ଘୋଡ଼ାନାଲ ବୃକ୍‌କ

ଘୋଡ଼ାନାଲ ବୃକ୍‌କ କୁହାଯାଏ ଯେତେବେଳେ ଦୁଇ ବୃକ୍‌କର ମିଶ୍ରଣ ହୋଇଥାଏ ।

ଘୋଡ଼ାନାଲ ବୃକ୍‌କ କୁହାଯାଏ ଯେତେବେଳେ ଦୁଇ ବୃକ୍‌କର ମିଶ୍ରଣ ହୋଇଥାଏ । [୧] ସାଧାରଣତଃ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ ଏବଂ ବୃକ୍‌କର କାର୍ଯ୍ୟ ସ୍ୱାଭାବିକ ଥାଏ । [୧] ଜଟିଳତା ମଧ୍ୟରେ ବୃକ୍‌କ ସଂକ୍ରମଣ, ବୃକ୍‌କ ପଥର ରୋଗ, ହାଇଡ୍ରୋନେଫ୍ରୋସିସ୍ ଏବଂ ଭେସିକୋୟୁରେଟେରାଲ ରିଫ୍ଲକ୍ସ ହୋଇପାରେ । [୧]

Horseshoe kidney
Ren arcuatus
Video explanation
ବିଭାଗNephrology
ଲକ୍ଷଣNone[୧]
ଆକ୍ରାନ୍ତ ସମୟPresent at birth[୨]
କାରଣMultifactorial[୨]
ବିପଦ କାରକFamily history, exposure to alcohol or high blood sugar during pregnancy[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ସଠିକ ରୋଗ ନିର୍ଣ୍ଣୟCrossed renal ectopia, fused pelvic kidney[୧]
ପୁନଃପୌନିକ1 in 500[୧]

ପାରିବାରିକ ଇତିହାସ ଥିଲେ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତ ଶର୍କରା ଥିଲେ ବା ମଦ୍ୟପାନ କଲେ ଏହି ଅବସ୍ଥା ସୃଷ୍ଟି ହୋଇପାରେ | [୧] ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ, ଟର୍ନର ସିଣ୍ଡ୍ରୋମ ଏବଂ ଡାଉନ୍ ସିଣ୍ଡ୍ରୋମ ରୋଗୀମାନଙ୍କଠାରେ ଘୋଡ଼ାନାଲ ବୃକ୍‌କ ସଙ୍କଟ ଅଧିକ ରହେ । [୧] ସଂଯୋଜକ ଅଂଶକୁ ଘୋଡ଼ାନାଲ ବୃକ୍‌କର ଇସ୍ଥମସ କୁହାଯାଏ ।[୧] ଅନ୍ୟାନ୍ୟ କାରଣରୁ ମେଡିକାଲ ଇମେଜିଙ୍ଗ କରୁଥିବା ସମୟରେ ଏହି ଅବସ୍ଥାର ନିର୍ଣ୍ଣୟ ହୁଏ | [୧]

ସାଧାରଣତଃ ଅସ୍ତ୍ରୋପଚାର ସୁପାରିଶ କରାଯାଏ ନାହିଁ | [୧] ଘୋଡ଼ାନାଲ ବୃକ୍‌କର ଉପସ୍ଥିତି ବୃକ୍‌କ ପଥର ରୋଗ ଚିକିତ୍ସାରେ ପରିବର୍ତ୍ତନ ଆଣିପାରେ | [୧] ପ୍ରାୟ ୫୦୦ ଜଣଙ୍କ ମଧ୍ୟରେ ଜଣକର ଘୋଡ଼ାନାଲ ବୃକ୍‌କ ଥାଏ ।[୧] ପୁରୁଷମାନେ ମହିଳାଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି। [୧] ଏହା ଏକ ଆଜନ୍ମ ତୃଟି ରୋଗ ଏବଂ ଜନ୍ମରୁ ଉପସ୍ଥିତ ଥାଏ ।[୨] ଡା କାର୍ପି ପ୍ରଥମେ ୧୫୨୨ ମସିହାର ଏହାର ବର୍ଣ୍ଣନା କରିଥିଲେ।

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Kirkpatrick, JJ; Leslie, SW (January 2020). "Horseshoe Kidney". PMID 28613757. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ Taghavi K, Kirkpatrick J, Mirjalili SA (October 2016). "The horseshoe kidney: Surgical anatomy and embryology". Journal of Pediatric Urology. 12 (5): 275–280. doi:10.1016/j.jpurol.2016.04.033. PMID 27324557.