ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ

ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ ( ସାଧାରଣ ଭାବେ G. T.ଏକ୍ସପ୍ରେସ ଭାବରେ ପରିଚିତ ) ଭାରତୀୟ ରେଳବାଇର ଏକ ଦୈନିକ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଯାହା ଦିଲ୍ଲୀ ସରାଇ ରୋହିଲାଠାରୁ ଚେନ୍ନଇ ସେଣ୍ଟ୍ରାଲ ଯାଏ ଯାଇଥାଏ । ଏହାକୁ ଏକ ଏଇତିହାସିକ ଏବଂ ସର୍ବପୁରାତନ ଟ୍ରେନ ମଧ୍ୟରେ ଗୋଟିଏ କୁହାଯାଏ । 

ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ
Overview
Service typeSuperfast Express
First serviceଜାନୁଆରୀ 1, 1929; 95 years ago (1929-୦୧-01)
Current operator(s)Southern Railway zone
Route
StartChennai Central
Stops37 (T.No.12615) / 36 (T.No. 12616)
EndDelhi Sarai Rohilla
Distance travelled2,181 km (1,355 mi)
Average journey time35 hours 5 minutes
Service frequencyDaily
Train number(s)12615 / 12616
On-board services
Class(es)AC First, AC Two Tier, AC Three Tier, Sleeper Class, Unreserved
Seating arrangementsYes
Sleeping arrangementsYes
Catering facilitiesYes
Observation facilitiesLarge and Small windows
Baggage facilitiesLuggage-cum-Brake Van
Technical
Track gauge
Operating speed61.78 km/h (38.39 mph) average with halts
Route map

ଇତିହାସ  ସମ୍ପାଦନା

ପ୍ରାଚୀନ ମାଦ୍ରାସ ଏବଂ ଦକ୍ଷିଣ ମରହଟ୍ଟା ରେଳବାଇଦ୍ୱାରା ଏହା ପ୍ରଥମେ ୧୯୨୯[୧]ରେ ପ୍ରଚଳିତ ହେବା ସହ ମାଙ୍ଗାଲୋରରୁ ପେଶୱା , ଯାହା ବର୍ତ୍ତମାନ ପାକିସ୍ଥାନରେ ରହିଛି ଓ ସେହି ସମୟରେ ବ୍ରିଟିଶ ଇଣ୍ଡିଆର ଅଂଶ ଥିଲା , ସେ ମଧ୍ୟରେ ଚଳୁଥିଲା । ଏହା  ଦିଲ୍ଲୀ ମଧ୍ୟ ଦେଇ ଯାଉଥିଲା ।  ପରେ ଏହାର ପଥ କମ କରାଯାଇ ଲାହୋରରୁ ମେଟ୍ଟୁପଳାୟମ ଯାଏ ହେଇଥିଲା । ସେତେବେଳେ ଏହା ଉଟି ଓ କୁନନୁର ମଧ୍ୟ ଦେଇ ଯାତାୟତ କରି ଦେଶର ଦୀର୍ଘତମ ପଥ ଯାଉଥିବା ଟ୍ରେନ ଥିଲା ।[୨] 

ପେଶୱାରରୁ ମାଙ୍ଗାଲୋର ଏହି ଟ୍ରେନକୁ ୧୦୪ ଘଣ୍ଟା ଯାତ୍ରା କରିବାକୁ ହାଉଥିଲା । ବର୍ତ୍ତମାନ ଏହା ଚେନ୍ନଇରୁ ନୂଆ ଦିଲ୍ଲୀ ଯାଏ ଦୈନିକ ଯାତ୍ରା କରେ । ଏହା ୨,୧୮୬ କିଲୋମିଟର ପଥ ଯାତ୍ରା କରେ । ଏହାକୁ ୩୫ ଘଣ୍ଟା ୩୫ ମିନିତ୍ସମୟାଲାଗୁଥିବା ବେଳେ ଏହାର ରହଣି ସ୍ଥାନ ସଂଖ୍ୟା ୩୮ଟି । ୨୦୧୫ରୁ ଏହା ନୂଆ ଦିଲ୍ଲୀ ନ ଯାଇ ଦିଲ୍ଲୀ ସରେଇ ରୋହିଲାକୁ ଯାଉଛି । 

[୩]In 2015,Indian Railways announced that the train would operate from Delhi Sarai Rohilla instead of New Delhi from December 2015.[୩]

ସମୟ ସାରଣୀ ଓ ସେବା  ସମ୍ପାଦନା

ଏହି ଟ୍ରେନ ୯ଟି ଭାରତୀୟ ରାଜ୍ୟ ଦେଇ ଯାଇଥାଏ  । ତାମିଲନାଡୁ , ଆନ୍ଧ୍ରପ୍ରଦେଶ , ତେଲେଙ୍ଗନା , ମହାରାଷ୍ଟ୍ର ,ମଧ୍ୟପ୍ରଦେଶ , ରାଜସ୍ଥାନ , ହରିୟଣା ଓ ଦିଲ୍ଲୀ ଦେଇ ଏହା ଯାଏ । ଏହା ଚେନ୍ନଇ ସେଣ୍ଟ୍ରାଲରୁ ସନ୍ଧ୍ୟା ୭.୧୫ରୁ ଛାଡି ତୃତୀୟ ଦିନ ସକାଳ ୬.୩୦ରେ ସରାଇ ରୋହିଲାରେ ପହଞ୍ଚେ । ସରାଇ ରୋହିଲାରୁ ସନ୍ଧ୍ୟା ୬.୪୦ରେ ଛାଡି ଚେନ୍ନଇ ସେଣ୍ଟ୍ରାଲରେ ତୃତୀୟ ଦିନ ସକାଳ ୬.୧୫ରେ ପହଞ୍ଚେ । [୪]

 

ରେକ ଓ କୋଚ  ସମ୍ପାଦନା

 
GT ଏକ୍ସପ୍ରେସ ନୂଆ ଦିଲ୍ଲୀ ନିକଟ ରେ 

ସାଧାରଣତଃ ଏଥିରେ ୨୪ଟି କୋଚ ଲାଗିଥାଏ । AC କୋଚ ସହ ପାନ୍ତରି କାର ମଧ୍ୟ ରହିଥାଏ । 

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା