ଚୈତ୍ର ମଙ୍ଗଳବାର ଓଷା
ଚୈତ୍ର ମଙ୍ଗଳବାର ଓଷା ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୁଏ ।[୧] କିମ୍ବଦନ୍ତୀ ଅନୁସାରେ ଚଇତି ହାଡ଼ିଆଣୀ ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଏ I ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ମଙ୍ଗଳାଙ୍କୁ ପୂଜା କରେ । ଦିନେ ରାଜନବର ଓଳାଇବାକୁ ଯାଇଥିଲା । ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ବୋଲି ଚଇତି ହାଡ଼ିଆଣି ଆଶଙ୍କା କରିଛି, କାରଣ ରାଜା ହେଉଛନ୍ତି ଅପୁତ୍ରିକ I ଆଉ ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲା । ଫଳରେ ରାଜା ଭୀଷଣ ରାଗିଗଲେ ଆଉ ଚଇତି ହାଡ଼ିଆଣିର ସାତପୁଅକୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ । ପୁତ୍ରମାନଙ୍କୁ ହରାଇ ଥିଲେ ମଧ୍ୟ ଦୁଃଖରେ ଭାଙ୍ଗି ନପଡ଼ି ଚଇତି ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକଲା । ଦୁବ ପ୍ରସାଦ ନେଇ ମା ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ ଗଣ୍ଡରେ ପକାଇଲା । ମା’ଙ୍କ କୃପାରୁ ସବୁପୁଅ ବଞ୍ଚିଉଠିଲେ, କିଏ ଘୁମୁରା ବଜାଇଲା ତ ଆଉକିଏ ଢୋଲ ବଜାଇଲା । ରାଜାଙ୍କୁ ଚଇତି ହାଡ଼ିଆଣୀ ଅନେକଥର ଆଣ୍ଠୁକୁଡ଼ା କହିଛି । ରାଜା କ୍ରୋଧିତ ହୋଇ ତାର ପୁଅମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ପ୍ରତିଥର ଚଇତି ହାଡ଼ିଆଣି ଦୁବ ପ୍ରସାଦ ଛିଞ୍ଚି ସେମାନଙ୍କୁ ବଞ୍ଚାଇଛି । ଶେଷରେ ରାଜା ଚଇତି ହାଡ଼ିଆଣୀ ଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି । ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି I[୨]
ଚୈତ୍ର ମଙ୍ଗଳବାର ଓଷା | |
---|---|
ଅନ୍ୟ ନାମ | ଚଇତି ମଙ୍ଗଳବାର ଓଷା |
ପର୍ବ ପାଳନ | ୪/୫ଟି ମଙ୍ଗଳବାର |
ତାରିଖ | ଚୈତ୍ର ମଙ୍ଗଳବାର |
୨୦୨୧ ତାରିଖ | |
ସମ୍ପର୍କିତ | ମଙ୍ଗଳାଙ୍କ ପୂଜା |
ଆଧାରସମ୍ପାଦନ କରନ୍ତୁ
- ↑ "Chaiti Mangalbara Osha". HinduPad. Retrieved 17 March 2015.
- ↑ S. Gajrani (2004). History, Religion and Culture of India. Gyan Publishing House. pp. 194–. ISBN 978-81-8205-063-1.