ଚାରୁପାଣି
ଚାରୁପାଣି (ଦକ୍ଷିଣ ଭାରତ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ରସମ୍ ନାମରେ ପରିଚିତ) ଦକ୍ଷିଣ ଓଡ଼ିଶାର ଏକ ପାରମ୍ପରିକ ତରଳ ବ୍ୟଞ୍ଜନ । ଦକ୍ଷିଣ ଓଡ଼ିଶା ବିଶେଷ ଭାବେ ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହା ଦୈନିନ୍ଦିନ ଖାଦ୍ୟରେ ଅତିମାତ୍ରାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତ ଭାତ ସହ ଗୋଳାଇ ଖିଆଯାଏ କିମ୍ବା ଅଲଗା ଭାବେ ମସଲା ଝୋଳ/ ଜୁସ୍ ରୂପେ ପିଆଯାଇଥାଏ । ଏହାକୁ କ୍ଷୁଧାବର୍ଧନ/ ଖାଦ୍ୟ ହଜମ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ । [୧] ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ଏହା ଏକ ମୁଖ୍ୟ ଖାଦ୍ୟ ।
ଆରମ୍ଭ | |
---|---|
ଅଲଗା ନାଆଁ | ରସମ୍ |
ମୂଳ ଜାଗା | ଭାରତ |
ଅଞ୍ଚଳ | ଦକ୍ଷିଣ ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ତେନ୍ତୁଳି (ଲୁଣ/ ସୁଖିଲା ଲଙ୍କା/ ପଞ୍ଚଫୁଟଣ/ ହିଙ୍ଗୁ/ ରସୁଣ/ ଧନିଆ ପତ୍ର/ ଭ୍ରୁସିଙ୍ଗା ପତ୍ର) |
ପ୍ରକାର
ସମ୍ପାଦନା- ଟମାଟୋ ରସମ୍
- ଲେମ୍ବୁ ରସମ୍
- ଗୋଲମରିଚ ରସମ୍
- ଅଦା ରସମ୍
- ବିଟ୍ ରସମ୍
- ତେନ୍ତୁଳି ରସମ୍
- ଆମ୍ବୁଲ(ସୁଖା ଆମ୍ବ)ରସମ୍
- ରସୁଣ ରସମ୍
- ଜିରା ରସମ୍
ମୁଖ୍ୟ ଉପାଦାନ
ସମ୍ପାଦନା- ତେନ୍ତୁଳି (୨ ଚାମଚ)
- ଗୋଟା ଟମାଟ
- ୨ କପ୍ ପାଣି
- ଲୁଣ (ଆବଶ୍ୟକ ଅନୁଯାୟୀ)
- ରସୁଣ (୮-୧୦ କୋଳ)
- ୨-୩ ସୁଖିଲା ଲଙ୍କା
- ୨-୩ ଚାମଚ ଧନିଆ ପତ୍ର
- ୧ ଚାମଚ ହିଙ୍ଗ୍
- ୨ ଚମଚ କଳା ଗୋଲ୍ ମରିଚ
- ପଞ୍ଚଫୁଟଣ (ସୋରିଷ, ଜିରା, ମେଥି, ଧନିଆ)
- ଭ୍ରୁସିଙ୍ଗା ପତ୍ର (୨ ଡେମ୍ଫ)
- ୨ ଚାମଚ ତେଲ
- ୧/୨ ଚାମଚ ହଳଦୀ ଗୁଣ୍ଡ
- ପ୍ରଥମେ ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡ ତିଆରି କରନ୍ତୁ
ତିଆରି ପ୍ରାଣାଳୀ
ସମ୍ପାଦନା- ତେନ୍ତୁଳିକୁ ୧/୨ କପ୍ ଅଳ୍ପ ଗରମ ପାଣିରେ ୨୦-୩୦ ମିନିଟ୍ ଯାଏ ଭିଜାଇ, ସେଥିରୁ ତେନ୍ତୁଳି ଖଦାକୁ ଚିପୁଡି ବାହାର କରି ପାଣିକୁ ଅଲଗା କରି ରଖନ୍ତୁ
- ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡ ତିଆରି କରନ୍ତୁ
- କଢାଇରେ ତେଲ ଗରମକରି ସେଥିରେ ଅଳ୍ପ ସୋରିଷ, ଭ୍ରୁସିଙ୍ଗା ପତ୍ର, ସୁଖିଲା ଲଙ୍କା ଓ ହିଙ୍ଗୁକୁ ଫୁଟାନ୍ତୁ
- ଗୋଟିଏ ଗୋଟା ଟମାଟକୁ ଛୋଟ ଛୋଟ ଆକାରରେ କାଟି ସେହି ଫୁଟଣରେ ପକାଇ, ନରମ ହେବା ଯାଏ କିଛି ସମୟ ଘାଣ୍ଟନ୍ତୁ
- ୧/୨ ଚାମଚ ହଳଦୀ ଗୁଣ୍ଡ ସହ ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡକୁ ସେଥିରେ ପକାଇ ଘାଣ୍ଟନ୍ତୁ
- ତେନ୍ତୁଳି ପାଣିରେ, ଆବଶ୍ୟକ ଅନୁଯାୟୀ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସେହି ଫୁଟଣରେ ପକାଇ ଗରମ କରନ୍ତୁ
- ଚାରୁପାଣି ଗରମ ହୋଇ ଫୁଟି ଆସିବା ମାତ୍ରେ ସେଥିରେ ଧନିଆ ପତ୍ର ପକାଇ ଢାଙ୍କୁଣିରେ ଘୋଡାଇ ଦିଅନ୍ତୁ
- ବର୍ତ୍ତମାନ ଚାରୁପାଣି ପ୍ରସ୍ତୁତ