ଚାନ୍ଦ ବିବି
ସୁଲତାନା ଚାନ୍ଦ ବିବି (୧୫୫୦-୧୫୯୯) ଜଣେ ଭାରତୀୟ ମୁସଲମାନ ମହିଳା ଯୋଦ୍ଧା ଥିଲେ । ସେ ବିଜାପୁର (୧୫୯୬-୧୫୯୯) ଏବଂ ଅହମ୍ମଦନଗର (୧୫୮୦-୧୫୯୦)ର ରାଜପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ ।[୧] ଚାନ୍ଦ ବିବି ସମ୍ରାଟ ଆକବରଙ୍କ ମୋଗଲ ବାହିନୀରୁ ଅହମ୍ମଦନଗରକୁ ରକ୍ଷା କରିବା ପାଇଁ ବେଶ୍ ଜଣାଶୁଣା ଥିଲେ ।
ସୁଲତାନା ଚାନ୍ଦ ବିବି | |
---|---|
ବିଜାପୁର ଏବଂ ଅହମ୍ମଦନଗର
| |
ଚାନ୍ଦ ବିବିଙ୍କ ଅଷ୍ଟାଦଶ ଶତାବ୍ଦୀର ଚିତ୍ର | |
ଜୀବନସାଥୀ | ଅଲି ଆଦିଲ ଶାହା ପ୍ରଥମ |
ବାପା | ହୁସେନ ନିଜାମ ଶାହା ପ୍ରଥମ |
ମାଆ | ଖୁଞ୍ଜା ହୁମାୟୁନ ବେଗମ |
ଜନ୍ମ | 1550 CE ଅହମ୍ମଦନଗର ଦୁର୍ଗ, ଅହମ୍ମଦନଗର ସୁଲତାନ (ମହାରାଷ୍ଟ୍ର, ଭାରତ) |
ମୃତ୍ୟ | 1599 CE |
ଧର୍ମ | ଇସଲାମ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଚାନ୍ଦ ବିବି ଅହମ୍ମଦନଗରର ହୁସେନ ନିଜାମ ଶାହାଙ୍କ ପ୍ରଥମ ଝିଅ[୨] ଏବଂ ଅହମ୍ମଦନଗରର ସୁଲତାନ ବୁରହାନ-ଉଲ-ମୁଲ୍କଙ୍କର ଭଉଣୀ ଥିଲେ । ସେ ଆରବୀ, ପାର୍ସୀ, ତୁର୍କୀ, ମରାଠୀ ଏବଂ କନ୍ନଡ ସହିତ ଅନେକ ଭାଷା ଜାଣିଥିଲେ । ସେ ବୀଣା ବଜାଇବାକୁ ପସନ୍ଦ କରୁଥିଲେ ।
ବିଜାପୁର ସୁଲତାନ
ସମ୍ପାଦନାଚାନ୍ଦ ବିବି ବିଜାପୁରର ଅଲି ଆଦିଲ ଶାହା ପ୍ରଥମଙ୍କୁ ବିବାହ କରିଥିଲେ ।[୩] ତାଙ୍କ ସ୍ୱାମୀ ବିଜାପୁରର ପୂର୍ବ ସୀମା ନିକଟରେ ଏକ କୂଅ (ବାମ୍ଫୀ)ର ନିର୍ମାଣ କରିଥିଲେ ଏବଂ ତାଙ୍କ ନାମରେ ବାମ୍ଫୀର ନାମ "ଚାନ୍ଦ ଷ୍ଟେପୱେଲ" (ଚାନ୍ଦ ବାମ୍ଫୀ) ରଖାଯାଇଥିଲା ।[୪]
ଅଲି ଆଦିଲ ଶାହାଙ୍କ ପିତା ଇବ୍ରାହିମ ଆଦିଲ ଶାହା ପ୍ରଥମ, ସୁନ୍ନି, ଶିଆ ଏବଂ ଡେକାନ ମଧ୍ୟରେ ବିଭାଜନ କରିଦେଇଥିଲେ । ତଥାପି, ଅଲି ଆଦିଲ ଶାହା ଶିଆମାନଙ୍କ ପକ୍ଷ ନେଇଥିଲେ ।[୫] ୧୫୮୦ ମସିହାରେ ତାଙ୍କ ମୃତ୍ୟୁ ପରେ ଶିଆ ସମ୍ଭ୍ରାନ୍ତମାନେ ତାଙ୍କର ନଅ ବର୍ଷର ଭଣଜା ଇବ୍ରାହିମ ଆଦିଲ ଶାହା ଦ୍ୱିତୀୟଙ୍କୁ ଶାସକ ଭାବରେ ଘୋଷଣା କରିଥିଲେ ।[୬] ଡେକାନ ଜେନେରାଲ କମଲ ଖାନ ରାଜ୍ୟକୁ ନିଜ ଅଧୀନରେ ରଖି ଏହାର ରକ୍ଷକ ହୋଇଗଲେ । କମଲ ଖାନ ଚାନ୍ଦ ବିବିଙ୍କୁ ଅସମ୍ମାନ କରିଥିଲେ ଯେଉଁଥିରୁ ଜଣାପଡୁଥିଲା ଯେ, ସିଂହାସନ ଅଧିକାର କରିବାକୁ କମଲ ଖାନଙ୍କର ଅଭିଳାଷ ରହିଛି । ଚାନ୍ଦ ବିବି ଅନ୍ୟ ଜଣେ ଜେନେରାଲ ହାଜି କିଶ୍ୱର ଖାନଙ୍କ ସହାୟତାରେ କମଲ ଖାନଙ୍କ ବିରୋଧରେ ଆକ୍ରମଣ ଯୋଜନା କରିଥିଲେ । ପରେ କମଲ ଖାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା ।
କିଶ୍ୱର ଖାନ ଇବ୍ରାହିମର ଦ୍ୱିତୀୟ ପରାମର୍ଶଦାତା ହୋଇଗଲେ । ଅହମ୍ମଦନଗର ବିରୁଦ୍ଧରେ ହୋଇଥିବା ଯୁଦ୍ଧରେ ତାଙ୍କ ନେତୃତ୍ୱରେ ବିଜପୁର ସେନା ଶତ୍ରୁ ସୈନ୍ୟବାହିନୀର ସମସ୍ତ ତୋପଖାନା ଏବଂ ହାତୀମାନଙ୍କୁ କାବୁ କରିଥିଲେ । ଏହି ବିଜୟ ପରେ କିଶ୍ୱର ଖାନ ଅନ୍ୟ ବିଜାପୁର ଜେନେରାଲମାନଙ୍କୁ ହସ୍ତଗତ ହୋଇଥିବା ସମସ୍ତ ହାତୀକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚାନ୍ଦ ବିବି ବାଙ୍କାପୁରର ଜେନେରାଲ ମୁସ୍ତଫା ଖାନଙ୍କ ସହାୟତାରେ କିଶ୍ୱର ଖାନଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । କିଶ୍ୱର ଖାନଙ୍କ ଗୁପ୍ତଚରମାନେ ତାଙ୍କୁ ଏହି ଷଡଯନ୍ତ୍ର ବିଷୟରେ କହିଦେଇଥିଲେ । କିଶ୍ୱର ଖାନ ନିଜର ସୈନ୍ୟମାନଙ୍କୁ ପଠାଇ ଯୁଦ୍ଧରେ ମୁସ୍ତଫା ଖାନଙ୍କୁ ହତ୍ୟା କରିଥିଲେ । ଚାନ୍ଦ ବିବି କିଶ୍ୱର ଖାନଙ୍କୁ ଚ୍ୟାଲେଞ୍ଜ କରିଥିଲେ କିନ୍ତୁ ସେ ତାଙ୍କୁ ସତାରା ଦୁର୍ଗରେ ବନ୍ଦୀ କରି ନିଜକୁ ରାଜା ବୋଲି ଘୋଷଣା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ, କିଶ୍ୱର ଖାନ ବାକି ଜେନେରାଲମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଗଲେ । ଯେତେବେଳେ ଜେନେରାଲ ଇଖଲାସ ଖାନଙ୍କ ନେତୃତ୍ୱରେ ମିଳିତ ସେନା ବିଜାପୁର ଉପରେ ଆକ୍ରମଣ କଲେ ସେତେବେଳେ ସେ ପଳାଇବାକୁ ବାଧ୍ୟ ହୋଇଥିଲେ । ଏହି ସୈନ୍ୟବାହିନୀମାନଙ୍କ ମଧ୍ୟରେ ତିନିଜଣ ସମ୍ଭ୍ରାନ୍ତ, ଇଖଲାସ ଖାନ, ହମିଦ ଖାନ ଏବଂ ଦିଲୱାର ଖାନ ଥିଲେ । ପରେ କିଶ୍ୱର ଖାନଙ୍କୁ ମୁସ୍ତାଫା ଖାନଙ୍କ ସମ୍ପର୍କୀୟ ହତ୍ୟା କରିଥିଲେ । ଏହା ପରେ ଚାନ୍ଦ ବିବି ଅଳ୍ପ ସମୟ ପାଇଁ ଜଣେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ ।
ଏହା ପରେ ଇଖଲାସ ଖାନ ପରାମର୍ଶଦାତା ହୋଇଥିଲେ କିନ୍ତୁ ତାଙ୍କୁ ଶୀଘ୍ର ଚାନ୍ଦ ବିବି ବରଖାସ୍ତ କରିଥିଲେ । ପରେ ସେ ପୁନର୍ବାର ଏକଛତ୍ରବାଦୀ ଶାସନ ଆରମ୍ଭ କରିଥିଲେ । ବିଜାପୁରର ପରିସ୍ଥିତିର ସୁଯୋଗ ନେଇ ଅହମ୍ମଦନଗରର ନିଜାମ ଶାହି ସୁଲତାନ ଏବଂ ଗୋଲକୋଣ୍ଡାର କୁଟବ ଶାହି ବିଜାପୁର ଉପରେ ଆକ୍ରମଣ କରିଥିଲେ । ମିଳିତ ଆକ୍ରମଣର ମୁକାବିଲା ପାଇଁ ବିଜାପୁରରେ ଥିବା ସୈନ୍ୟବାହିନୀମାନେ ଯଥେଷ୍ଟ ନଥିଲେ । ପରେ ଚାନ୍ଦ ବିବିଙ୍କଦ୍ୱାରା ନିଯୁକ୍ତ ଶିଆ ଜେନେରାଲ ଅବୁ-ଉଲ-ହାସନ ମରାଠୀ ସେନାମାନଙ୍କୁ କର୍ଣ୍ଣାଟକକୁ ଡକାଇଥିଲେ । ମରାଠୀମାନେ ଆକ୍ରମଣକାରୀଙ୍କ ଉପରେ ଆକ୍ରମଣ କରିଥିଲେ, ଯାହାଦ୍ୱାରା ଅହମ୍ମଦନଗର-ଗୋଲକୋଣ୍ଡା ମିଳିତ ବାହିନୀ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ।
ତା’ପରେ ବିଜାପୁର ଉପରେ ନିୟନ୍ତ୍ରଣ ପାଇବା ପାଇଁ ଇଖଲାସ ଖାନ ଦିଲୱାର ଖାନଙ୍କ ଉପରେ ଆକ୍ରମଣ କରିଥିଲେ । ସେ ପରାସ୍ତ ହୋଇଗଲେ ଏବଂ ଦିଲୱାର ଖାନ ୧୫୮୨ରୁ ୧୫୯୧ ପର୍ଯ୍ୟନ୍ତ ରାଜପ୍ରତିନିଧି ହୋଇଗଲେ । ପରେ ଯେତେବେଳେ ବିଜାପୁର ରାଜ୍ୟରେ ଶାନ୍ତି ପୁନଃ ସ୍ଥାପିତ ହେଲା, ସେତେବେଳେ ଚାନ୍ଦ ବିବି ଅହମ୍ମଦନଗରକୁ ଫେରିଗଲେ ।
ଅହମ୍ମଦନଗର ସୁଲତାନ
ସମ୍ପାଦନା୧୫୯୫ ମସିହାରେ, ଅହମ୍ମଦନଗରଠାରୁ ୪୦ କିଲୋମିଟର ଦୂରରେ ବିଜାପୁରର ଶାସକ ଇବ୍ରାହିମ ଶାହାଙ୍କୁ ହତ୍ୟା କରାଯାଇଥିଲା ।[୭] ତାଙ୍କ ମୃତ୍ୟୁ ପରେ ଅଧିକାଂଶ ସମ୍ଭ୍ରାନ୍ତମାନେ ଅନୁଭବ କଲେ ଯେ ତାଙ୍କ ଶିଶୁପୁତ୍ର ବାହାଦୂର ଶାହାଙ୍କୁ ଚାନ୍ଦ ବିବିଙ୍କ ଅଧୀନରେ ରାଜା ଭାବରେ ଘୋଷିତ କରାଯିବା ଉଚିତ ।[୮]
ଡେକାନ ମନ୍ତ୍ରୀ ମିୟାଁ ମଞ୍ଜୁ ୬ ଅଗଷ୍ଟ ୧୫୯୪ ମସିହାରେ ଶାହା ତାହିରଙ୍କ ବାର ବର୍ଷର ପୁଅ ଅହମ୍ମଦ ଶାହା ଦ୍ୱିତୀୟଙ୍କୁ ରାଜା ଭାବରେ ଘୋଷଣା କରିଥିଲେ । ସେ ମୋଗଲମାନଙ୍କୁ ନିମନ୍ତ୍ରଣ କରିବାରେ ଦୁଖଃ ପ୍ରକାଶ କରି ସୁରକ୍ଷା ଗ୍ରହଣ ନିମନ୍ତେ ଚାନ୍ଦ ବିବିଙ୍କୁ ଅନୁରୋଧ କରିଥିଲେ ଏବଂ ଅହମ୍ମଦ ଶାହ ଦ୍ୱିତୀୟଙ୍କ ସହ ଅହମ୍ମଦନଗରରୁ ବାହାରିଥିଲେ ।
ଚାନ୍ଦ ବିବି ଏହି ପ୍ରତିନିଧିତ୍ୱକୁ ଗ୍ରହଣ କରି ବାହାଦୂର ଶାହାଙ୍କୁ ଅହମ୍ମଦନଗରର ରାଜ ବୋଲି ଘୋଷଣା କରିଥିଲେ ।
ଅହମ୍ମଦନଗରର ରକ୍ଷା
ସମ୍ପାଦନାନଭେମ୍ବର ୧୫୯୫ ମସିହାରେ, ମୋଗଲମାନେ ଅହମ୍ମଦନଗର ଉପରେ ଆକ୍ରମଣ କରଥିଲେ । ଚାନ୍ଦ ବିବି ଅହମ୍ମଦନଗରରେ ନେତୃତ୍ୱ ନେଇଥିଲେ ଏବଂ ଅହମ୍ମଦନଗର ଦୁର୍ଗକୁ ସଫଳତାର ସହ ରକ୍ଷା କରିଥିଲେ । [୯]
ଚାନ୍ଦ ବିବି ବିଜାପୁରର ଇବ୍ରାହିମ ଆଦିଲ ଶାହା ଦ୍ୱିତୀୟ ଏବଂ ଗୋଲକୋଣ୍ଡାର ମହମ୍ମଦ କୁଲି କୁତୁବ ଶାହାଙ୍କୁ ମୋଗଲ ସୈନ୍ୟ ବିରୁଦ୍ଧରେ ଲଢ଼ିବାକୁ ନିବେଦନ କରିଥିଲେ ।[୧୦] ଇବ୍ରାହିମ ଆଦିଲ ଶାହା ଦ୍ୱିତୀୟ ସୋହିଲ ଖାନଙ୍କ ଅଧୀନରୁ ୨୫,୦୦୦ ସୈନ୍ୟ ପଠାଇଥିଲେ, ଯେଉଁଥିରେ ୟେଖଲାସ ଖାନଙ୍କ ଅବଶିଷ୍ଟ ସୈନ୍ୟମାନେ ଯୋଗ ଦେଇଥିଲେ । ପରେ ସେମାନଙ୍କ ସହିତ ଗୋଲକୋଣ୍ଡାର ୬,୦୦୦ ପୁରୁଷମାନଙ୍କବେକ ଦଳ ଯୋଗ ଦେଇଥିଲେ ।
ଚାନ୍ଦ ବିବି ମହମ୍ମଦ ଖାନଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ କିନ୍ତୁ ସେ ତାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ । ଖାନ ଖନନଙ୍କ ପ୍ରସ୍ତାବ ଅନୁଯାୟୀ ସେ ସମଗ୍ର ସୁଲତାନକୁ ମୋଗଲମାନଙ୍କୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ । ବିଜାପୁରରୁ ଫେରୁଥିବା ସୋହିଲ ଖାନଙ୍କୁ ଖାନ ଖନନଙ୍କ ମୋଗଲ ସୈନ୍ୟମାନଙ୍କ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଖାନ ଖନନ ଏବଂ ମିର୍ଜା ଶାହରୁଖଙ୍କ ନେତୃତ୍ୱରେ ମୋଗଲ ସୈନ୍ୟମାନେ ଗୋଦାବରୀ ନଦୀ କୂଳରେ ବିଜାପୁର, ଅହମ୍ମଦନଗର ଏବଂ ଗୋଲକୋଣ୍ଡାର ମିଳିତ ବାହିନୀର ସମ୍ମୁଖୀନ ହୋଇଥିଲେ । ୧୫୯୭ ମସିହାର ଫେବୃଆରୀ ୦୮-୦୯ରେ ହୋଇଥିବା ଏକ ସଂଘର୍ଷପୂର୍ଣ୍ଣ ଯୁଦ୍ଧରେ ମୋଗଲମାନେ ଜିତିଥିଲେ ।
ନିଜର ବିଜୟ ସତ୍ତ୍ୱେ ମୋଗଲ ସେନା ଆକ୍ରମଣ ଜାରି ରଖିବା ପାଇଁ ଅତ୍ୟଧିକ ଦୁର୍ବଳ ହୋଇ ସହପୁରକୁ ଫେରି ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସେନାପତି ରାଜା ଅଲି ଖାନ ଯୁଦ୍ଧରେ ନିହତ ହୋଇଥିଲେ ଏବଂ ଅନ୍ୟ ସେନାପତିମାନଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା । ଏହି ବିବାଦ ଯୋଗୁଁ ଖାନ ଖନନଙ୍କୁ ୧୫୯୭ ମସିହାରେ ଆକବର ସ୍ମରଣ କରିଥିଲେ । କିଛି ସମୟ ପରେ ରାଜକୁମାର ମୁରାଦଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆକବର ତାଙ୍କ ପୁଅ ଦନିୟାଲ ଏବଂ ଖାନ ଖନନଙ୍କୁ ନୂତନ ସୈନିକମାନଙ୍କ ସହିତ ପଠାଇଥିଲେ । ଆକବର ନିଜେ ସେମାନଙ୍କୁ ଅନୁସରଣ କରି ବରହାନପୁରରେ ଶିବିର ଲଗେଇଥିଲେ । ପରେ ଦନିୟାଲ ନିଜ ସୈନ୍ୟମାନଙ୍କ ସହିତ ଅହମ୍ମଦନଗର ଦୁର୍ଗରେ ପହଞ୍ଚିଥିଲେ ।
ଚାନ୍ଦ ବିବି ପୁନର୍ବାର ସାହସର ସହିତ ଦୁର୍ଗକୁ ରକ୍ଷା କରିଥିଲେ । ତଥାପି, ସେ ପ୍ରଭାବଶାଳୀ ପ୍ରତିରୋଧ କରିପାରି ନଥିଲେ ଏବଂ ଦନିୟାଲଙ୍କ ସହ ସେମାନଙ୍କ ସର୍ତ୍ତାବଳୀକୁ ବୁଝାମଣା କରିବାପାଇଁ ନିଷ୍ପତ୍ତି ନେଇଥିଲେ ।
ହମିଦ ଖାନ, ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଯିଏକି କ୍ରୋଧିତ ହୋଇ ଚାନ୍ଦ ବିବି ମୋଗଲମାନଙ୍କ ସହିତ ଏକ ଚୁକ୍ତି କରିଥିବା ଖବର ଚାରିଆଡେ ପ୍ରଚାର କରିଥିଲେ । ଅନ୍ୟ ଏକ ସଂସ୍କରଣ ଅନୁଯାୟୀ, ଚାନ୍ଦ ବିବିଙ୍କ ଜଣେ କିନ୍ନର ସେବକ ଜୀତା ଖାନ ଭାବିଥିଲେ ଯେ ମୋଗଲମାନଙ୍କ ସହ ଆଲୋଚନା କରିବାର ନିଷ୍ପତ୍ତି ଏକ ବିଶ୍ୱାସଘାତକତା ଅଟେ ଏବଂ ଚାନ୍ଦ ବିବି ଜଣେ ଦେଶଦ୍ରୋହୀ ବୋଲି ଖବର ପ୍ରଚାର କରିଥିଲେ ।[୧୧] ଏହା ପରେ ଚାନ୍ଦ ବିବିଙ୍କୁ ନିଜ ସୈନ୍ୟବାହିନୀର ବିଶୃଙ୍ଖଳିତ ଜନତା ହତ୍ୟା କରିଥିଲେ ।
ତାଙ୍କ ମୃତ୍ୟୁର ଚାରି ମାସ ଓ ଚାରି ଦିନର ଅବରୋଧ ପରେ ଅହମ୍ମଦନଗର ଦନିୟାଲ ଏବଂ ମିର୍ଜା ୟୁସୁଫ ଖାନଙ୍କ ମୋଗଲ ସୈନ୍ୟମାନଙ୍କଦ୍ୱାରା ଅବରୋଧ କରାଯାଇଥିଲା ।
ଆଧାର
ସମ୍ପାଦନା- ↑ "Women In Power: 1570-1600". Archived from the original on 19 ଡିସେମ୍ବର 2006. Retrieved 2006-12-24.
- ↑ "The Adil Shahi Dynasty of Bijapur". Archived from the original on 8 ମଇ 2006. Retrieved 2006-12-24.
- ↑ Sewell, Robert (2006). A Forgotten Empire: Vijayanagar; A Contribution to the History of India. Archived from the original on 24 ସେପ୍ଟେମ୍ବର 2009. Retrieved 8 ଜାନୁଆରୀ 2011.
- ↑ "Reviving an ancient tank". ଦି ହିନ୍ଦୁ. 2005-10-10. Archived from the original on 24 ଅକ୍ଟୋବର 2012. Retrieved 2006-12-24.
- ↑ Dr. Richard Pankhurst. "Great Habshis in Ethiopian/Indian history: History of the Ethiopian Diaspora, in India - Part IV". Archived from the original on 25 ଏପ୍ରିଲ 2011. Retrieved 2006-12-24.
{{cite web}}
: Check date values in:|archive-date=
(help) - ↑ Ravi Rikhye (2005-03-07). "The Wars & Campaigns of Ibrahim Adil Shahi II of Bijapur 1576-1626". Archived from the original on 20 ଅକ୍ଟୋବର 2006. Retrieved 2006-12-24.
- ↑ "Medieval Period". The Gazetteers Department, Government of Maharashtra. Archived from the original on 15 ମଇ 2011. Retrieved 2006-12-24.
- ↑ "The History of Ahmednagar". Archived from the original on 9 ମଇ 2007. Retrieved 2006-12-24.
- ↑ "Akbar conquers Ahmednagar". Archived from the original on 23 ନଭେମ୍ବର 2010. Retrieved 2006-12-24.
- ↑ Michell, George; Mark Zebrowski. Architecture and Art of the Deccan Sultanates. ISBN 0521563216. ISBN 978-0-521-56321-5. Archived from the original on 16 ଡିସେମ୍ବର 2018. Retrieved 8 ଜାନୁଆରୀ 2011.
- ↑ Altaf Hussain Asad (2005-01-02). "A woman of substance". Dawn Magazine. Archived from the original on 7 ଅକ୍ଟୋବର 2008. Retrieved 2007-06-18.