ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ

ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP) ଓଡ଼ିଶାର ସମ୍ବଲପୁରର ଚିପିଲିମାଠାରେ ଥିବା ଏକ ଜଳବିଦ୍ୟୁତ କେନ୍ଦ୍ର ।

ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ
ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପରେ ପାୱାର ଗ୍ରିଡ଼
ଅବସ୍ଥିତିଚିପିଲିମା, ସମ୍ବଲପୁର, ଓଡ଼ିଶା
ସ୍ଥିତିସଚଳ
ମାଲିକାନାଓଡ଼ିଶା ଜଳବିଦ୍ୟୁତ ଶକ୍ତି କର୍ପରେସନ ଲିମିଟେଡ଼, ଭୁବନେଶ୍ୱର[୧]
ଶକ୍ତି କେନ୍ଦ୍ର ତଥ୍ୟ
ପ୍ରାଥମିକ ଜାଳେଣିଜଳବିଦ୍ୟୁତ
ଶକ୍ତି ଉତ୍ପାଦନ ତଥ୍ୟ
ସର୍ବାଧିକ କ୍ଷମତା୭୫ MW[୨][୩]

ଓଡ଼ିଶା ସରକାର ବୁର୍ଲା ଜଳବିଦ୍ୟୁତ କେନ୍ଦ୍ରର ୫ମ ଓ ୬ଷ୍ଠ ଭାଗ ଓ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP)ର ୩ୟ ଭାଗର ନବୀକରଣ ନିମନ୍ତେ ୧୧ତମ ଭାରତର ପଞ୍ଚବାର୍ଷିକ ଯୋଜନା କାଳରେ ଲକ୍ଷ ରଖିଥିଲେ [୩] ଯାହାର ଫଳ ରୂପେ ଚିପିଲିମା ପ୍ରକଳ୍ପର ୧ମ ଓ ୩ୟ ଭାଗର କାର୍ଯ୍ୟକାଳ ବଢ଼ାଇବା ସହ ନବୀକରଣ ଶେଷ ହୋଇଛି । ଏଥିରୁ ଓ ଓଡ଼ିଶାର ବାକି ଜଳବିଦ୍ୟୁତ କେନ୍ଦ୍ରରୁ ମିଳିତ ଭାବରେ ୨୦୦୫-୦୬ ବର୍ଷରେ ୫୨୩୪ ମିଲିଅନ ଏକକ, ୨୦୦୭-୦୮ରେ ୭୩୫୪ ମିଲିଅନ ଏକକ ଓ ୨୦୦୯ରେ ୭୮୮୩ ମିଲିଅନ ଏକକ ଉତ୍ପାଦନ ହୋଇଛି ।[୩]

ଅବସ୍ଥିତି ସମ୍ପାଦନା

ଏହା 21°21′13.03″N 83°55′0.99″E / 21.3536194°N 83.9169417°E / 21.3536194; 83.9169417ଠାରେ ଅବସ୍ଥିତ । ଏହା ସମ୍ବଲପୁର ସହରଠାରୁ ୩୨.୨ କି.ମି. ଦୂରରେ ଚିପିଲିମାଠାରେ ଜାତୀୟ ରାଜପଥ ୬ ନିକଟରେ ଅବସ୍ଥିତ । ନିକଟତମ ବିମାନଘାଟି ରାଇପୁର, ଛତିଶଗଡ଼ (୨୬୨ କି.ମି.)


ଆଧାର ସମ୍ପାଦନା