ଚନ୍ଦ୍ରସ୍ୱାମୀ ଜଣେ ଜ୍ୟୋତିଷ, ତାନ୍ତ୍ରିକ ତଥା ଜଣେ ଆତ୍ମଘୋଷିତ ‘ଗଡ଼ମ୍ୟାନ’ ।

ଚନ୍ଦ୍ରାସ୍ୱାମୀ ରାଜସ୍ଥାନର ଅଲୱାରରେ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ମୂଳ ନାଁ ଥିଲା ନେମି ଚାନ୍ଦ । ପିଲାବେଳେ ସେ ଘରଛାଡ଼ି ଚାଲିଯିବା ପରେ ବିହାର - ନେପାଳ ସୀମାରେ ତନ୍ତ୍ର ସାଧନା କରି ସିଦ୍ଧି ଅର୍ଜନ କରିଥିଲେ । ମା’ କାଳୀଙ୍କ ଭକ୍ତ ଥାଇ ସେ ନିଜକୁ ଚନ୍ଦ୍ରାସ୍ୱାମୀ ନାମରେ ପ୍ରସିଦ୍ଧ କରିପାରିଥିଲେ । ୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କର ସେ ଥିଲେ ଅତି ନିକଟତମ ।[୨] ରାଓଙ୍କ ଆଧ୍ୟାତ୍ମିକ ଗୁରୁ ଥିଲେ । ସେହି ସମୟରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ୧୯୯୧ ମସିହାରେ ଦିଲ୍ଲୀଠାରେ ଏକ ଆଶ୍ରମ ତୋଳାଇଥିଲେ । ସେହି ଜମିକୁ ଇନ୍ଦିରା ଗାନ୍ଧୀ ତାଙ୍କୁ ପ୍ରଦାନ କରିଥିଲେ ।[୩] ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ମାର୍ଗରେଟ ଥାଚର ତାଙ୍କର ଜଣେ ଅନୁଗାମୀ ଥିଲେ । ୧୯୭୫ରେ ଥାଚରଙ୍କ ସହ ମିଶିବା ପରେ ଆଗାମୀ ତିନି ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବାର ଭବିଷ୍ୟବାଣୀ କରିଥିଲେ ଯାହା ପରେ ସତ୍ୟରେ ପରିଣତ ହୋଇଥିଲା ।

ବିବାଦୀୟ ସମ୍ପାଦନା

ଭାରତରେ ଗଣେଶ ମୂର୍ତ୍ତି କ୍ଷୀର ପିଉଥିବାର ଭ୍ରମ ଖେଳାଇ ଚର୍ଚ୍ଚିତ ହୋଇଥିଲେ । ଜୈନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଚନ୍ଦ୍ରାସ୍ୱାମୀ ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ସହଯୋଗ କରିଥିଲେ, ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ସହ ସମ୍ପର୍କ ଆଦି ମାମଲାରେ ଛନ୍ଦି ହୋଇପଡ଼ିଥିଲେ । ତାଙ୍କଦ୍ୱାରା ଲଣ୍ଡନର ଜଣେ ବ୍ୟବସାୟୀ ଏକ ଲକ୍ଷ ଟଙ୍କାର ଠକାମୀରେ ଶିକାର ହୋଇଥିଲେ । ଏଥିପାଇଁ ସେ ଜେଲଯାଇଥିଲେ । ବିଦେଶୀ ମୁଦ୍ରା ଉଲଂଘନ (ଫେମା)ର ଅନେକ ମାମଲା ତାଙ୍କ ବିରୁଦ୍ଧରେ ଚାଲିଥିଲା ।[୪] ଆୟକର ବିଭାଗ ତାଙ୍କ ଆଶ୍ରମରେ ଚଢ଼ାଉ କରି ୧୧ଅୟୁତ ଡଲାର ମୂଲ୍ୟର ଅରିଜିନାଲ ପେମେଣ୍ଟ ଡ୍ରାଫ୍ଟ ଜବତ କରିଥିଲେ । ୨୦୦୯ ମସିହାରେ ତାଙ୍କ ଉପରୁ ନିଷେଧାଜ୍ଞା ଉଠିଥିଲା ଏବଂ ସେ ବିଦେଶ ଭ୍ରମଣ କରିବାକୁ ଅନୁମତି ପାଇଥିଲେ । ଜୁନ ୨୦୧୧ରେ ଫେରା (FERA) ଉଲଙ୍ଘନ କରିଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ ।[୫] ଚନ୍ଦ୍ରାସ୍ୱାମୀଙ୍କୁ ୨୩ ମେ ୨୦୧୭ରେ ୬୬ ବର୍ଷ ବୟସ ହୋଇଥିବା ବେଳେ ଦେହାନ୍ତ ହୋଇଥିଲା । ବୃକକ (କିଡନି) ଜନିତ ରୋଗ କାରଣରୁ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । [୬]

ଆଧାର ସମ୍ପାଦନା

  1. https://khabar.ndtv.com/news/india/biography-of-controversial-chandraswami-1697286
  2. https://timesofindia.com/india/controversial-godman-chandraswami-dies/amp_articleshow/58809762.cms[permanent dead link]
  3. https://indianexpress.com/article/india/controversial-godman-chandraswami-dead-4669939/lite/
  4. https://khabar.ndtv.com/news/india/tantrik-chandraswami-dead-1697274/amp/1%3fakamai-rum=off
  5. https://business-standard.com/article-amp/current-affairs/controversial-godman-chandraswami-dies-at-age-of-66-117052301266_1.html
  6. https://thehindu.com/news/national/godman-chandraswami-passes-away/article18530934.ece/amp/