ମଙ୍ଗଳବାର

ସପ୍ତାହର ଏକ ଦିନ

ମଙ୍ଗଳବାର ହେଉଛି ସପ୍ତାହର ତୃତୀୟ ଦିନ । ଏହା ସୋମବାର ପରେ ଏବଂ ବୁଧବାର ପୂର୍ବରୁ ଆସିଥାଏ । ମଙ୍ଗଳବାରର ନାମ ମଙ୍ଗଳ ଶବ୍ଦରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି ଶୁଭ ।[୧] ମଙ୍ଗଳ ମଧ୍ୟ ସୌର ପ୍ରଣାଳୀରେ ଏକ ଗ୍ରହର ନାମ ।[୨]

  • ମଙ୍ଗଳ ଅର୍ଥ ପବିତ୍ର ଏବଂ ଶୁଭ , ତେଣୁ ମଙ୍ଗଳବାରରେ ହିନ୍ଦୁମାନେ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ଶୁଭ ବୋଲି ବିବେଚନା କରନ୍ତି ।
  • ଗ୍ରୀସ୍ ଏବଂ ସ୍ପେନରେ ମଙ୍ଗଳବାର ଯେ କୌଣସି କାର୍ଯ୍ୟ ପାଇଁ ଅଶୁଭ ବୋଲି ବିବେଚନା କରାଯାଏ । ସେମାନଙ୍କର ପାରମ୍ପାରିକ ବିଚାର ଅନୁଯାୟୀ ମଙ୍ଗଳବାର ଦିନ ଯାତ୍ରା କରିବା କିମ୍ବା ବିବାହ କରିବା ଉଚିତ ନୁହେଁ ।

ଆନ୍ତର୍ଜାତୀୟ ମାନକ ISO 8601 ଅନୁଯାୟୀ, ସୋମବାର ହେଉଛି ସପ୍ତାହର ପ୍ରଥମ ଦିନ; ଏହି ହିସାବରେ, ମଙ୍ଗଳବାର ସପ୍ତାହର ଦ୍ୱିତୀୟ ଦିନ । କେତେକ ସାଧାରଣ ବ୍ୟବହୃତ କ୍ୟାଲେଣ୍ଡର ଅନୁଯାୟୀ, ବିଶେଷତଃ ଯୁକ୍ତରାଷ୍ଟ୍ରରେ ରବିବାର ହେଉଛି ସପ୍ତାହର ପ୍ରଥମ ଦିନ, ତେଣୁ ମଙ୍ଗଳବାର ସପ୍ତାହର ତୃତୀୟ ଦିନ । ଇସଲାମିକ ଦେଶମାନଙ୍କରେ, ଶନିବାର ହେଉଛି ସପ୍ତାହର ପ୍ରଥମ ଦିନ ଏବଂ ତେଣୁ ମଙ୍ଗଳବାର ହେଉଛି ସପ୍ତାହର ଚତୁର୍ଥ ଦିନ ।

ଆଧାର ସମ୍ପାଦନା

  1. "How every day of the week got its name". TheFreeDictionary.com. Retrieved 13 February 2022.
  2. "week | Origin, History, & Facts | Britannica". www.britannica.com (in ଇଂରାଜୀ). Retrieved 11 February 2022.