ହିମସାଗର ଏକ୍ସପ୍ରେସ ଟ୍ରେନ

ହିମସାଗର ଏକ୍ସପ୍ରେସ ଭାରତୀୟ ରେଳବାଇଦ୍ୱାରା ଚାଲୁ ଥିବା ଏକ ସାପ୍ତାହିକି ଏକ୍ସପ୍ରେସ । ଏହା ତାମିଲନାଡୁ ରାଜ୍ୟର   କନ୍ୟାକୁମାରୀଠାରୁ ଜାମୁ କାଶ୍ମୀରର ଶ୍ରୀ  ମାତା ବ୍ୟେସ୍ନୋଦେବୀ , କାତରା ପର୍ଯ୍ୟନ୍ତ ଚାଲିଥାଏ । ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଚାଲିବା ଆଗରୁ ଭାରତୀୟ ରେଳବାଇର ସବୁଠାରୁ ଦୀର୍ଘ ରୁଟ ଭାବରେ ଏହି ଟ୍ରେନ ପରିଚିତ ଥିଲା । ଗୋଟିଏ ପଟରେ ଏହି ଟ୍ରେନ ସମୁଦାୟ ୩୭୮୭ କିଲୋମିଟର ଯାତ୍ରାପଥ ଅତିକ୍ରମ  କରେ ।ଏହା ତାର ଯାତ୍ରାପଥରେ ୧୨ଟି ଭାରତୀୟ ରାଜ୍ୟ ଦେଇ ଯାଇଥାଏ । ଏହି କ୍ରମରେ ଏହା ସମୁଦାୟ ୭୩ଟି ନିର୍ଧାରିତ  ସ୍ଟେଶନରେ ରହଣି କରିଥାଏ ।  

ଯାତ୍ରାପଥ ସମ୍ପାଦନା

ଏହି ଟ୍ରେନ ଏହାର ସାପ୍ତାହିକ ଯାତ୍ରା ପାଇଁ କନ୍ୟାକୁମାରୀରୁ ଶୁକ୍ରବାର ଦିନ ୧୪.୦୫ରେ ବାହାରି ସୋମବାର ଦିନ ୧୫.୨୦ରେ କାତରାରେ ପହଞ୍ଚି ଥାଏ । ପୁନର୍ବାର କାତରାଠାରୁ ସେହିଦିନ ୨୧.୫୫ରେ ବାହାରି କନ୍ୟାକୁମାରୀରେ ଗୁରୁବାର ଦିନ ୨୧.୩୦ରେ ପହଞ୍ଚିଥାଏ । ସାପ୍ତାହିକି ହେଇଥିବାରୁ ଏହି ଟ୍ରେନ କେବଳ ଗୋଟିଏ ସେଟ କୋଚ ଆବଶ୍ୟକ କରିଥାଏ । 

ନୂଆ ଦିଲ୍ଲୀ , ଥିରୁବନ୍ତପୁର , ଏର୍ନାକୁଲମ , ନାଗପୁର ଭୋପାଲ ,ଇତରସି , ବିଜଯବୱାଦା , ଭୋପାଲ ପରି ବୃହତ ସ୍ଟେଶନରେ ଦୀର୍ଘ ରହଣି ସହ ଏହି ଟ୍ରେନ ସମୁଦାୟ ୭୩ଟି ରହଣି କରେ । 

ବେଗ ସମ୍ପାଦନା

  ଏହି ଟ୍ରେନର ବେଗ ଭିନ୍ନ ଅଞ୍ଚଳ ଅନୁସାରେ ଭିନ୍ନ ହେଇଥାଏ ।କିଲ୍ଲା ରାୟପୁର ନିକଟରେ ଏହା ୧୦୮ Km/h ବେଗରେ ଗଲା ବେଳେ ଦିଲ୍ଲୀ ନିକଟରେ ୨୪ km/h ଓ ଭୋପାଲ ନିକଟରେ ୧୯km/h ବେଗରେ ଯାଏ । ହାରାହାରି ବେଗ ହେଲା ୫୨km/h । 

କୋଚ  ସମ୍ପାଦନା

ଏହି ଟ୍ରେନରେ ୨ ୟ ଶ୍ରେଣୀ AC ୧ଟି , ୩ୟ ଶ୍ରେଣୀ AC ୨ଟି ସହ ସମୁଦାୟ ୧୯ଟି ବଗି ଥାଏ । ଏହା ସହ ପାନ୍ତ୍ରୀ କାର ଓ ଲଗେଜ ଭେନ ମଧ୍ୟ ଥାଏ । 

ପୁନଶ୍ଚ ପଠନ  ସମ୍ପାଦନା

  • Vivek Express
  • Bhopal Bharat Teerth Express
  • Navyug Express

Notes ସମ୍ପାଦନା

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା