ଚଉଷଠି ଯୋଗିନୀ
ଚଉଷଠି ଯୋଗିନୀ ଦେବୀ କାଳୀଙ୍କର ସହଚରୀ ଭାବରେ ପୂଜା ପାଇଥାନ୍ତି । ଚଉଷଠି ଯୋଗିନୀ ଓ ନବକୋଟୀ କାନ୍ତନୀ (କାତ୍ୟାୟନୀ) ଦେବୀ କାଳୀଙ୍କର ସହଚରୀ ବୋଲି ଲୋକବିଶ୍ୱାସ । ଏହିମାନେ ଭିନ୍ନ ଭିନ୍ନ ସ୍ଥାନରେ ଗ୍ରାମଦେବତୀ ରୂପେ ପୂଜା ପାଉ ଅଛନ୍ତି । ବେଳେ ବେଳେ ମନରେ ପ୍ରଶ୍ନ ଆସେ କାହିଁକି ଚଉଷଠି ଯୋଗିନୀ ପରିବର୍ତ୍ତେ ଅଧିକ କିମ୍ବା କମ୍ ସଂଖ୍ୟାରେ ଯୋଗିନୀ ପୂଜା ହେବାର ବିଧିବିଧାନ ହୋଇନାହିଁ । ଏଥିରୁ ଅନୁମେୟ ଚଉଷଠି ସଂଖ୍ୟାଟି ଏକ ତ‰ଭିତ୍ତିକ ଗୁଣାମିକ ଆଧ୍ୟାମିିକ ସଂଖ୍ୟା, ଯାହାକି ସମ୍ପୂର୍ଣ୍ଣ ଯୋଗ ଓ ତନ୍ତ୍ରଦ୍ୱାରା ପର୍ଯ୍ୟବସିତ । ତେଣୁ ବହୁ ବିଦ୍ୱାନ ପଣ୍ଡିତମଣ୍ଡଳୀ ବିଭିନ୍ନ ଶାସ୍ତ୍ରରେ ଏହାର ଗୁରୁତ୍ୱ ଓ ମହତ୍ୱ ପ୍ରତିପାଦନ କରିଛନ୍ତି । (୧)-ଚଉଷଠି କଳାର ପ୍ରତୀକ ରୂପେ ଚଉଷଠି ଯୋଗିନୀ ଅବସ୍ଥାପିତ । (୨)-ସେହିପରି ଚଉଷଠି ଭୋଗର ପ୍ରତୀକ । (୩)-ଚଉଷଠି ଗାୟତ୍ରୀର ପ୍ରତୀକ । (୪)-ଚଉଷଠି କାମ ଶାସ୍ତ୍ରର ପ୍ରତୀକ । (୫)-ଚଉଷଠି ସିଦ୍ଧି ମହାପୁରୁଷର ପ୍ରତୀକ ଇତ୍ୟାଦି ଚଉଷଠି ସଂଖ୍ୟାର ପ୍ରତୀକ ରୂପେ ଗୃହୀତ । ଯୋଗସ୍ଥା ନାରୀ ହିଁ ଯୋଗିନୀ ରୂପେ ପରିଚିତା । ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ଚଉଷଠି ସଂଖ୍ୟାର ପବିତ୍ରତାର ପଟାନ୍ତର ନାହିଁ । ଚଉଷଠି ଯୋଗିନୀ ଉପାସନା କରିବାଦ୍ୱାରା ଭକ୍ତମାନଙ୍କର ଅଶେଷ ଉପକାର ସାଧିତ ହୋଇଥାଏ । କୁହାଯାଏ ଚଉଷଠି ଯୋଗିନୀଙ୍କ ନାମ ଜପ କଲେ ଶରୀରରୁ ସର୍ବବ୍ୟାଧି ଦୂର ହୋଇଥାଏ । ଶିଶୁମାନଙ୍କର ରୋଗ ନାଶ ହୋଇଥାଏ । ଗର୍ଭବତୀ ନାରୀଙ୍କର ଗର୍ଭ ସମୟର ବେଦନା ଦୂର ହୋଇଥାଏ । ସର୍ବୋପରି ଭକ୍ତମାନଙ୍କର ମାନସିକ ପୂରଣ ହୋଇଥାଏ ।
ଆଧ୍ୟାତ୍ମିକ ବିଶ୍ୱାସ
ସମ୍ପାଦନାଚଉଷଠି ୟୋଗିନୀ ପୀଠ ରାଣିପୁର ଝରିଆଲଠାରେ ଅଛି । ଏହା ସିନ୍ଧେକେଲାଠାରୁ ମାତ୍ର ୭ କି.ମି. ଦୂରରେ ଅବସ୍ଥିତ ।
ଚଉଷଠି ଯୋଗିନୀଙ୍କ ନାମ
ସମ୍ପାଦନାକାଳିକା ପୁରାଣ ମତେ ଚଉଷଠି ଯୋଗିନୀ ହେଲେ:
- ନାରାୟଣୀ
- ଗୌରୀ
- ଶାକମ୍ବରୀ
- ଭୀମା
- ରକ୍ତଦନ୍ତିକା
- ଭ୍ରାମରୀ
- ପାର୍ବତୀ
- ଦୁର୍ଗା
- କାତ୍ୟାୟନୀ
- ମହାଦେବୀ
- ଚଣ୍ଡଘଣ୍ଟା
- ମହାବିଦ୍ୟା
- ମହାତପା
- ସାବିତ୍ରୀ
- ବ୍ରହ୍ମବାଦିନୀ
- ଭଦ୍ରକାଳୀ
- ବିଶାଳାକ୍ଷୀ
- କୃଷ୍ଣପିଙ୍ଗଳା
- ରୁଦ୍ରାଣୀ
- ଅଗ୍ନୀଜ୍ୱାଳା
- ରୌଦ୍ରମୁଖୀ
- କାଳରାତ୍ରୀ
- ତପସ୍ୱିନୀ
- ମେଘସ୍କନା
- ସହସ୍ରାକ୍ଷୀ
- ବିଷ୍ଣୁମାୟା
- ଜଳୋଦରୀ
- ମହୋଦରୀ
- ମୁକ୍ତକେଶୀ
- ଘୋରରୂପା
- ମହାବଳା
- ଶ୍ରୁତି
- ସ୍ମୃତି
- ଧୃତି
- ତୁଷ୍ଟି
- ପୁଷ୍ଟି
- ମେଧା
- ବିଦ୍ୟା
- ଲକ୍ଷ୍ମୀ
- ସରସ୍ୱତୀ
- ଅପର୍ଣ୍ଣା
- ଅମ୍ବିକା
- ଯୋଗିନୀ
- ଡାକିନୀ
- ଶାକିନୀ
- ହାକିନୀ
- ଲାକିନୀ
- ତ୍ରିଦଶେଶ୍ୱରୀ
- ମହାଷଷ୍ଠୀ
- ସର୍ବମଙ୍ଗଳା
- ଲଜ୍ଜା
- କୌଶିକୀ
- ବ୍ରହ୍ମାଣୀ
- ମାହେଶ୍ୱରୀ
- କୌମାରୀ
- ବୈଷ୍ଣବୀ
- ଐନ୍ଦ୍ରୀ
- ନାରସିଂହୀ
- ବାରାହୀ
- ଚାମୁଣ୍ଡା
- ଶିବଦୂତୀ
- ବିଷ୍ଣୁଦୂତୀ
- ଚଣ୍ଡିକା
- ମାତୃକା
ପୂଜନସ୍ଥଳୀ
ସମ୍ପାଦନାଭୁବନେଶ୍ୱର ନିକଟରେ ଥିବା ହୀରାପୁରଠାରେ ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର-ଝରିଆଲଠାରେ ଚଉଷଠି ଯୋଗିନୀ ମନ୍ଦିର ରହିଛି । ଏହା ଓଡ଼ିଶାରେ ତନ୍ତ୍ର ସାଧନାର ପ୍ରମାଣ ଦେଇଥାଏ । ଭଦ୍ରକଠାରେ ଭଦ୍ରକାଳୀ ମନ୍ଦିର ଓଡ଼ିଶାର ଏକ ପବିତ୍ର ଓ ଜଣାଶୁଣା ଠାକୁରାଣୀ ମନ୍ଦିର । ଓଡ଼ିଶାର ଅନେକ ଜାଗାରେ ଠାକୁରାଣୀ ମନ୍ଦିରମାନ ରହିଛି । ସର୍ବଭାରତୀୟ ସ୍ତରରେ ଏହି ପୀଠ ଚାରୋଟି ସ୍ଥାନରେ ଥିବାବେଳେ, ସେଥିମଧ୍ୟରୁ ଓଡ଼ିଶାରେ ଦୁଇଟି ସ୍ଥାନରେ ଅଛି । ସେହି ପୀଠ ଦୁଇଟି ହେଲା ଅବିଭକ୍ତ ପୁରୀ ଜିଲ୍ଲାର ତଥା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ହୀରାପୁର ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ ।[୧] ଅନ୍ୟ ଦୁଇଟି ପୀଠ ମଧ୍ୟପ୍ରଦେଶର ଖଜୁରାହୋ ଓ ଭେରାଘାଟ । ଭାରତରେ ଥିବା ଏହି ଚାରୋଟି ଯୋଗିନୀ ପୀଠ ତଥା ତନ୍ତ୍ରପୀଠ ମଧ୍ୟରେ ହୀରାପୁରର ଚଉଷଠି ଯୋଗିନୀ ପୀଠ ପ୍ରାଚୀନ । ତେଣୁ ଏହି ପୀଠର ଗୁରୁତ୍ୱ ଓ ମହତ୍ୱ ସର୍ବବ୍ୟାପୀ ।
ବେଦ, ବେଦାନ୍ତ, ଉପନିଷଦ, ମହାଭାରତ, ରାମାୟଣ ଓ ବିଭିନ୍ନ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ଓଡ଼ିଶାରେ ଶାକ୍ତଧର୍ମ ପ୍ରସାର ଓ ପ୍ରଚାର ଅତି ପ୍ରାଚୀନ । ବିଭିନ୍ନ ଯୁଗରେ ଶକ୍ତିମାନେ ଆବିର୍ଭାବ ହୋଇ ମହାପ୍ରତାପୀ ଦାନବମାନଙ୍କୁ ନିହତ କରି ଧରାପୃଷ୍ଠରେ ସାଧୁସନ୍ଥ ଜନସମାଜ ମଧ୍ୟରେ ଶାନ୍ତି ପ୍ରଦାନ କରିଛନ୍ତି । କିନ୍ତୁ ତନ୍ତ୍ର ସଂସ୍କୃତି ତଥା ଯୋଗିନୀମାନଙ୍କର ଅଭ୍ୟୁଦୟର ଆଜି ପର୍ଯ୍ୟନ୍ତ ଜଣା ନଥିଲେ ମଧ୍ୟ ବେଦ ସଂସ୍କୃତି ପୂର୍ବରୁ ସୃଷ୍ଟି ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି । କେହି କେହି ଏହି ଉପାସନା ହରପ୍ପା ମହେଞ୍ଜୋଦାରୋ ସଭ୍ୟତାରୁ ଅଭ୍ୟୁଦୟ ବୋଲି କହିଥିଲେ ମଧ୍ୟ ଓଡ଼ିଶା ହେଉଛି ଏହାର ଆଦିପୀଠ । କେଉଁ ଆବହମାନ କାଳରୁ ଓଡ଼ିଶାର କୋଣ ଅଣୁକୋଣରେ ଶକ୍ତିମାନଙ୍କର ଉପାସନା ପ୍ରସିଦ୍ଧି ଲାଭ କରିଛି । ଏପରିକି ଗ୍ରାମଗୁଡିକରେ ଗ୍ରାମଦେବୀ ଓ ପ୍ରତ୍ୟେକ ପରିବାରରେ ଗୃହଦେବୀ ରୂପେ ପୂଜା ପାଇବାର ବିଧିବିଧାନ ଆଜି ମଧ୍ୟ ଦେଖିବାକୁ ମିଳେ । କାକଟପୁରର ମା' ମଙ୍ଗଳା, ଝଙ୍କଡର ମା' ସାରଳା, ଯାଜପୁରର ମା' ବିରଜା, ବାଙ୍କୀର ମା' ଚର୍ଚ୍ଚିକା ପୂଜା ପାଉଛନ୍ତି । କିନ୍ତୁ ଚଉଷଠି ଯୋଗିନୀମାନଙ୍କର ଉପାସନା ଓଡ଼ିଶା କାହିଁକି ପବିତ୍ର ଭାରତ ଭୂମିରେ ସମସ୍ତ ଦେବୀମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଅଛି । କାରଣ ଏହାର ସଂସ୍କୃତି ଯୋଗ ଓ ତନ୍ତ୍ରଦ୍ୱାରା ଆଧାରିତ ।
ଆଧାର
ସମ୍ପାଦନା- ↑ "ଚଉଷଠି ଯୋଗିନୀ". 13 October 2015. Retrieved 13 October 2015.