ଗୟା ଅଶ୍ୱତ୍ଥ ବା ଗୟା ଓସ୍ତ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ର ଗୋସାଇଁଳି ପତ୍ର ପରି ଦିଶେ । ବହୁ ଶାଖା ପ୍ରଶାଖାଯୁକ୍ତ ଏହି ଗଛ ମୁଖ୍ୟତଃ ଗଡ଼ଜାତ ଅଞ୍ଚଳର ଜଙ୍ଗଲରେ ଦେଖିବାକୁ ମିଳିଥାଏ ।

ଗୟା ଅଶ୍ୱତ୍ଥ
ଛୋଟ ଗୟା ଅଶ୍ୱତ୍ଥ ଗଛ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Sapindales
କୁଳ: Meliaceae
ପ୍ରଜାତି: Toona
ଜାତି: T. ciliata
ବାଇନୋମିଆଲ ନାମ
Toona ciliata
M. Roem.
Synonyms
ଅଧାରୁ ଚିରାଯାଇଥିବା ଗୟା ଅଶ୍ୱତ୍ଥ ଗଣ୍ଡି

ବିବିଧ ଭାରତୀୟ ପ୍ରାଦେଶିକ ନାମ

ସମ୍ପାଦନା
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଗୟା ଅଶ୍ୱତ୍ଥ, ଗୟା ଓସ୍ତ
ସଂସ୍କୃତ କ୍ଷୀରୀ, ଗଜପାଦପ, ନନ୍ଦୀବୃକ୍ଷ, ପ୍ରରୋହୀ, କ୍ଷୟତରୁ, ଅଶ୍ୱତ୍ଥ ଭେଦ, ସ୍ଥାଳି ବୃକ୍ଷ, ନନ୍ଦିକ, ତୁଳ, ତୁଣୀ, କୁବେରକ, କଚ୍ଛ, କାନ୍ତଳକ ଓ ଶିବପ୍ରିୟ
ହିନ୍ଦୀ ବେଲିଆ ପିପ୍ପଲ, बेलिया पिपल
ତେଲୁଗୁ ଗଙ୍ଗା ରାବି, ବଟିଚେଟ୍ଟୁ గఙ్గారాబి, బటిచేట్టు
ବଙ୍ଗଳା ଗୋପିପଲ୍ଲ, ଗୟା ପିପ୍ପଲ গোপিপল্ল, গয়া পিপল

ଶାସ୍ତ୍ରୋକ୍ତ ଗୁଣ

ସମ୍ପାଦନା

ମଧୁର କଷାୟ ମିଶ୍ରିତ ତିକ୍ତରସ, ଲଘୁ, ଶୀତବୀର୍ଯ୍ୟ, ଶୁକ୍ର ବର୍ଦ୍ଧକ, ପୁଷ୍ଟିକର, କଟୁ ବିପାକ, ମଳ ରୋଧକର ଓ ଗ୍ରାହୀ ଏବଂ ବ୍ରଣ, ମେହ, କୁଷ୍ଠ, ରକ୍ତଦୋଷ, କଫ, ପିତ୍ତ, ଦାହ, ଶିରପୀଡ଼ା ଓ ବାୟୁଦୋଷ ନିବାରକ ଅଟେ। ମାତ୍ରା ଦୁଇ ଅଣାରୁ ଆଠ ଅଣା

ବ୍ୟବହାର

ସମ୍ପାଦନା

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

ମଣିଷ ଚିକିତ୍ସା

ସମ୍ପାଦନା
  • ମେହ ଓ ପ୍ରମେହରେ ଏହାର କୋମଳ ପତ୍ରକୁ ମହୁ ସହିତ ବାଟି ସେବନ କରାଯାଏ।
  • ବ୍ରଣ, ବିଚର୍ଚ୍ଚିକା, କଣ୍ଡୁ, ଦଦ୍ରୁ, ପ୍ରମେହ, ଉପଦଂଶ, ବାତରକ୍ତ ଓ କୁଷ୍ଠରୋଗ ଆଦିରେ ଏହାର ଛେଲିକୁ ଜଳରେ ସିଝାଇ କ୍ୱାଥ ପ୍ରସ୍ତୁତ କରି ସେହି କ୍ୱାଥ ସହିତ, କିମ୍ବା ଏହାର ଛେଲିକୁ ଛେଚି ଚିପୁଡି ମହୁ ବା ମିଶ୍ରିଗୁଣ୍ଡ ମିଶାଇ ସେବନ କରାଯାଏ।
  • ଅତିସାର ଝାଡ଼ାରେ ଏହାର ଫଳକୁ ଜଳରେ ବାଟି ସେଥିରେ ଅଳ୍ପ ମିଶ୍ରିଗୁଣ୍ଡା ମିଶାଇ ସେବନ କରାଯାଏ।
  • ମୁଣ୍ଡବ୍ୟଥାରେ ଏହାର ଫୁଲର ରସ ସହିତ ମିଶ୍ରି ଗୁଣ୍ଡ ମିଶାଇ ସେବନ କରାଯାଏ ଓ ପତ୍ରର ରସକୁ ମସ୍ତିସ୍କରେ ମର୍ଦ୍ଦନ କରାଯାଏ।

ପଶୁ ଚିକିତ୍ସା

ସମ୍ପାଦନା
  • ଅଗସ୍ତିପତ୍ର ସହିତ ଏହାର ଛେଲିକୁ ବାଟି ଗୋରୁମାନଙ୍କ ଦେହଲେ ଲେପିଲେ ସେମାନଙ୍କର ଚର୍ମରୋଗ ଦୂରହୁଏ।
  • ଏହାର କୋମଳ ପତ୍ର ଗୋରୁଙ୍କୁ ଖୁଆଇଲେ ସେମାନେ ନୀରୋଗ ହୁଅନ୍ତି।

ବାହାର ଆଧାର

ସମ୍ପାଦନା
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  • ପୂର୍ଣ୍ଣଚନ୍ଦ୍ର ଭାଷାକୋଷ – ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ।