚୀନୀ ଲେଖକମାନେ ଭାରତୀୟ କଲରାପତ୍ରିଆ ବାଘ ଉପପ୍ରଜାତିକୁ ଇଣ୍ଡୋଚୀନୀ କଲରାପତ୍ରିଆ ବାଘ ଉପପ୍ରଜାତିର ସମାର୍ଥବାଚକ ବୋଲି ଲେଖି ଅଛନ୍ତି ।[୧୪] ୨୦୧୭ ମସିହାରେ ବିଡ଼ାଳ ବିଶେଷଜ୍ଞ ଦଳର ବିଡ଼ାଳ ବର୍ଗୀକରଣ ଟାସ୍କଫୋର୍ସ୍ ପାନ୍ଥେରା ପାର୍ଡସ୍ ହାପୋନେନ୍ସିସ୍‍କୁ ପାନ୍ଥେରା ପାର୍ଡସ୍ ଓରିଏଣ୍ଟାଲିସ୍‍ର ଅଂଶ ବୋଲି ଚିହ୍ନଟ କରିଥିଲେ । ତେଣୁ ଉତ୍ତର ଚୀନର କଲରାପତ୍ରିଆମାନଙ୍କୁ ପାନ୍ଥେରା ପାର୍ଡସ୍ ଓରିଏଣ୍ଟାଲିସ୍ ବା ଆମୁର କଲରାପତ୍ରିଆ ଶ୍ରେଣୀରେ ଗଣାଗଲା । ଦକ୍ଷିଣ ଚୀନର କଲରାପତ୍ରିଆ ବାଘ ଡେଲାକୁରି ବା ଇଣ୍ଡୋଚୀନୀ ଉପପ୍ରଜାତିର ହେବା ସମ୍ଭବପର ବୋଲି ସେମାନେ ମତ ରଖିଲେ ।[୧୫]

ଭୋଗୋଳିକ ବିତରଣ

ସମ୍ପାଦନା

୨୦୦୨ ମସିହାରୁ ୨୦୦୯ ମଧ୍ୟରେ ଦକ୍ଷିଣ ଚୀନର ୧୧ଟି ପ୍ରକୃତି ଅଭୟାରଣ୍ୟରେ କ୍ୟାମେରା ଟ୍ରାପ୍ ସର୍ବେକ୍ଷଣ କରାଯାଇଥିଲା । କିନ୍ତୁ କେବଳ ଚିନ୍‍ଲିଂଗ୍ ପର୍ବତର ଚାଂଗ୍‍ଚିଂଗ୍ ଜାତୀୟ ପ୍ରକୃତି ଅଭୟାରଣ୍ୟରେ କଲରାପତ୍ରିଆ ବାଘ ଦେଖାଯାଇଥିଲେ । ସିଚୁଆନ୍‍ର ୱୋଲୋଂଗ୍ କିମ୍ବା ଅନ୍ୟ ସଂରକ୍ଷିତ ଜଙ୍ଗଲରେ କଲରାପତ୍ରିଆ ବାଘ ଦେଖାଯାଇନଥିଲେ ।[୧୬] ବର୍ତ୍ତମାନ ସମୟରେ ହେବେଇ, ହେନାନ, ଶାଂହି ଓ ନିଂଗ୍‍ହିଆ ପ୍ରାନ୍ତର ସଂରକ୍ଷିତ ବନରେ କଲରାପତ୍ରିଆ ରହିଥିବାର ତଥ୍ୟ ମିଳିଛି । ଗାନ୍‍ସୁ ପ୍ରାନତରେ କୌଣସି କଲରାପତ୍ରିଆ ବାଘ ନଥିବାର ପ୍ରମାଣ ମିଳିଛି । ଚିଂଗ୍‍ହାଇ ପ୍ରାନ୍ତରେ କଲରାପତ୍ରିଆ ବାଘ ଅଛନ୍ତି ନା ନାହିଁ ତାହା ଅନିର୍ଦ୍ଦିଷ୍ଟ । ହୁନାନ୍, ହୁବେଇ, ଝେଜିଆଂଗ୍, ଫୁଜିଆନ୍ ଓ ଗ୍ୱାଂଗ୍‍ହି ପ୍ରାନ୍ତରେ ଏମାନେ ସମ୍ଭବତଃ ବିଲୁପ୍ତ । ଜାତୀୟ ସ୍ତରରେ ଏହାକୁ ଏକ ଅତି ସଙ୍କଟାପନ୍ନ ଜୀବ ବୋଲି ବିବେଚନା କରାଯାଇଥିଲେ ମଧ୍ୟ କଲରାପତ୍ରିଆଙ୍କ ସଂରକ୍ଷଣ ଜୀବବିଜ୍ଞାନୀ ଓ ସଂରକ୍ଷଣବିତ୍‍ମାନଙ୍କ ଧ୍ୟାନ ଆକର୍ଷଣ କରିପାରିନାହିଁ ।[]

ପରିସ୍ଥିତିକ ବ୍ୟବହାର

ସମ୍ପାଦନା

ଚୀନରେ କଲରାପତ୍ରିଆ ବାଘଙ୍କ ପରିସ୍ଥିତିକ ବ୍ୟବହାର, ପରିବାସ ଓ ଆବଶ୍ୟକତା ପ୍ରଭୃତିର ସାମ୍ପ୍ରତିକ ତଥ୍ୟ ଅନୁପଲବ୍ଧ ।[]

ଚୀନର କଲରାପତ୍ରିଆ ବାଘମାନେ ପାଣ୍ଡା ଭାଲୁଙ୍କୁ ଆକ୍ରମଣ କରୁଥିବା ବିଷୟ ୧୯୮୦ ଦଶନ୍ଧିରେ ୱୋଲୋଂଗ ପ୍ରକୃତି ଅଭୟାରଣ୍ୟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣା ପଡ଼ିଥିଲା ।[୧୭]

କଲରାପତ୍ରିଆ ବାଘମାନେ ମନୁଷ୍ୟମାନଙ୍କୁ ଆକ୍ରମଣ କରିବାର ଉଦାହରଣ ମଧ୍ୟ ରହିଛି, ତେବେ ଏପରି ଘଟଣା ଖୁବ୍ କମ୍ ପରିଲକ୍ଷିତ ହୁଏ ।[୧୮]

ଆହୁରି ଦେଖନ୍ତୁ

ସମ୍ପାଦନା
  1. Xiao, W.; Feng, L.; Zhao, X.; Yang, H.; Dou, H.; Cheng, Y.; Mou, P.; Wang, T.; Ge, J. (2014). "Distribution and abundance of Amur tiger, Amur leopard and their ungulate prey in Hunchun National Nature Reserve, Jilin". Biodiversity Science. 22 (6): 717–724. doi:10.3724/SP.J.1003.2014.14184.
  2. Yang, H.; Zhao, X.; Han, B.; Wang, T.; Mou, P.; Ge, J.; Feng, L. (2018). "Spatiotemporal patterns of Amur leopards in northeast China: Influence of tigers, prey, and humans". Mammalian Biology. 92: 120–128. doi:10.1016/j.mambio.2018.03.009.
  3. Nam, S. (2005). "Ecosystem Governance in a Cross-border Area: Building a Tuman River Transboundary Biosphere Reserve" (PDF). China Environment Series. 7: 83–88. Archived from the original (PDF) on 2015-10-03. Retrieved 2018-09-06.
  4. ୪.୦ ୪.୧ Miththapala, S.; Seidensticker, J.; O’Brien, S. J. (1996). "Phylogeographic subspecies recognition in leopards (Panthera pardus): molecular genetic variation". Conservation Biology. 10 (4): 1115–1132. doi:10.1046/j.1523-1739.1996.10041115.x.
  5. ୫.୦ ୫.୧ ୫.୨ Laguardia, A.; Kamler, J. F.; Li, S.; Zhang, C.; Zhou, Z.; Shi, K. (2017). "The current distribution and status of leopards Panthera pardus in China". Oryx. 51 (1): 153−159. doi:10.1017/S0030605315000988.
  6. Meyer, F. A. A. (1794). "Über de la Metheries schwarzen Panther". Zoologische Annalen. Erster Band. Weimar: Im Verlage des Industrie-Comptoirs. pp. 394–396. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  7. Schlegel, H. (1857). "Felis orientalis". Handleiding Tot de Beoefening der Dierkunde, Ie Deel. Breda: Boekdrukkerij van Nys. p. 23.
  8. Gray, J. E. (1862). "Description of some new species of Mammalia". Proceedings of the Royal Zoological Society of London. 30: 261−263, plate XXXIII. doi:10.1111/j.1469-7998.1862.tb06524.x.
  9. Gray, J. E. (1867). "Notes on the skulls of the cats (Felidae)". Proceedings of the Zoological Society of London: 258−277.
  10. Brass, E. (1911). "Panther und Leoparden". Aus dem Reiche der Pelze. Berlin: Verlag der Neuen Pelzwaren-Zeitung. pp. 401–406. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  11. Hemmer, H. (1976). "Fossil History of Living Felidae". Carnivore. II: 58–61.
  12. Pocock, R. I. (1930). "The Panthers and Ounces of Asia". Journal of the Bombay Natural History Society. 34 (2): 307–336.
  13. Uphyrkina, O.; Johnson, E. W.; Quigley, H.; Miquelle, D.; Marker, L.; Bush, M.; O'Brien, S. J. (2001). "Phylogenetics, genome diversity and origin of modern leopard, Panthera pardus" (PDF). Molecular Ecology. 10 (11): 2617–2633. doi:10.1046/j.0962-1083.2001.01350.x. PMID 11883877. Archived from the original (PDF) on 2020-04-28. Retrieved 2020-11-08.
  14. Smith, A.T. & Xie, Y. (2008). A Guide to the Mammals of China. Princeton University Press, New Jersey, USA.
  15. Kitchener, A. C.; Breitenmoser-Würsten, C.; Eizirik, E.; Gentry, A.; Werdelin, L.; Wilting, A.; Yamaguchi, N.; Abramov, A. V.; Christiansen, P.; Driscoll, C.; Duckworth, J. W.; Johnson, W.; Luo, S.-J.; Meijaard, E.; O’Donoghue, P.; Sanderson, J.; Seymour, K.; Bruford, M.; Groves, C.; Hoffmann, M.; Nowell, K.; Timmons, Z.; Tobe, S. (2017). "A revised taxonomy of the Felidae: The final report of the Cat Classification Task Force of the IUCN Cat Specialist Group" (PDF). Cat News (Special Issue 11). ISSN 1027-2992.
  16. Li, S.; Wang, D.; Lu, Z.; Mc Shea, W. J. (2010). "Cats living with pandas: The status of wild felids within giant panda range, China". Cat News. 52: 20–23.
  17. Schaller, G. B.; Jinchu, H.; Wenshi, P.; Jing, Z. (1985). The giant pandas of Wolong. Chicago and London: University of Chicago Press.
  18. Heptner, V. G.; Sludskii, A. A. (1992) [1972]. "Bars (Leopard)". Mlekopitajuščie Sovetskogo Soiuza. Moskva: Vysšaia Škola [Mammals of the Soviet Union, Volume II, Part 2]. Washington DC: Smithsonian Institution and the National Science Foundation. pp. 269–271. ISBN 978-90-04-08876-4.

ଅନ୍ୟାନ୍ୟ ଲିଂକ୍

ସମ୍ପାଦନା