ଘଣ୍ଟେଶ୍ୱରୀ ମନ୍ଦିର

(ଘଣ୍ଟେଶ୍ଵରୀ ମନ୍ଦିରରୁ ଲେଉଟି ଆସିଛି)

ମା ଘଣ୍ଟେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁରସହରର ଉପକଣ୍ଠରେ ଚିପିଲିମାଠାରେ ଅବସ୍ଥିତ । ମହାନଦୀ କୂଳରେ ଏକ ମନୋରମସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ନାମାନୁସାରେ ଏହି ମନ୍ଦିର ପ୍ରାଙ୍ଗଣରେ ଥିବା ବୃହତ ବୃକ୍ଷ୍ୟ ମାନଙ୍କରେ ମା ଘଣ୍ଟେଶ୍ୱରୀଙ୍କ ଉଦ୍ଦେଶ୍ୟରେ ବହୁ ଭକ୍ତ ଘଣ୍ଟ ବାନ୍ଧି ଥାଆନ୍ତି ।[] ସାରାରାଜ୍ୟ ଏପରିକି ଅନ୍ୟାନ୍ୟ ରାଜ୍ୟରୁ ଅଗଣିତ ଭକ୍ତ ଏହି ସୁନ୍ଦର ସ୍ଥାନକୁ ଆସି ଦର୍ଶନ କରନ୍ତି । ଏଠାରେ ହୀରାକୁଦ ଜଳଭଣ୍ଡାରର ଜଳରାଶି ତଟରେ ବହୁତ ସୁନ୍ଦର ପିକନିକ ସ୍ଥଳ ମଧ୍ୟ ରହିଥିବାରୁ ପିକନିକ ସମୟରେରେ ବହୁତ ବଣଭୋଜି ହୁଏ ।    

ମା ଘଣ୍ଟେଶ୍ୱରୀ ମନ୍ଦିର , ଚିପିଳିମା , ସମ୍ବଲପୁର 

ମା ଘଣ୍ଟେଶ୍ୱରୀ ମନ୍ଦିରଥିବା ସ୍ଥାନରେ ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ଅବସ୍ଥିତ । [] ଏହା ସମ୍ବଲପୁର ସହରରୁ ପ୍ରାୟ ୩୩ କିଲୋମିଟର ଦୂର ।[]  

ମନ୍ଦିର ନିକଟରେ ସୁନ୍ଦର ପ୍ରକୃତି 

ଗମନା ଗମନ ବ୍ୟବସ୍ଥା

ସମ୍ପାଦନା

ଏହି ମନ୍ଦିର ସମ୍ବଲପୁର ସହରରୁ ବରଗଡ଼କୁ ଯାଇଥିବା ରାଜପଥରେ ୨୦ କିଲୋମିଟର ଦୁରବର୍ତ୍ତୀ ଗୋଶାଳା ନାମକ ସ୍ଥାନରୁ ବାମ ପଟ ରାସ୍ତାରେ ୧୦ କିଲୋମିଟର ଗଲେ ପହଞ୍ଚି ହୁଏ । ସମ୍ବଲପୁର ଓ ଭୁବନେଶ୍ୱରରୁ ଘଣ୍ଟେଶ୍ୱରୀକୁ ସିଧା ବସ ସେବା ଉପଲବ୍ଧ । ବରଗଡ଼ ବସରେ ଗୋଶାଳା ପର୍ଯ୍ୟନ୍ତ ଯାଇ ସେଠାରୁ ମଧ୍ୟ ଟେକସି ମାଧ୍ୟମରେ ଯାଇ ହେବ ।

କିମ୍ବଦନ୍ତୀ

ସମ୍ପାଦନା

ପ୍ରାୟ ୪୫୦ ବର୍ଷ ତଳେ ମହାରାଷ୍ଟ୍ରର ନାଗପୁର ରାଜା ସମ୍ବଲପୁର ରାଜାଙ୍କ ସହିତ ମିଶି ମୃଗୟାକୁ ଏଠାରେ ଥିବା ଜଙ୍ଗଲକୁ ଆସିଥିଲେ ୤ ହଠାତ୍‌ ସେହି ଜାଗାରେ ଗୋଟିଏ ବାଳକ ଏବଂ ବାଳିକା କେଉଁଆଡୁ ଉଭାହୋଇ/ଦୃଶ୍ୟମାନ ହୋଇ ଦୁଇ ରାଜାଙ୍କର ପଥରୋଧ କଲେ ୤ ଆଗକୁ ବିପଦ ଅଛି ବୋଲି କହି, ରାଜଉଆସକୁ ଫେରି ଯିବାକୁ ଅନୁରୋଧ କଲେ ୤ ଶେଷରେ ଦୁଇ କୋମଳମତି ଶିଶୁଙ୍କର କଥା ମାନି ଦୁଇ ରାଜା ଫେରିବା ବେଳକୁ ସେମାନଙ୍କ ପରିଚୟ ଜିଜ୍ଞାସା କଲେ ୤ କାଲି ସକାଳେ ଏଠାକୁ ଆସିଲେ ସବୁ ଜାଣିପାରିବ କହି ସେଦୁହେଁ ଜଙ୍ଗଲ ଭିତରକୁ ଦୌଡି ପଳାଇଲେ ୤ ଦୁଇ ଛୋଟପିଲାଙ୍କର ଜଙ୍ଗଲକୁ ଆସିବା ରାଜାଦ୍ୱୟଙ୍କୁ ରାଜ ଉଆସକୁ ଫେରିଯାଉଥିବା ବେଳେ ବିସ୍ମିତ କରୁଥିଲା ୤ ରାତ୍ରିର ଶେଷ ପ୍ରହରରେ ସ୍ୱପ୍ନରେ ଉକ୍ତ ବାଳକ ଓ ବାଳିକା ଦ୍ୱୟ ଆସିଲେ, ସେମାନେ ହର ଓ ପାର୍ବତୀ ବୋଲି ପରିଚୟ ଦେଲେ ୤ ଭେଟହୋଇ ଥିବା ସ୍ଥାନରେ ଦେବଦେବୀଦ୍ୱୟ ରାଜାଙ୍କୁ ଅପେକ୍ଷା କରିଥିବେ ଆସନ୍ତାକାଲି ସକାଳେ ଆସିବା ପାଇଁ ଏବଂ ବଗବେରା ଗାଁର ନାୟକ ଓ ପାତ୍ରବଂଶକୁ ସେମାନଙ୍କର ଲାଳନପାଳନ ଦେବାକୁ କହିଲେ୤ ରାଜା ବ୍ରାହ୍ମ ମୁହୂର୍ତ୍ତରେ କିଛି ସୈନ୍ୟଙ୍କୁ ନେଇ ଉକ୍ତଜାଗାରେ ପହଞ୍ଚିଲେ, ବାଳକ ବାଳିକା ପରିବର୍ତ୍ତେ ନିର୍ଜୀବ ପଥର ମୂର୍ତ୍ତି ଦେଖିଲେ ୤ ସେହିଦିନଠାରୁ ସେଇ ମହାନଦୀ କୂଳ ଓ ପାହାଡର ପାଦଦେଶରେ ହର ଓ ପାର୍ବତୀଙ୍କର ପୂଜା ବନବାସୀ ପଦ୍ଧତିରେ ଚାଲିଆସୁଛି ୤ ରାଜାଙ୍କୁ ଦେବୀ ସତର୍କ ଘଣ୍ଟି ଦେଇଥିବାରୁ ଦେବୀଙ୍କର ଏପରି ନାମକରଣ ହୋଇଛି ୤ ଆଉ କେତେକ କହନ୍ତି-ଦେବୀ ଭକ୍ତମାନଙ୍କୁ ଘଣ୍ଟ ଗୋଡାଇ ରଖୁଥିବାରୁ ଏପରି ନାମକରଣ ହୋଇଛି ୤[]

ମାନସିକ

ସମ୍ପାଦନା

ପ୍ରବାଦ ଅନୁସାରେ ଏଠାରେ ମାନସିକ କରି ପିତଳ ନିର୍ମିତ ଘଣ୍ଟ ଦାନ କଲେ ମନସ୍କାମନା ପୂର୍ଣା ହେଇଥାଏ । ସେଥିପାଇଁ ଅଗଣିତ ଭକ୍ତ ଏଠାକୁ ଆସି ବିଭିନ୍ନ ଆକାରର ଘଣ୍ଟ ବାନ୍ଧି ଥାଆନ୍ତି ।

  1. ୧.୦ ୧.୧ "Ghanteswari Temple, Sambalpur". nuaodisha.com. Retrieved 1 October 2016.
  2. "Ghanteswari Temple No specify serve day CONTACT OWNER Ghanteswari Temple Sambalpur". .odishadirectory.in. Archived from the original on 1 October 2016. Retrieved 1 October 2016.
  3. ବିଦ୍ୟାଧର ପଣ୍ଡା,ପୃଷ୍ଠା-୧୧, ସମ୍ବାଦ ରବିବାର

ବାହାର ତଥ୍ୟ

ସମ୍ପାଦନା