ଗ୍ଲୁକାରପିଡେଜ

ଏହା ଏକ ଔଷଧ ଯାହା କି ବୃକ୍‌କ କାର୍ଯ୍ୟ ଦୁର୍ବଳ ହେତୁ ଦିଆଯାଉଥିବା ପାଇରିମେଥାମିନ ଓ ମେଥୋଟ୍ରେକ୍ସେଟ (>୧ ମାଇକ୍

ଗ୍ଲୁକାରପିଡେଜ (ଇଂରାଜୀ ଭାଷାରେ Glucarpidase), ଭୋରାକ୍ସାଜେ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କି ବୃକ୍‌କ କାର୍ଯ୍ୟ ଦୁର୍ବଳ ହେତୁ ଦିଆଯାଉଥିବା ପାଇରିମେଥାମିନ ଓ ମେଥୋଟ୍ରେକ୍ସେଟ (>୧ ମାଇକ୍ରୋମୋଲ/ଲି) କାରଣରୁ ହେଉଥିବା ବିଷକ୍ରିୟାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[] ଏହା ଲ୍ୟୁକୋଭୋରିନ/ଫୋଲିନିକ ଏସିଡ ସହିତ ଏକତ୍ର ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଔଷଧ ଦେବାର ୧୫ ମିନିଟ୍ ମଧ୍ୟରେ ଏହାର ପ୍ରଭାବ ମହତ୍ୱପୂର୍ଣ୍ଣ ହୋଇ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।[]

ଗ୍ଲୁକାରପିଡେଜ
Clinical data
Trade namesVoraxaze
AHFS/Drugs.commonograph
MedlinePlusa613009
Routes of
administration
IV
Legal status
Legal status
Identifiers
  • Recombinant glutamate carboxypeptidase (carboxypeptidase G2)
ECHA InfoCard100.029.968 Edit this at Wikidata
Chemical and physical data
FormulaC1950H3157N543O599S7 (monomer)
Molar mass୪୪,୦୧୭.୩୩ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ, ମୁହଁ ଲାଲ ଦେଖାଯିବା, ଅଇ, ନିମ୍ନ ରକ୍ତଚାପ ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଏନଜାଇମ୍ ଯାହା ମେଟୋଟ୍ରେକ୍ସେଟକୁ ନିଷ୍କ୍ରିୟ କରିଦେଇଥାଏ ।[]

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗ୍ଲୁକାରପିଡେଜ୍ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟ ଏବଂ ୟୁରୋପରେ ଏହା ଏକ ଅନାଥ ଔଷଧ ଭାବରେ ଉପଲବ୍ଧ ଥିବାବେଳେ ୨୦୨୧ ସୁଦ୍ଧା ଅନୁମୋଦିତ ନୁହେଁ ।[] ଯୁକ୍ତରାଷ୍ଟ୍ରରେ ୧୦୦୦ ୟୁନିଟ ଥିବା ଏକ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୫,୫୦୦ ଡଲାର ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Glucarpidase Monograph for Professionals". Drugs.com (in ଇଂରାଜୀ). Archived from the original on 15 May 2016. Retrieved 3 December 2021.
  2. "Glucarpidase". SPS - Specialist Pharmacy Service. 15 November 2021. Archived from the original on 4 December 2021. Retrieved 3 December 2021.
  3. "Voraxaze Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 3 December 2021.