ଘଣ୍ଟେଶ୍ୱରୀ ମନ୍ଦିର
ମା ଘଣ୍ଟେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁରସହରର ଉପକଣ୍ଠରେ ଚିପିଲିମାଠାରେ ଅବସ୍ଥିତ । ମହାନଦୀ କୂଳରେ ଏକ ମନୋରମସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ନାମାନୁସାରେ ଏହି ମନ୍ଦିର ପ୍ରାଙ୍ଗଣରେ ଥିବା ବୃହତ ବୃକ୍ଷ୍ୟ ମାନଙ୍କରେ ମା ଘଣ୍ଟେଶ୍ୱରୀଙ୍କ ଉଦ୍ଦେଶ୍ୟରେ ବହୁ ଭକ୍ତ ଘଣ୍ଟ ବାନ୍ଧି ଥାଆନ୍ତି ।[୧] ସାରାରାଜ୍ୟ ଏପରିକି ଅନ୍ୟାନ୍ୟ ରାଜ୍ୟରୁ ଅଗଣିତ ଭକ୍ତ ଏହି ସୁନ୍ଦର ସ୍ଥାନକୁ ଆସି ଦର୍ଶନ କରନ୍ତି । ଏଠାରେ ହୀରାକୁଦ ଜଳଭଣ୍ଡାରର ଜଳରାଶି ତଟରେ ବହୁତ ସୁନ୍ଦର ପିକନିକ ସ୍ଥଳ ମଧ୍ୟ ରହିଥିବାରୁ ପିକନିକ ସମୟରେରେ ବହୁତ ବଣଭୋଜି ହୁଏ ।
ମା ଘଣ୍ଟେଶ୍ୱରୀ ମନ୍ଦିରଥିବା ସ୍ଥାନରେ ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ଅବସ୍ଥିତ । [୨] ଏହା ସମ୍ବଲପୁର ସହରରୁ ପ୍ରାୟ ୩୩ କିଲୋମିଟର ଦୂର ।[୧]
ଗମନା ଗମନ ବ୍ୟବସ୍ଥାସମ୍ପାଦନ କରନ୍ତୁ
ଏହି ମନ୍ଦିର ସମ୍ବଲପୁର ସହରରୁ ବରଗଡ଼କୁ ଯାଇଥିବା ରାଜପଥରେ ୨୦ କିଲୋମିଟର ଦୁରବର୍ତ୍ତୀ ଗୋଶାଳା ନାମକ ସ୍ଥାନରୁ ବାମ ପଟ ରାସ୍ତାରେ ୧୦ କିଲୋମିଟର ଗଲେ ପହଞ୍ଚି ହୁଏ । ସମ୍ବଲପୁର ଓ ଭୁବନେଶ୍ୱରରୁ ଘଣ୍ଟେଶ୍ୱରୀକୁ ସିଧା ବସ ସେବା ଉପଲବ୍ଧ । ବରଗଡ଼ ବସରେ ଗୋଶାଳା ପର୍ଯ୍ୟନ୍ତ ଯାଇ ସେଠାରୁ ମଧ୍ୟ ଟେକସି ମାଧ୍ୟମରେ ଯାଇ ହେବ ।
କିମ୍ବଦନ୍ତୀସମ୍ପାଦନ କରନ୍ତୁ
ପ୍ରାୟ ୪୫୦ ବର୍ଷ ତଳେ ମହାରାଷ୍ଟ୍ରର ନାଗପୁର ରାଜା ସମ୍ବଲପୁର ରାଜାଙ୍କ ସହିତ ମିଶି ମୃଗୟାକୁ ଏଠାରେ ଥିବା ଜଙ୍ଗଲକୁ ଆସିଥିଲେ ହଠାତ୍ ସେହି ଜାଗାରେ ଗୋଟିଏ ବାଳକ ଏବଂ ବାଳିକା କେଉଁଆଡୁ ଉଭାହୋଇ/ଦୃଶ୍ୟମାନ ହୋଇ ଦୁଇ ରାଜାଙ୍କର ପଥରୋଧ କଲେ ଆଗକୁ ବିପଦ ଅଛି ବୋଲି କହି, ରାଜଉଆସକୁ ଫେରି ଯିବାକୁ ଅନୁରୋଧ କଲେ ଶେଷରେ ଦୁଇ କୋମଳମତି ଶିଶୁଙ୍କର କଥା ମାନି ଦୁଇ ରାଜା ଫେରିବା ବେଳକୁ ସେମାନଙ୍କ ପରିଚୟ ଜିଜ୍ଞାସା କଲେ କାଲି ସକାଳେ ଏଠାକୁ ଆସିଲେ ସବୁ ଜାଣିପାରିବ କହି ସେଦୁହେଁ ଜଙ୍ଗଲ ଭିତରକୁ ଦୌଡି ପଳାଇଲେ ଦୁଇ ଛୋଟପିଲାଙ୍କର ଜଙ୍ଗଲକୁ ଆସିବା ରାଜାଦ୍ୱୟଙ୍କୁ ରାଜ ଉଆସକୁ ଫେରିଯାଉଥିବା ବେଳେ ବିସ୍ମିତ କରୁଥିଲା ରାତ୍ରିର ଶେଷ ପ୍ରହରରେ ସ୍ୱପ୍ନରେ ଉକ୍ତ ବାଳକ ଓ ବାଳିକା ଦ୍ୱୟ ଆସିଲେ, ସେମାନେ ହର ଓ ପାର୍ବତୀ ବୋଲି ପରିଚୟ ଦେଲେ ଭେଟହୋଇ ଥିବା ସ୍ଥାନରେ ଦେବଦେବୀଦ୍ୱୟ ରାଜାଙ୍କୁ ଅପେକ୍ଷା କରିଥିବେ ଆସନ୍ତାକାଲି ସକାଳେ ଆସିବା ପାଇଁ ଏବଂ ବଗବେରା ଗାଁର ନାୟକ ଓ ପାତ୍ରବଂଶକୁ ସେମାନଙ୍କର ଲାଳନପାଳନ ଦେବାକୁ କହିଲେ ରାଜା ବ୍ରାହ୍ମ ମୁହୂର୍ତ୍ତରେ କିଛି ସୈନ୍ୟଙ୍କୁ ନେଇ ଉକ୍ତଜାଗାରେ ପହଞ୍ଚିଲେ, ବାଳକ ବାଳିକା ପରିବର୍ତ୍ତେ ନିର୍ଜୀବ ପଥର ମୂର୍ତ୍ତି ଦେଖିଲେ ସେହିଦିନଠାରୁ ସେଇ ମହାନଦୀ କୂଳ ଓ ପାହାଡର ପାଦଦେଶରେ ହର ଓ ପାର୍ବତୀଙ୍କର ପୂଜା ବନବାସୀ ପଦ୍ଧତିରେ ଚାଲିଆସୁଛି ରାଜାଙ୍କୁ ଦେବୀ ସତର୍କ ଘଣ୍ଟି ଦେଇଥିବାରୁ ଦେବୀଙ୍କର ଏପରି ନାମକରଣ ହୋଇଛି ଆଉ କେତେକ କହନ୍ତି-ଦେବୀ ଭକ୍ତମାନଙ୍କୁ ଘଣ୍ଟ ଗୋଡାଇ ରଖୁଥିବାରୁ ଏପରି ନାମକରଣ ହୋଇଛି [୩]
ମାନସିକସମ୍ପାଦନ କରନ୍ତୁ
ପ୍ରବାଦ ଅନୁସାରେ ଏଠାରେ ମାନସିକ କରି ପିତଳ ନିର୍ମିତ ଘଣ୍ଟ ଦାନ କଲେ ମନସ୍କାମନା ପୂର୍ଣା ହେଇଥାଏ । ସେଥିପାଇଁ ଅଗଣିତ ଭକ୍ତ ଏଠାକୁ ଆସି ବିଭିନ୍ନ ଆକାରର ଘଣ୍ଟ ବାନ୍ଧି ଥାଆନ୍ତି ।
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "Ghanteswari Temple, Sambalpur". nuaodisha.com. Retrieved 1 October 2016.
- ↑ "Ghanteswari Temple No specify serve day CONTACT OWNER Ghanteswari Temple Sambalpur". .odishadirectory.in. Retrieved 1 October 2016.
- ↑ ବିଦ୍ୟାଧର ପଣ୍ଡା,ପୃଷ୍ଠା-୧୧, ସମ୍ବାଦ ରବିବାର
ବାହାର ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ Ghanteswari Temple ବାବଦରେ ମାଧ୍ୟମ ରହିଛି । |